ପ୍ରମୂଖ ଖବର
  • ବଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ
  • ||
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ମ୍ୟାଜିକ୍‌ ନମ୍ବର ଡେଇଁଲା ଏନ୍‌ଡିଏ; ଏପଟେ ଓଡ଼ିଶା ଓ ଆନ୍ଧ୍ରରେ ଟ୍ରେଣ୍ଡ୍‌ରେ ବିଜେପି

ଭୁବନେଶ୍ବର,୦୪/୦୬: ଲୋକସଭା ନିର୍ବାଚନ ସହିତ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ଗଣନା ଚାଲିଛି। ବର୍ତ୍ତମାନର ବର୍ତ୍ତମାନର ଟ୍ରେଣ୍ଡ୍‌ ହିସାବରେ ଏନଡିଏ (ବିଜେପି, ଟିଡିପି ଏବଂ ଜନସେନା ପାର୍ଟି) ଆନ୍ଧ୍ରପ୍ରଦେଶରେ ସରକାର ଗଠନ କରିବ ବୋଲି ଜଣାପଡ଼ୁଛି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଓ୍ବାଇଏସ୍‌ଆର୍‌ସିପି ୨୨ ସିଟ୍‌ରେ ଆଗୁଆ ଥିବା ବେଳେ ଟିଡିପି ୧୨୬, ଜେଏନ୍‌ପି ୧୮ ଓ ବିଜେପି ୭ଟିରେ ଆଗୁଆ ରହିଛି। ଏକଜିଟ୍ ପୋଲ୍ ମଧ୍ୟ ଏଥର ସରକାର ପରିବର୍ତ୍ତନ ହେବ ବୋଲି ପୂର୍ବାନୁମାନ କରିଛି। 

୫ଟି ଏକଜିଟ୍ ପୋଲରେ ଏନଡିଏ ସରକାର ଗଠନ କରୁଥିବା ଏବଂ ଦୁଇଟିରେ ଶାସକ ଓ୍ବାଇଏସ୍‌ଆର୍‌ସିପି ସରକାର ଗଠନ କରୁଥିବା ଦାବି କରାଯାଇଥିଲା। ରାଜ୍ୟରେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ଅଭିନେତା ପୱନ କଲ୍ୟାଣଙ୍କ ଜନସେନା ପାର୍ଟି (ଜେଏସପି) ସହିତ ବିଜେପି ଏକ ମିଳିତ ମେଣ୍ଟ ଗଠନ କରିଛି।

ଏପଟେ ଯଦି ଓଡ଼ିଶା କଥା ଦେଖାଯାଏ, ତେବେ ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ ବିଜେପି ଓଡିଶାରେ ସରକାର ଗଠନ କରିପାରିବ ବୋଲି ଆଶା କରାଯାଉଛି। ଏକଜିଟ୍ ପୋଲରେ ବିଜେଡି ଏବଂ ବିଜେପି ମଧ୍ୟରେ ଘନିଷ୍ଠ ପ୍ରତିଦ୍ବନ୍ଦିତା ଦେଖାଯାଇଥିଲା। ଏହି ସର୍ଭେରେ ପୂର୍ବାନୁମାନ କରାଯାଇଥିଲା ଯେ ନବୀନ ପଟ୍ଟନାୟକଙ୍କ ବିଜେଡି ଏବଂ ବିଜେପି ପ୍ରତ୍ୟେକଙ୍କୁ ୬୨-୮୦ ଆସନ ପାଇବେ। 

ବର୍ତ୍ତମାନର ଯାହା ଟ୍ରେଣ୍ଡ ଚାଲିଛି, ଏ‌ହି ଧାରାରେ, ବର୍ତ୍ତମାନ ରାଜ୍ୟରେ ଲୋକସଭା ଆସନରେ ବିଜେପି ୧୭ ଆସନରେ ଆଗୁଆ ‌ଥିବା ବେଳେ ବିଜେଡି ୩ ଓ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ଅଛି। ସେହିପରି ଯଦି ବିଧାନସଭା କଥା ଦେଖାଯାଏ, ତେବେ ଦିନ ୧୧.୪୦ ମିନିଟ ସୁଦ୍ଧା ବିଜେପି ୭୦ ଆସନ, ବିଜେଡି ୫୬ , କଂଗ୍ରେସ ୧୬ ଓ ଅନ୍ୟାନ୍ୟ ୩ଟି ଦଳମାନେ ଆଗୁଆ ରହିଛନ୍ତି। ସେହିପରି ଦେଶରେ ଏନ୍‌ଡିଏ ମ୍ୟାଜିକ୍‌ ନମ୍ବରକୁ ଅତିକ୍ରମ କରି ୨୯୭ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୨୨୭ ଏବଂ ଅନ୍ୟ ଦଳ ୧୯ଟି ଆସନରେ ଆଗରେ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.