ନୀଳଗିରି ୧୦/୦୯: ନୀଳଗିରି ଅଞ୍ଚଳରେ କିଛିଦିନ ଧରି ମହିଳାମାନଙ୍କ ନଗ୍ନ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓ ଇଣ୍ଟରନେଟ୍ରେ ଅପଲୋଡ୍ କରି ସ୍ୱଳ୍ପ ସମୟ ଭିତରେ ଟଙ୍କା ରୋଜଗାର କରିବାର ନିଶା ଏମାନଙ୍କୁ ଘାରିଛି । ଏଥିରେ ଜଣେ ଅଙ୍ଗନବାଡ଼ି କର୍ମୀ ସାମିଲ ଥିବା ଜଣାପଡ଼ିଛି ।
ଏବେ ଇଣ୍ଟରନେଟ୍ରେ ପିଲାଠୁ ବଡ଼ ରିଲ୍ସ, ଷ୍ଟୋରି ଅପଲୋଡ୍ କରି ଅର୍ଥ ରୋଜଗାର କରୁଛନ୍ତି । ଏହି ଅର୍ଥ ରୋଜଗାର କରିବାର ନିଶା ସ୍ଥାନୀୟ ମହିଳାମାନଙ୍କୁ ପଥଭ୍ରଷ୍ଟ କରିଛି । କିଛିଦିନ ଆଗରୁ ଦୁଇ ତିନିଟି ନଗ୍ନ ଭିଡିଓ ଇଣ୍ଟରନେଟ୍ରେ ପୋଷ୍ଟ୍ ହେବା ଦେଖିବାକୁ ମିଳିଥିଲା। ଏବେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଅଙ୍ଗନବାଡ଼ି କର୍ମୀ ଜଣକ ନିଜେ ଏହି ଭିଡିଓ ଇଣ୍ଟରନେଟ୍ରେ ଛାଡ଼ିବା ପରେ ସେହି ସେଣ୍ଟରକୁ ଶିଶୁମାନଙ୍କୁ ପଠାଇବାକୁ ନାପସନ୍ଦ କରିଛନ୍ତି ଅଭିଭାବକ । ଏନେଇ ବିଭାଗୀୟ ଅଧିକାରିଣୀ ଏବଂ ଥାନାର ଦ୍ୱାରସ୍ଥ ହେବେ ବୋଲି ଅଭିଭାବକ ସୂଚନା ଦେଇଛନ୍ତି ।