ବ୍ରହ୍ମପୁର,୧।୯ : ଚିକିଟି ବିଷାକ୍ତ ମଦ୍ୟପାନ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କରବାଲୁଆ ଅଞ୍ଚଳର ବାୟା ସେଠୀ । ଏମକେସିଜି ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି।
ଚିକିଟି ମଦ ମୃତ୍ୟୁ ଘଟଣାରେ ପୂର୍ବରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ପୂର୍ବରୁ ଚିକିଟି ବ୍ଲକ ଜେନାପୁର ଅଞ୍ଚଳର ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ୮ ଜଣ ଏମକେସିଜିରେ ଚିକିତ୍ସିତ ହେଉଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ପୋଲିସ ୧୧ ଜଣଙ୍କୁ ଗିରଫ କରିଛି।