କଟକ,୧୭/୧୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ଗିରଫ ଅର୍ଚ୍ଚନା ନାଗଙ୍କ ଜାମିନ୍ ମାମଲାରେ ଶୁଣାଣି ଗୁରୁବାର ହାଇକୋର୍ଟରେ କରାଯାଇଛି । ବିଚାରପତି ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ଇଡିଠାରୁ ଗିରଫଦାରୀ ସଂକ୍ରାନ୍ତ ରିପୋର୍ଟ ତଲବ କରିଛନ୍ତି । ଆସନ୍ତା ସୋମବାରକୁ ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ୟ୍ୟ ହୋଇଛି ।
ଅର୍ଚ୍ଚନା ତାଙ୍କୁ ବ୍ଲାକ୍ମେଲ୍ କରିବା ସହ ଅର୍ଥ ହଡ଼ପ କରୁଛନ୍ତି ବୋଲି ଅଭିଯୋଗ କରି ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ ପରିଜା ମାମଲା ରୁଜୁ କରିଥିଲେ । ଏହି ଘଟଣାରେ ପୁଲିସ୍ ଅର୍ଚ୍ଚନାଙ୍କୁ ୨୦୨୨ ଅକ୍ଟୋବରରେ ଗିରଫ କରିଥିଲା । ପରେ ମାମଲା ଇଡିକୁ ହସ୍ତାନ୍ତର କରାଯାଇଥିଲା । ପୁଲିସ୍ ପକ୍ଷରୁ ରୁଜୁ ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ଜାମିନ୍ ମିଳିସାରିଛି । ଏବେ ଇଡି ପକ୍ଷରୁ ରୁଜୁ ମାମଲାରେ ଶୁଣାଣି ଚାଲିଛି । ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ଜୟଦୀପ ପାଲ୍ ଏବଂ ଇଡି ପକ୍ଷରୁ ଆଇନଜୀବୀ ଗୋପାଳ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି ।