ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଜିଙ୍କର ଅଭାବ ରହୁଛି କି? ଜାଣନ୍ତୁ ଲକ୍ଷଣ ଓ କିପରି ଏହାର ଅଭାବକୁ କରିବେ ଦୂର

ଭୂବନେଶ୍ୱର ୧୮/୦୫: ଶରୀର ସୁସ୍ଥ ରହିବା ପଛରେ ବିଭିନ୍ନ ପୋଷକ ତତ୍ତ୍ୱର ଅବଦାନ  ରହିଥାଏ । କୌଣସି ପୋଷକ ତତ୍ତ୍ୱର ଅଭାବ ହେଲେ ତାହାର  ପ୍ରଭାବ ଶରୀରରେ ଦେଖିବାକୁ ମିଳିଥାଏ । ଏମିତି ଏକ ପୋଷକ  ତତ୍ତ୍ୱ ହେଉଛି ଜିଙ୍କ୍‌, ଯାହାର ଅଭାବରେ ଶରୀର ଅନେକ ରୋଗର ଶିକାର ହେଇଥାଏ । ଫିଟ୍‌ ରହିବା ପାଇଁ ହେଲେ ଡାଏଟ୍‌ରେ ଜିଙ୍କ୍‌ଯୁକ୍ତ ଖାଦ୍ୟକୁ ସାମିଲ୍‌ କରିବା ଉଚିତ୍‌ ।  ସୁସ୍ଥ ରହିବା ପାଇଁ ପ୍ରକୃତି ପ୍ରଦତ୍ତ ସମସ୍ତ ପୋଷକ ତତ୍ତ୍ୱର ସନ୍ତୁଳନ  ରକ୍ଷା କରିବା ଆବଶ୍ୟକ । ଶରୀର ପାଇଁ ଜିଙ୍କ୍‌ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ।   ଏହାର ଅଭାବରେ ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ   ହୋଇପଡେ । ଫଳରେ ଶରୀର ରୋଗର ଗନ୍ଥାଘର ପାଲଟିଯାଏ ।  ଜିଙ୍କ୍‌ ଅଭାବରୁ ଶରୀରରେ ଅନେକ ଲକ୍ଷଣ ଦେଖିବାକୁ ମିଳିଥାଏ । 

ଲକ୍ଷଣ:

-ଓଜନ କମିବା 

-ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହେବା

-କେଶ ଓ ତ୍ୱଚାଜନିତ ସମସ୍ୟା 

-ଦୁର୍ବଳ ଅନୁଭବ ହେବା 

ଜିଙ୍କ୍‌ର ଫାଇଦା: 

ରୋଗ ପ୍ରତିରୋଧକ ଶକ୍ତି ବଢାଏ:

ଜିଙ୍କ୍‌ ଶରୀରରେ ଟି-ଲିମ୍ପୋସାଇଟିସ୍‌ ନାମକ କୋଷିକାମାନଙ୍କୁ   ସକ୍ରିୟ କରିଥାଏ, ଯାହା ଇମ୍ୟୁନିଟି ସିଷ୍ଟମ୍‌ ପାଇଁ ମହତ୍ତ୍ୱପୂର୍ଣ୍ଣ ।  ଏହି କୋଷିକାମାନେ ଶରୀରକୁ ସଂକ୍ରମଣରୁ ରକ୍ଷା କରିବା ସହ  କର୍କଟ ଜୀବାଣୁ ସହ ଲଢିବାରେ ସମର୍ଥ ହୋଇଥାନ୍ତି । କିନ୍ତୁ ଜିଙ୍କ୍‌ର  ଅଭାବ ହେଲେ କୋଷିକାମାନେ କ୍ରମଶଃ ଦୁର୍ବଳ  ହୋଇପଡିଥାନ୍ତି ।  

ତ୍ୱଚା ପାଇଁ ଜରୁରି:

ଜିଙ୍କ୍‌ରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ  ରହିଥାଏ, ଯାହା ବ୍ରଣ ସମସ୍ୟାରୁ ମୁକ୍ତି ଦେଇଥାଏ ।  ସେହିପରି ତ୍ୱଚାକୁ ୟୁଭି କିରଣରୁ ମଧ୍ୟ ରକ୍ଷା  କରିଥାଏ । ସେଥିପାଇଁ ବଜାରରେ ଜିଙ୍କ୍‌ଯୁକ୍ତ ସନ୍‌ସ୍କ୍ରିନ୍‌   ଲୋସନ୍‌ ମିଳିଥାଏ ।  

ମାଂସପେଶୀ ପାଇଁ ଲାଭଦାୟକ:

ଜିଙ୍କ୍‌ ମାଂସପେଶୀକୁ ସୁସ୍ଥ ରଖିଥାଏ । ଏହା   ଟେଷ୍ଟୋଷ୍ଟ୍ରେରନ୍‌ର ହର୍‌ମୋନ୍‌ କ୍ଷରଣରେ ସାହାଯ୍ୟ  କରିଥାଏ । ମାଂସପେଶୀ ତିଆରିରେ ମଧ୍ୟ ସହାୟକ ହୋଇଥାଏ । 

ଜିଙ୍କ୍‌ର ଅଭାବକୁ ଦୂରାଏ:

ଅଣ୍ଡା: ଏହାକୁ ପ୍ରୋଟିନ୍‌ର ମୁଖ୍ୟସ୍ରୋତ ବୋଲି କୁହାଯାଏ ।   ଏହାବ୍ୟତୀତ ଅଣ୍ଡାରେ କ୍ୟାଲସିୟମ୍‌, ଆଇରନ୍‌, ଭିଟାମିନ୍‌ ବି୧୨, ଜିଙ୍କ୍‌ ଓ ଅନେକ ପୋଷକ ତତ୍ତ୍ୱ ମଧ୍ୟ ରହିଛି । ଶରୀରରେ  ଜିଙ୍କ୍‌ର ଅଭାବକୁ ଦୂର କରିବା ପାଇଁ ଡାଏଟ୍‌ରେ ଅଣ୍ଡାକୁ ସାମିଲ୍‌  କରିପାରିବେ ।  

ଦହି: ଦହି ଶରୀର ପାଇଁ କୌଣସି ବରଦାନଠାରୁ କମ୍‌ ନୁହେଁ ।  ଏହା ପାଚନ ତନ୍ତ୍ରକୁ ସୁସ୍ଥ କରିବା ସହ ଅନେକ ସମସ୍ୟାକୁ ମଧ୍ୟ   ଦୂର କରିଥାଏ । ଦହି ଜିଙ୍କ୍‌ରେ ଭରପୂର । 

ଛତୁ: ଏହା ବିଭିନ୍ନ ଖଣିଜ ପଦାର୍ଥ ଓ ଜିଙ୍କ୍‌ରେ ଭରପୂର ।   ଏହାବ୍ୟତୀତ କ୍ୟାଲସିୟମ୍‌, ପ୍ରୋଟିନ୍‌ ଓ ପୋଟାସିୟମ୍‌ ପରି ତତ୍ତ୍ୱ  ମଧ୍ୟ ରହିଥାଏ । ଛତୁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଏ ।  

ପାଳଙ୍ଗ: ଜିଙ୍କ୍‌ର ପ୍ରମୁଖ ସ୍ରୋତ ହେଉଛି ପାଳଙ୍ଗ । ନିୟମିତ ପାଳଙ୍ଗ   ଖାଇବା ଦ୍ୱାରା ହୃଦ୍‌ ସମସ୍ୟା, ମୋଟାପଣ ଓ ମଧୁମେହ ସମସ୍ୟା   କମ୍‌ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.