ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ପାକିସ୍ତାନୀ ଆତଙ୍କବାଦୀଙ୍କୁ ସାକ୍ଷାତ କଲେ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ଅର୍ଶଦ ନଦୀମ !

Published By : Tapas Panda | August 13, 2024 9:30 PM

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ ୨୦୨୪ରେ ଜାଭେଲିନ୍‌ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିଥିବା ପାକିସ୍ତାନର ଅର୍ଶଦ ନଦୀମ ବିବାଦ ଘେରକୁ ଆସିଛନ୍ତି । ପ୍ୟାରିସରୁ ପାକିସ୍ତାନ ଫେରିବା ପରେ ସେ ପାକିସ୍ତାନ ମର୍କଜି ମୁସଲିମ୍‌ ଲିଗ୍‌ (ପିଏମଏମଏଲ୍‌) ନେତାଙ୍କୁ ସାକ୍ଷାତ କରିଛନ୍ତି । ପିଏମଏମଏଲ୍‌ ଆତଙ୍କବାଦୀ ସଂଗଠନ ଲଶ୍କର-ଏ ତୋଇବାର ଏକ ରାଜନୈତିକ ଦଳ । 

ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ମର୍କଜି ମୁସଲିମ୍‌ ଲିଗ୍‌ର ମୁଖପାତ୍ର ତାବିଶ କୟୁମ ଏବଂ ଯୁବ ଶାଖାର ଅଧ୍ୟକ୍ଷ ହାରିସ ଡାର ନଦୀମଙ୍କୁ ତାଙ୍କ ଘରେ ସାକ୍ଷାତ କରିଛନ୍ତି । ଏନେଇ ପିଏମଏମଏଲ୍‌ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଫଟୋ ଶେୟାର କରାଯାଇ ସୂଚନା ଦିଆଯାଇଛି ।  ଏହି ସମୟରେ ପିଏମଏମଏଲ୍‌ ମୁଖପାତ୍ର ନଦୀମଙ୍କ ବାପା ମାଙ୍କୁ ମକ୍କା ଯିବା ଲାଗି ଟିକେଟ ଦେବେ ବୋଲି ଘୋଷଣା କରିଛନ୍ତି ।

ପିଏମଏମଏଲ୍‌ ଯୁବ ଶାଖାର ଅଧ୍ୟକ୍ଷ ହାରିସ ଡାର ସ୍ବର୍ଣ୍ଣ ବିଜେତା ଅର୍ଶଦ ନଦୀମଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।  ତେବେ ପିଏମଏମଏଲ୍‌ ଯୁବ ଶାଖାର ଅଧ୍ୟକ୍ଷ ହାରିସ ଡାର  ଲଶ୍କର-ଏ ତୋଇବାକୁ ଫଣ୍ଡିଂ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏପରିକି ସେ ଲଶ୍କର-ଏ ତୋଇବା ଏବଂ ଏହାର ପ୍ରତିବନ୍ଧିତ ରାଜନୈତିକ ଶାଖା ମିଲି ମୁସଲିମ୍‌ ଲିଗ୍‌ର ଯୁଗ୍ମ ସଚିବ ଥିବା କୁହାଯାଉଛି । 

ସୂଚନାଯୋଗ୍ୟ, ୮ ଅଗଷ୍ଟ ୨୦୨୪ରେ ନଦୀମ ପ୍ରଥମ ପାକିସ୍ତାନୀ ଭାବରେ ଅଲିମ୍ପିକ୍ସରେ ସୂର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ପ୍ୟାରିସ ଅଲିମ୍ପିକ୍ସରେ ଜାଭେଲିନ୍‌ ଥ୍ରୋ ପ୍ରତିଯୋଗିତାରେ ନଦୀମ ୯୨.୭ ମିଟର ଥ୍ରୋ କରି ବଡ଼ ରେକର୍ଡ ସହ ଗୋଲ୍ଡ ମେଡାଲ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ଭାରତର ନୀରଜ ଚୋପ୍ରା ଦ୍ବିତୀୟ ସ୍ଥାନ ଅଧିକାର କରିବା ସହ ସିଲଭର ମେଡାଲ ଜତିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.