ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜେଲ୍‌ରେ ଥାଇ ଦେଶବାସୀଙ୍କୁ କେଜ୍ରିଓ୍ବାଲ ଦେଲେ ୬ ଗ୍ୟାରେଣ୍ଟି, ରାମଲୀଳା ମୈଦାନରେ ହଜାର ହଜାର ଆପ୍ ସମର୍ଥକଙ୍କୁ ପଢି ଶୁଣାଇଲେ ପତ୍ନୀ ସୁନୀତା…

ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ମୈଦାନରେ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଆମ୍ ଆଦମୀ ପାର୍ଟି (ଏଏପି) ଆଜି ଏକ ମେଗା ରାଲିର ଆୟୋଜନ କରିଛି। ଏହି କାର୍ଯ୍ୟକ୍ରମରେ INDIA ମିଳିତ ମଞ୍ଚର ସମସ୍ତ ନେତା ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଲୋକସଭା ନିର୍ବାଚନ ପୂର୍ବରୁ ବଡ ଘୋଷଣା କରିଛନ୍ତି । ସେ ରାଲିରେ ସମସ୍ତଙ୍କ ସାମ୍ନାରେ ତାଙ୍କ ସ୍ୱାମୀ କେଜ୍ରିୱାଲଙ୍କ ୬ଟି ଗ୍ୟାରେଣ୍ଟିକୁ ପଢି ଶୁଣାଇଛନ୍ତି । 

ଏହି ରାଲିରେ ସୁନୀତା କେଜ୍ରିୱାଲ କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲଙ୍କ ସହ ଭାରତର ଲୋକମାନେ ଛିଡା ହୋଇଛନ୍ତି। ତାଙ୍କୁ ସବୁଦିନ ପାଇଁ ଜେଲରେ ରଖାଯାଇପାରିବ ନାହିଁ । ସୁନୀତା କେଜ୍ରିୱାଲ ତାଙ୍କର ପ୍ରଥମ ବଡ ରାଜନୈତିକ ଭାଷଣରେ ଶତାଧିକ ଆମ୍ ଆଦମୀ ପାର୍ଟି (ଏଏପି) ସମର୍ଥକଙ୍କ ସାମ୍ନାରେ ଅରବିନ୍ଦ କେଜ୍ରିୱାଲଙ୍କ ଠାରୁ ମିଳିଥିବା ବାର୍ତ୍ତା ପଡିଥିଲେ । ସୁନୀତା କେଜ୍ରିୱାଲ କହିଛନ୍ତି ଯେ, ଅରବିନ୍ଦ ଆପଣଙ୍କୁ କହିଛନ୍ତି ଯେ ମୁଁ ଆପଣଙ୍କ ଠାରୁ ଭୋଟ୍ ମାଗୁନାହିଁ। ନିର୍ବାଚନରେ କାହାକୁ ପରାସ୍ତ କରିବାରେ ମୋତେ ସାହାଯ୍ୟ କରିବାକୁ ମୁଁ ଆପଣଙ୍କୁ କହୁନାହିଁ । ମୁଁ କେବଳ ୧୪୦କୋଟି ଭାରତୀୟଙ୍କୁ ଏହି ଦେଶକୁ ଆଗକୁ ନେବାରେ ସାହାଯ୍ୟ କରିବାକୁ କହୁଛି । 

ଏବେ ଆସନ୍ତୁ ଜାଣିବା କେଜ୍ରିୱାଲ ଦେଶବାସୀଙ୍କୁ ଦେଇଥିବା ୬ ଟି ଗ୍ୟାରେଣ୍ଟି କ’ଣ…

୧. ଆମେ ସମଗ୍ର ଦେଶରେ ୨୪ଘଣ୍ଟା ବିଦ୍ୟୁତ୍ ବ୍ୟବସ୍ଥା କରିବୁ, କୌଣସି ସ୍ଥାନରେ ବିଦ୍ୟୁତ୍ କାଟ ହେବ ନାହିଁ…

୨. ଗରିବ ମାନେ ସାରା ଦେଶରେ ମାଗଣା ବିଦ୍ୟୁତ୍ ପାଇବେ…

୩. ସମସ୍ତଙ୍କୁ ସମାନ ଶିକ୍ଷା ମିଳିବ…

୪. ଆମେ ପ୍ରତ୍ୟେକ ଗ୍ରାମ ଏବଂ ସ୍ଥାନୀୟ ଅଞ୍ଚଳରେ ମୋହାଲା କ୍ଲିନିକ୍ ସ୍ଥାପନ କରିବୁ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ମାଗଣା ଚିକିତ୍ସା ବ୍ୟବସ୍ଥା କରିବୁ…

୫. ସ୍ବାମୀନାଥନ ଆୟୋଗ ଅନୁଯାୟୀ କୃଷକମାନଙ୍କୁ ସେମାନଙ୍କ ଫସଲ ପାଇଁ ଉଚିତ ମୂଲ୍ୟ ପ୍ରଦାନ କରାଯିବ…

୬. ଦିଲ୍ଲୀର ଲୋକଙ୍କୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ପ୍ରଦାନ କରିବ…

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.