ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

୮ମ ‌‌ଥର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍; ଜାଣନ୍ତୁ କିଏ ଜିତିଛି ସବୁଠାରୁ ଅଧିକ ମ୍ୟାଚ୍‌

ନୂଆଦିଲ୍ଲୀ,୧୬/୦୯: ଏସିଆ କପ୍ ୨୦୨୩ର ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ଶ୍ରୀଲଙ୍କା। ଟୁର୍ଣ୍ଣାମେଣ୍ଟର ଚୁଡ଼ାନ୍ତ ମ୍ୟାଚ୍ ସେପ୍ଟେମ୍ବର ୧୭ ରବିବାର ଦିନ କଲମ୍ବୋର ଆର.କେ ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ଭାରତ ପ୍ରଥମରୁ ଫାଇନାଲରେ ପ୍ରବେଶ କରିଥିଲା। ଏହା ପରେ ଶ୍ରୀଲଙ୍କା ସୁପର- ୪ରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲ ମ୍ୟାଚ୍ ପାଇଁ ଟିକେଟ୍ କାଟିଥିଲା। ଏସିଆ କପରେ ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ଭାରତ ଏବଂ ଶ୍ରୀଲଙ୍କା ଉଭୟ ଦଳ ଫାଇନାଲ ମ୍ୟାଚ୍‌ ଖେଳିଛନ୍ତି। ଏହାପୂର୍ବରୁ ଉଭୟ ଦଳ ଫାଇନାଲରେ ୭ ଥର ମୁହାଁମୁହିଁ ହୋଇଛନ୍ତି।

ଉଭୟଙ୍କ ମଧ୍ୟରେ ପ୍ରଥମ ଫାଇନାଲ୍ ମ୍ୟାଚ୍‌ ୧୯୮୮ ରେ ଖେଳାଯାଇଥିଲା ଯେଉଁଥିରେ ଭାରତ ଜିତିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଖେଳାଯାଇଥିବା ୭ଟି ଫାଇନାଲ ମ୍ୟାଚ୍‌ରୁ ଭାରତ ୪ ଟି ଟାଇଟଲ ଜିତି ଅଗ୍ରଣୀ ବଜାୟ ରଖିଛି। ଶ୍ରୀଲଙ୍କା ଭାରତ ବିପକ୍ଷରେ ଫାଇନାଲ ମ୍ୟାଚ୍‌ରେ ମାତ୍ର ତିନିଥର ଜିତିଛି। ଉଭୟଙ୍କ ମଧ୍ୟରେ ଦ୍ୱିତୀୟ ଫାଇନାଲ ମ୍ୟାଚ୍ ୧୯୯୧ ରେ ଖେଳାଯାଇଥିଲା, ଯେଉଁଥିରେ ଭାରତ ପୁଣି ଥରେ ବିଜୟୀ ହୋଇଥିଲା। ତା’ପରେ ୧୯୯୫ ରେ ଭାରତ ସହିତ ତୃତୀୟ ଥର ପାଇଁ ମୁହାଁମୁହିଁ ହୋଇଥିଲା ଶ୍ରୀଲଙ୍କା, କିନ୍ତୁ ଏଥିରେ ମଧ୍ୟ ଭାରତର ବାଜିମାତ୍‌ ହୋଇଥିଲା। 

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଭାରତ ତିନିଥର ଜିତି ହ୍ୟାଟ୍ରିକ୍ କରିଥିଲା। କିନ୍ତୁ ଏହା ପରେ, ୧୯୯୭, ୨୦୦୪ ଏବଂ ୨୦୦୮ ରେ ଶ୍ରୀଲଙ୍କା ଭାରତ ବିପକ୍ଷରେ ଲଗାତାର ତିନିଟି ଫାଇନାଲ ଜିତିଥିଲା ଏବଂ ହ୍ୟାଟ୍ରିକ୍ କରିଥିଲା। ସୂଚନାଥାଉକି, ଏହା ପରେ ଉଭୟଙ୍କ ମଧ୍ୟରେ ଶେଷ ଫାଇନାଲ ମ୍ୟାଚ୍‌ ୨୦୧୦ ମସିହାରେ ହୋଇଥିଲା, ଯେଉଁଥିରେ ଭାରତ ଜିତିଥିଲା ଏବଂ ଅଗ୍ରଣୀ ହାସଲ କରିଥିଲା। ୨୦୨୩ରେ ଖେଳାଯିବାକୁ ଥିବା ଟାଇଟଲ୍ ମ୍ୟାଚ୍‌ରେ କେଉଁ ଦଳ ଜିତିବ ତାହା ଦେଖିବା ମଜାଦାର ହେବ। ଫାଇନାଲ ମୁକାବିଲାରେ ଉଭୟଙ୍କ ମଧ୍ୟରେ ସ୍କୋର ବରାବର ହେବ କି ଭାରତ ଅଗ୍ରଣୀ ବଜାୟ ରଖିବ, ତାକୁ ହିଁ ଅପେକ୍ଷା। 

You can also read: 

ବିଶ୍ୱକପ୍‌ରେ ଏହି ଦୁଇ ଟିମ୍ ଟାଇଟଲ ଜିତିବାର ବଡ଼ ଦାବିଦାର , ପୂର୍ବାନୁମାନ କଲେ କୁମାର ସାଙ୍ଗାକାରା



Asia cup 2023
Final match

Copyright © 2022 - Summa Real Media Private Limited. All Rights Reserved.