ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଏସିଆନ୍‌ ହକି ଚାମ୍ପିଅନ୍ସ ଟ୍ରଫି, ଆଜି ଭାରତ-ଚୀନ ଲଢ଼େଇ

ନୂଆଦିଲ୍ଲୀ,୦୮/୦୯: ଚୀନର  ହୁଲନବୁଇର ଠାରେ ରବିବାର ଆରମ୍ଭ ହେଉଛି ଏସିଆନ୍‌ ହକି  ଚାମ୍ପିଅନ୍ସ ଟ୍ରଫି । ଏଥିରେ ମୋଟ  ୬ଟି ଦଳ ଯଥା ଚୀନ, ଭାରତ,  ଜାପାନ, ମାଲେସିଆ, ପାକିସ୍ତାନ  ଓ ଦକ୍ଷିଣ କୋରିଆ ଭାଗ ନେବେ । ପ୍ରଥମ ଦିବସରେ ମୋଟ ୩ଟି  ମ୍ୟାଚ୍‌ ରହିଛି । ଡିଫେଣ୍ଡିଂ ଚାମ୍ପିଅନ୍‌  ଭାରତ ଆସନ୍ତାକାଲି ଆୟୋଜକ ଚୀନ  ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।  ସେହିପରି ୨୦୨୧ ଚାମ୍ପିଅନ୍‌ ଦକ୍ଷିଣ କୋରିଆ ଓ ଜାପାନ ଏବଂ ମାଲେସିଆ  ଓ ପାକିସ୍ତାନ ପରସ୍ପରକୁ ଭେଟିବେ ।  ଚାମ୍ପିଅନସିପ୍‌ର ବହୁ ପ୍ରତୀକ୍ଷିତ  ଭାରତ-ପାକିସ୍ତାନ ମୁକାବିଲା  ଆସନ୍ତା ୧୪ ତାରିଖରେ ଖେଳାଯିବ । 

ଏହି ଟୁର୍ଣ୍ଣାମେଣ୍ଟ ରାଉଣ୍ଡ୍‌  ରବିନ ଗ୍ରୁପ୍‌ ପର୍ଯ୍ୟାୟ ଫର୍ମାଟରେ  ଖେଳାଯିବ । ଶ୍ରେଷ୍ଠ ପ୍ରଦର୍ଶନକାରୀ  ୪ଟି ଦଳ ସେମି ଫାଇନାଲ୍‌କୁ  ଉନ୍ନୀତ ହେବେ । ଏସିଆନ୍‌  ଚାମ୍ପିଅନ୍ସ ଟ୍ରଫିରେ ଭାରତ ସବୁଠୁ  ସଫଳ ଦଳ । ୭ଟି ସଂସ୍କରଣରୁ ଦଳ  ୪ଥର (୨୦୧୧, ୨୦୧୬, ୨୦୧୮,  ୨୦୨୩) ଚାମ୍ପିଅନ୍‌ ହୋଇସାରିଛି ।  ଗତ ସଂସ୍କରଣ ଚେନ୍ନାଇରେ  ଆୟୋଜିତ ହୋଇଥିଲା ଏବଂ ଭାରତ  ଫାଇନାଲ୍‌ରେ ୪-୩ ଗୋଲ୍‌ରେ  ମାଲେସିଆକୁ ହରାଇ ଟାଇଟଲ୍‌  ହାସଲ କରିଥିଲା । ଏଥର ଦଳ  ଟାଇଟଲ୍‌ ବଜାୟ ରଖିବା ନେଇ ଦୃଢ଼  ମନୋବଳରେ ରହିଛି । ଗତ ପ୍ୟାରିସ୍‌  ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଜ ପଦକ  ଜିତିଥିଲା । ଏହି ଦଳର ୧୦ଜଣ  ସଦସ୍ୟ ସ୍ଥାନ ବଜାୟ ରଖିଛନ୍ତି । ଷ୍ଟାର୍‌  ଖେଳାଳି ହର୍ମନପ୍ରୀତ ସିଂହ ଦଳର  ନେତୃତ୍ୱ ନେବେ । ଆୟୋଜକ ଚୀନ  ବିପକ୍ଷରେ ଭାରତର ପଲା ଭାରି  ରହିବ । ଚୀନ ୨୦୧୨, ୨୦୧୩ରେ  ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲା । 

ଭାରତୀୟ ଦଳ ଆସନ୍ତା ୯  ତାରିଖରେ ଜାପାନ, ୧୧ ତାରିଖ  ମାଲେସିଆ, ୧୨ତାରିଖ ଦକ୍ଷିଣ  କୋରିଆକୁ ଭେଟିବ । ୧୪ତାରିଖ  ଅନ୍ତିମ ମୁକାବିଲାରେ ଦଳ  ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ  ବିପକ୍ଷ ମ୍ୟାଚ୍‌ ଖେଳିବ । ଆସନ୍ତା  ୧୬ତାରିଖରେ ଉଭୟ ସେମି  ଫାଇନାଲ୍‌ ଏବଂ ୧୭ତାରିଖରେ  ଫାଇନାଲ୍‌ ମୁକାବିଲା ଖେଳାଯିବ । 

ଭାରତୀୟ ଦଳ: ଗୋଲକିପର-କ୍ରିଷନ ବାହାଦୂର ପାଠକ, ସୂରଜ  କରକେରା³ ଡିଫେଣ୍ଡର- ଜର୍ମନପ୍ରୀତ  ସିଂହ, ଅମିତ ରୋହିଦାସ,  ହର୍ମନପ୍ରୀତ ସିଂହ, ଯୁଗରାଜ ସିଂହ,  ସଞ୍ଜୟ, ସୁମିତ³ ମିଡ୍‌ଫିଲ୍ଡର- ରାଜ  କୁମାର ପାଲ, ନୀଳକାନ୍ତ ଶର୍ମା,  ବିବେକ ସାଗର ପ୍ରସାଦ, ମନପ୍ରୀତ  ସିଂହ, ମହମ୍ମଦ ରାହିଲ ମୌସିନ³  ଫରୱାର୍ଡ- ଅଭିଷେକ, ସୁଖଜୀତ  ସିଂହ, ଅରଇଜିତ ସିଂହ ହୁଣ୍ଡାଲ,  ଉତ୍ତମ ସିଂହ, ଗୁରଜୋତ ସିଂହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.