ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ଆସିକା ଲୋକସଭା ମଇଦାନ୍‌ରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର୍, ପ୍ରାର୍ଥୀ ଘୋଷଣା କରୁନି କଂଗ୍ରେସ

Image source:

ବ୍ରହ୍ମପୁର,୨୦/୦୪: ଆସିକା ଲୋକସଭା ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣକୁ ଆଉ ମାସେ ସମୟ  ଅଛି । ମେ ୨୦ରେ ନିର୍ବାଚନ ।ବିଜେଡି  ଓ ବିଜେପି ପ୍ରାର୍ଥୀ ଘୋଷଣା ପରେ ପ୍ରଚାର ଜୋରଦାର ହୋଇଛି । କିନ୍ତୁ  କଂଗ୍ରେସ ଏଯାବତ୍‌ ପ୍ରାର୍ଥୀ ଘୋଷଣା  ନକରିବା ଯୋଗୁଁ କର୍ମୀ ମହଲରେ ନୈରାଶ୍ୟ ଦେଖାଦେଇଛି । ସବୁଠୁ  ବଡ଼ କଥା, ଏହି ଆସନରେ ପ୍ରାର୍ଥୀ  ହେବାକୁ କଂଗ୍ରେସର କୌଣସି ନେତା  ଏଯାବତ୍‌ ଦାବିଦାର ନାହାନ୍ତି । କେତେକ  ନିର୍ବାଚନରେ ଏହି ଆସନ ସିପିଆଇକୁ  ଛାଡ଼ି ଦେଉଥିବା ନଜିର ରହିଛି ।  ତେବେ ଚଳିତ ନିର୍ବାଚନରେ ଓଡ଼ିଶାରୁ  ସିପିଆଇ ଗୋଟିଏ ଲୋକସଭା  ଆସନ ଜଗତସିଂହପୁରରୁ ଲଢ଼ିବାକୁ  ଘୋଷଣା କରିଥିବା ବେଳେ ଆସିକା  ଆସନ ପ୍ରତି ଦୃଷ୍ଟି ଦେଇନାହିଁ । ତେଣୁ  ଏଠାରେ କଂଗ୍ରେସ ପ୍ରାର୍ଥୀ ଦେବା  ନିଶ୍ଚିତ ହୋଇଥିଲେ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ  ଘୋଷଣା ନହେବା ରାଜନୀତି ମହଲରେ ଆଲୋଚନାର ବିଷୟ ହୋଇଛି । 

୨୦୨୨  ପଞ୍ଚାୟତ ନିର୍ବାଚନରେ କଂଗ୍ରେସ  ବିପର୍ଯ୍ୟୟ ସାମ୍‌ନା କରିବା ପରେ ଏଭଳି  ପରିସ୍ଥିତି ଉପୁଜିଥିବା କର୍ମୀ ମହଲରେ  ଚର୍ଚ୍ଚା ହେଉଛି। ଏପରିକି ପୂର୍ବ ବରିଷ୍ଠ  କଂଗ୍ରେସ ନେତାଙ୍କ ପରିବାରର  ମଧ୍ୟ କେହି ପ୍ରାର୍ଥୀ ହେବାକୁ ଅମଙ୍ଗ  ହେଉଥିବା ଅନୁଧ୍ୟାନରୁ ଜଣାପଡ଼ିଛି ।  ପୁରୁଖା ନେତା ମନୋରଞ୍ଜନ ପଣ୍ଡା  ଆବେଦନ କରିଥିବା ସୂଚନା ମିଳିଛି ।  କିନ୍ତୁ ଦଳୀୟ ହାଇକମାଣ୍ଡ ଏଯାବତ୍‌  ପ୍ରାର୍ଥୀ ମନୋନୟନରେ ମୋହର  ମାରି ନାହାନ୍ତି । ଅନ୍ୟପକ୍ଷରେ ଆସିକା  ଲୋକସଭା କ୍ଷେତ୍ର ଅନ୍ତର୍ଗତ ୭ଟି  ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ  ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ପ୍ରଚାର  ସରଗରମ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.