ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଆସାମରେ ବନ୍ୟା ସ୍ଥିତି ଭୟଙ୍କର, ଗଲାଣି ୩୯ ଜୀବନ

ନୂଆଦିଲ୍ଲୀ,୨୩/୬:  ଆସାମର ଏବେ ମଧ୍ୟ ନିୟନ୍ତ୍ରଣକୁ ଆସିନି ବନ୍ୟା ସ୍ଥିତି। ବ୍ରହ୍ମପୁତ୍ର ଓ ଏହାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ତେଣୁ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏବେ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ୩୯ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ସେପଟେ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବା ବେଳେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି ।

ରାଜ୍ୟ ବିପର୍ଯ୍ୟୟ ମୁକାବିଲା କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ୧୨ ଜିଲ୍ଲାରେ ଏବେ ମଧ୍ୟ ସ୍ଥିତି ସଙ୍ଗୀନ ରହିଛି । ଏବେ ପ୍ରାୟ ୧,୦୨୭ ଗ୍ରାମ ପାଣିଘେରରେ ରହିଛି । ୨,୬୩,୪୫୨ ଲୋକଙ୍କୁ ତଳିଆ ଅଞ୍ଚଳରୁ ଉଦ୍ଧାର କରାଯାଇ ବିଭିନ୍ନ ସୁରକ୍ଷିତ ସ୍ଥାନ ଓ ଆଶ୍ରୟସ୍ଥଳୀରେ ଥାଇଥାନ କରାଯାଇଛି । ସେଠାରେ ସେମାନଙ୍କୁ ସମସ୍ତ ଆବଶ୍ୟକୀୟ ସେବା ଯୋଗାଇ ଦିଆଯାଉଛି । ଜରୁରୀ ସହାୟତା ପାଇଁ ଏକ କଣ୍ଟ୍ରଲ ରୁମ ଖୋଲାଯାଇଛି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ରାଜ୍ୟର ସମସ୍ତ ରାଜ୍ୟର ସମସ୍ତ ଜରୁରୀ ବିଭାଗ ଉଦ୍ଧାର ଅପରେସନରେ ନିୟୋଜିତ ହୋଇଛନ୍ତି । ପର୍ଯ୍ୟାପ୍ତ ପରିମାଣର ଔଷଧ, ଜରୁରୀ ତଥା ଶୁଖିଲା ଖାଦ୍ୟ ସାମଗ୍ରୀ, ଅସ୍ଥାୟୀ ତମ୍ବୁ ଉପକରଣ ଆଦି ଯୋଗାଇ ଦେବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ଆସାମ ରାଜ୍ୟସ୍ବ ବିଭାଗର ପ୍ରାଥମିକ ଆକଳନ ଅନୁସାରେ, ରାଜ୍ୟରେ ପ୍ରାୟ ୩,୯୯୫ ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହୋଇଛି । ସର୍ବାଧିକ ୧୪୦୮ ହେକ୍ଟର କେବଳ କମାରୁପ ଜିଲ୍ଲାରେ ରହିଥିବା ବେଳେ ଅବଶିଷ୍ଟ ୭୩୩ କ୍ଷତିଗ୍ରସ୍ତ ଚାଷଜମି ଡାରଙ୍ଗ ଜିଲ୍ଲାରେ ରହିଛି । ଏବେ ଉଦ୍ଧାର କାର୍ଯ୍ୟକୁ ଫୋକସ ଦିଆଯାଉଛି । ବନ୍ୟା ସ୍ଥିତିରେ ସୁଧାର ଆସିବା ପରେ ଚାଷ କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରାଯିବ । ସେହି ଆଧାରରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ରାଶି ମଧ୍ୟ ସରକାର ପ୍ରଦାନ କରିବା ପାଇଁ ଯୋଜନା କରିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.