ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାରରେ ନିଶା ସେବନ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ, ଆସିପାରେ ବଡ ବିପଦ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ-ନକ୍ଷତ୍ର ସମସ୍ତ ଜୀବନରେ ଶୁଭ ବା ଅଶୁଭ ଫଳ ପ୍ରଦାନ କରିଥାଏ। ଅନେକ ଥର,ଜାଣିଶୁଣି କିମ୍ବା ଅଜାଣତରେ, ଆମେ ଏପରି ଭୁଲ୍ କରିଥାଉ ଯାହା ଜୀବନକୁ ପ୍ରଭାବିତ କରିଥାଏ । ଆଉ ମଣିଷ ବୁଝି ବି ପାରେନି କି ସେ କେଉଁ କାରଣରୁ ଫଳ ଭୋଗୁଛନ୍ତି ।ନିଶା ଅଭ୍ୟାସ ଲୋକଙ୍କ ଜୀବନକୁ ନଷ୍ଟ କରି ଦେଇଥାଏ। ଯଦି ଆପଣ କାର କିମ୍ବା ଆଉ କେଉଁଠି ମଦ ପିଉଛନ୍ତି ତେବେ ସାବଧାନ । ନ ହେଲେ ଗ୍ରହ ଆପଣଙ୍କୁ ଶାରୀରିକ ସହିତ ଆର୍ଥିକ କ୍ଷେତ୍ରରେ ମଧ୍ୟ ହାନି ପହଞ୍ଚାଇବ । ଜାଣନ୍ତୁ ମଦ ପିଇବାଦ୍ବାରା କେଉଁ ଗ୍ରହ ଖରାପ ହୋଇଥାଏ। 

ଶାସ୍ତ୍ରନୁଯାୟୀ ମଦ ଓ ମାଂସହାରୀ ଭୋଜନ ରାକ୍ଷାସଙ୍କ ପଦାର୍ଥ ବୋଲି ଜଣାଯାଏ। ଏହାର ସେବନ ଦ୍ବାରା ଶନି କ୍ରୋଧିତ ହୁଅନ୍ତି। ଯେବେ ଜଣେ ବ୍ୟକ୍ତି  ମଦ ପିଇବା ଆରମ୍ଭ କରେ  ତେବେ ଶନି ହାନିକାରକ ହୋଇଯାଆନ୍ତି । ନିଶା ଅଭ୍ୟାସ ପାଇଁ ରାହୁ ମଧ୍ୟ ଅଟନ୍ତି । ରାହୁ ମଧ୍ୟ ଅଶୁଭ ଫଳ ପ୍ରଦାନ କରନ୍ତି ।  ଧନହାନି ସହିତ ମାନସମ୍ମାନ ବି ଯାଇଥାଏ। ସ୍ବାସ୍ଥ୍ୟ ଓ ଦାମ୍ପତ୍ୟ ଜୀବନରେ ମଧ୍ୟ ରାହୁଙ୍କ କୁପର୍ଭାବ ପଡିଥାଏ। 

ଭୋଗିବାକୁ ପଡିଥାଏ ଏହି ପରିଣାମ

ନିଶାରେ ଜଣେ ବ୍ୟକ୍ତିର ବୁଦ୍ଧି ନଷ୍ଟ ହୋଇଯାଏ। ସେ ଭୁଲ ଠିକ ବୁଝିପାରେନି । ଆଉ ଅନୈତିକ କାମ ଆରମ୍ଭ କରିଦିଏ। ଯାହାର ପରିଣାମ ସୂରୁପ ସେ ଶନିଙ୍କ ପ୍ରକୋପର କାରଣ ହୋଇଥାଏ। ଏଭଳି ପରିସ୍ଥିତିରେ ସେହି ବ୍ୟକ୍ତିଙ୍କୁ ରୋଗ ଓ ଧନହାନୀ ଭଳି ସମସ୍ୟା ଦେଖାଦେଇଥାଏ। କାର, ଘର କିମ୍ବା ଅନ୍ୟ କେଉଁସ୍ଥାାନରେ ମଦ ଓ ମାଂସ ଖାଇବା ଧାର୍ମିକ ଦୃଷ୍ଟିରୁ ଠିକ ନୁହେଁ। ଗାଡିର ସମ୍ବନ୍ଧ ଜ୍ୟୋତିଷରେ ଶୁକ୍ର ଓ ଶନି ଗ୍ରହ ଭାବରେ ଜଣାଯାଏ। ଶୁକ୍ରଗ୍ରହ ଯେଉଁଠି ବିଳାସପୂର୍ଣ୍ଣ ଜୀବନ ପ୍ରଦାନ କରିଥାଏ ସେହିଭଳି ଶନି କର୍ମ ଆଧାରରେ ଫଳ ପ୍ରଦାନ କରିଥାଏ। ଶୁକ୍ରଙ୍କ ସମ୍ବନ୍ଧ ଲକ୍ଷ୍ମୀଙ୍କ ସହିତ ରହିଛି। ଆଉ ଲକ୍ଷ୍ମୀଙ୍କୁ ପରିସ୍କାର ପରିଚ୍ଛନ୍ନ ଓ ଶୁଦ୍ଧତା ଅଧିକ ପ୍ରିୟ ଅଟେ। ସେହିପରି ଶନିଙ୍କୁ ଅନୁଶାସନ ଓ ନିୟମ ପ୍ରିୟ ଅଟେ। ସେଥିପାଇଁ କାରରେ ଏହି ସବୁ କାର୍ଯ୍ୟ କରିବା କଥା ନୁହେଁ। ଏଥୁରେ ଦୁଇଟି ଯାକ ଗ୍ରହ ଅଶୁଭ ଫଳ ପ୍ରଦାନ କରିଥାଏ। ଯଦି କାରରେ କିଛି ଦେବାଦେବୀଙ୍କ ଫଟୋ ଆଦି ଲଗାଉଛନ୍ତି ତେବେ କେବେବି ମଦ-ମାଂସ ଆଦି କାରରେ ସେବନ କରନ୍ତୁନି। କାରକୁ ସବୁବେଳେ ସଫା ରଖନ୍ତୁ। 

ନିଶା ସେବନରୁ ମୁକ୍ତି ପାଇବାର ଉପାୟ

୧.ଶିବଙ୍କ ଅଂଶ ରୁଦ୍ରାକ୍ଷ ଖରାପ ସାଙ୍ଗ ଓ ଅଭ୍ୟାସକୁ ଦୂର କରିବା ପାଇଁ ବହୁତ ପ୍ରଭାବଶାଳୀ ବୋଲି ବିଶ୍ବାସ ରହିଛି। ନିଶା ଅଭ୍ୟାସରୁ ମୁକ୍ତି ପାଇବା ପାଇଁ ପଞ୍ଚଧାତୁର ଏକମୁଖୀ ରୁଦ୍ରାକ୍ଷ ପିନ୍ଧିବା ଉଚିତ ।  ଏଥିପାଇଁ ବିଶେଷଜ୍ଞଙ୍କ ପରାମର୍ଶ ମଧ୍ୟ ନିଅନ୍ତୁ |

୨. ରବିବାର ବା ଶୁକ୍ରବାର ଦେବୀଙ୍କ ଉପାସନା କରନ୍ତୁ । 

୩. ନିଶା ସେବନରୁ ମୁ୍କ୍ତି ପାଇବା ପାଇଁ ଶୁକ୍ରବାର ଦିନ ବ୍ରତ ରଖନ୍ତୁ ଓ ଦାନ ଦିଅନ୍ତୁ । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.