ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଜମିବାଡ଼ି ମାମଲାକୁ ନେଇ ସଂଘବଦ୍ଧ ଆକ୍ରମଣ, ୩ ଗୁରୁତର

ଚାନ୍ଦବାଲି, ୩୧।୩: ଭଦ୍ରକ ଜିଲ୍ଲା ପୀରାହାଟ ଥାନା ଅଧିନସ୍ଥ ଉତ୍ତର ଦୌଲତପୁରରେ ଜମିବାଡ଼ି ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା । ଏକ ବାଲି ବୋଝେଇ ଗାଡ଼ିକୁ ଅନ୍‌ଲୋଡିଂ ବେଳେ  ଅପରପକ୍ଷ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୩ ଜଣ ଆହତ ହୋଇଥିଲେ । ପରେ ଆହତଙ୍କୁ ମେଡିକାଲ ପଠାଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସର ନିରବତା ଏବଂ ପକ୍ଷପାତିତା ନେଇ  ଅଭିଯୋଗ ହୋଇଛି । 

ଏହି ଗ୍ରାମର ଉମାକାନ୍ତ ପାଢ଼ୀଙ୍କ ଅଭିଯୋଗ ଅନୁଯାୟୀ, ଜମିବାଡ଼ି ଘଟଣାରେ ବିବାଦ ଉଗ୍ରରୂପ ନେଇଥିଲା । ଏକ ବାଲି ବୋଝେଇ ଗାଡ଼ି ଅନ୍‌ଲୋଡ୍ କରିବା ବେଳେ ସଂଘବଦ୍ଧ ଭାବେ ରଡ୍, ବାଡ଼ି ଓ ଠେଙ୍ଗାରେ ଆକ୍ରମଣ କରିଥିଲେ । ଲୁହା ରଡ୍‌ ଆକ୍ରମଣରେ ଏକାଧିକ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କର ମୁଣ୍ଡ, ଗୋଡ଼, ଛାତି, ପିଠି ଓ ହାତ ଆଦି ରକ୍ତାକ୍ତ ଓ କ୍ଷତାକ୍ତ ହୋଇପଡ଼ିଥିଲା । ୩ ଜଣ ଗୁରୁତରଙ୍କ ମଧ୍ୟରୁ ଜଣେ ଜୀବନ ମରଣ ସହ ସଂଗ୍ରାମ କରୁଛି । 

ଘଟଣାକୁ ନେଇ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅଭିଯୁକ୍ତ ପକ୍ଷରୁ ପୋଲିସକୁ ଏକ ମିଥ୍ୟା ଏତଲା ଦେଇ ଗ୍ରାମବାସୀଙ୍କୁ ଫସେଇବା ପାଇଁ ଉଦ୍ୟମ ଚଳାଇଥିବାରୁ ଗ୍ରାମବାସୀ ଏହାର ତୀବ୍ର ବିରୋଧ କରିଛନ୍ତି । ସଠିକ୍ ତଦନ୍ତ କରି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆ ନ ଗଲେ ପୋଲିସ ବିରୋଧରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିକଟରେ ଗୁହାରୀ କରିବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି । ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବାରୁ ଗାଁରେ ଉତ୍ତେଜନା ଦେଖାଦେଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.