ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ହସ୍ପିଟାଲକୁ ଢାଲ କରି ଲୁଚିଥିଲେ ହମାସ ଆତଙ୍କୀ, ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ୨୨ ମୃତ

ନୂଆଦିଲ୍ଲୀ,୧୧।୧୧: ଇସ୍ରାଏଲ ହମାସ ଯୁଦ୍ଧ ଭିତରେ ଗାଜା ପଟିର ଏକ ହସ୍ପିଟାଲ ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୨୨ ଜଣ ନିହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ଇସ୍ରାଏଲକୁ ଦାୟୀ କରିଛି ପାଲେଷ୍ଟାଇନ୍‌। ତେବେ ଇସ୍ରାଏଲ ଡିଫେନ୍ସ ଫୋର୍ସ ଅଭିଯୋଗକୁ ଖଣ୍ଡନ କରିଛି। ମିଡିଆ ରିପୋର୍ଟ ଅନୁସାରେ, ଗାଜାର ଅଲ୍‌ ଶିଫା ହସ୍ପିଟାଲକୁ ଦୁଇ ଦିନ ହେବ ଇସ୍ରାଏଲ ଘେରି ରଖିଥିଲା। ଇସ୍ରାଏଲର କହିବା ଅନୁସାରେ, ଏଠାରେ ଆତଙ୍କବାଦୀମାନେ ଲୁଚି ରହିଥିଲେ।

ଗାଜାର ଉତ୍ତର ଯୁଦ୍ଧ କ୍ଷେତ୍ରରୁ ଜୀବନ ବଞ୍ଚାଇ ପଳାୟନ କରୁଥିବା ପାଲେଷ୍ଟାଇନ୍ ନାଗରିକ କହିଛନ୍ତି, ଗାଜା ସହରର ମଧ୍ୟଭାବରେ ଥିବା ଶିଫା ହସ୍ପିଟାଲରେ ଶରଣ ନେଇଥିବା ହଜାର ହଜାର ଲୋକ ରାତି ସାରା ହୋଇଥିବା ବିସ୍ଫୋରଣ ପରେ ସେଠାରୁ ପଳାଇ ଯାଇଥିଲେ । ଇସ୍ରାଏଲ-ହମାସ ଭିତରେ ଚାଲିଥିବା ଯୁଦ୍ଧ ଭିତରେ ହସ୍ପିଟାଲରେ ୮୦,୦୦୦ ଲୋକ ଶରଣ ନେଇଥିଲେ। ହସ୍ପିଟାଲରୁ ଶୁକ୍ରବାର ପଳାୟନ କରିଥିବା କିଛି ଲୋକ କହିଛନ୍ତି, ବିଲ୍ଡିଂ ଭିତରେ ଶତାଧିକ ଲୋକ ଓ ରୋଗୀ ଚିକିତ୍ସକ ଅଛନ୍ତି। ସେଭଳି ଫୋନ୍ ଓ ଇଣ୍ଟରନେଟ୍ ସେବା ବନ୍ଦ ହେବା କାରଣରୁ ଶିଫା ହସ୍ପିଟାଲର ଡାକ୍ତରଙ୍କ ସହିତ ଯୋଗାଯୋଗ ହୋଇପାରୁନି। 

ହମାସ ଶାସିକ ଗାଜାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଇସ୍ରାଏଲ-ହମାସ ଯୁଦ୍ଧରେ ନିହତ ଲୋକଙ୍କୁ ପାଲେଷ୍ଟାଇନ୍‌ ନାଗରିକଙ୍କ ସଂଖ୍ୟା ୧୧,୦୦୦ ପାର କରିଯାଇଛି। ଇସ୍ରାଏଲ ଆକ୍ରମଣରେ ଗାଜାସ୍ଥିତି ଆବାସିକ ୟୁନିଟ୍‌ରେ ଅଧାରୁ ଅଧିକ କ୍ଷତି ହୋଇଛି ଓ ସେଥିରୁ ୪୦ ହଜାରରୁ ଅଧିକକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦିଆଯାଇଛି। ଗାଜାରେ ୫୦ ପ୍ରତିଶତରୁ ଅଧିକ  ଆବାସିକ ଘର ଉପରେ ଇସ୍ରାଏଲ ରକେଟ୍‌ ମାଡ ଓ ଗୁଳିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଛି। ୪୦ ହଜାରୁ ଅଧିକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। 

  • Israel Hamas war
  • Copyright © 2022 - Summa Real Media Private Limited. All Rights Reserved.