ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସପିଂ ମଲ୍‌ରେ ଛୁରାମାଡ଼ : ୬ ମୃତ, ପୋଲିସ ଗୁଳିରେ ଆକ୍ରମଣକାରୀ ନିହତ

ସିଡ୍‌ନୀ,୧୩।୪: ଅଷ୍ଟ୍ରେଲିଆର ସିଡ୍‌ନୀରେ ଥିବା ଏକ ସପିଂ ମଲ୍‌ରେ ଛୁରାମାଡ।  ସପିଂ ମଲ୍‌ ଭିତରେ ଛୁରାମାଡ  ଯୋଗୁଁ ୬ ଜଣଙ୍କର ମୃତ୍ୟୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବାର ସୂଚନା ମିଳିଛି। ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ସଂଖ୍ୟା ୨ ବୋଲି କୁହାଯାଉଛି। ତାଙ୍କ ଭିତରେ ଜଣକୁ ଅଷ୍ଟ୍ରେଲିଆ ପୋଲିସ ଗୁଳିକରି ମାରିବାରେ ସଫଳ ହୋଇଛି। ଉଲ୍ଲେଖନୀୟ ଯେ, ଏହି ଘଟଣା ଓ୍ବେଷ୍ଟଫିଲ୍ଡ ବଣ୍ଡି ଜଙ୍କସନ୍‌ ମଲ୍‌ରେ ସେତେବେଳେ ହୋଇଥିଲା ଯେତେବେଳେ ଶନିବାର ମଧ୍ୟାହ୍ନରେ କିଣାବିକା ପାଇଁ ସେଠାରେ ପ୍ରବଳ ଭିଡ ରହିଥିଲା। 

ରିପୋର୍ଟ ମୁତାବକ, ଶୁକ୍ରବାର ଓ୍ୱେଷ୍ଟଫିଲ୍ମ ବୋନି ଜଙ୍କସନ ସପିଂ ସେଣ୍ଟରରେ ଏହି ଘଟଣା ଘଟିଛି। ଏଠାରେ ଦୁଇ ଜଣ ଦୁର୍ବୃତ୍ତ ସପିଂ ମଲରେ ଥିବା ଲୋକଙ୍କ ଉପରୁ ଛୁରା ମାଡ କରିଥିଲେ। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଗୁଳିରେ ଦୁଇ ଆକ୍ରମଣକାରୀ ମଧ୍ୟ ନିହତ ହୋଇଛି।

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଶୁକ୍ରବାର ଅପରାହ୍ନ ୪ଟା ବେଳେ ଏହି ଘଟଣା ଘଟିଥିଲା।   ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କୁ ଗୁଳି କରିବା ସହ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ସେହିପରି ସପିଂ ମଲ୍‌ ଭିତରେ ଥିବା ଅନ୍ୟ ଲୋକଙ୍କୁ ସୁରକ୍ଷିତ ଭାବେ ବାହରକୁ ବାହାର କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.