ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ, ଅଷ୍ଟ୍ରେଲିଆକୁ ୨୦୬ ରନ୍‌ର ଟାର୍ଗେଟ ଦେଲା ଭାରତ

Image Courtesy: espncricinfo

ସେଣ୍ଟ ଲୁସିଆ: ଟି-୨୦ ବିଶ୍ବକପର ସୁପର-୮ରେ ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ରନ୍ ବର୍ଷା କରିଛନ୍ତି କ୍ୟାପ୍ଟେନ ରୋହିତ ଶର୍ମା ।   ଶତକ କରିବାରୁ ୮ ରନ ଦୂରରେ ରହିଥିଲେ ବି ଫ୍ୟାନ୍ସଙ୍କ ହୃଦୟ ଜିଣିଛନ୍ତି ରୋହିତ ଶର୍ମା । ୪୧ ବଲ୍‌ରେ ୮ ଛକା ଏବଂ ୭ ଚୌକା ସହ ୯୨ ରନ୍‌ କରି ସେ ଆଉଟ୍‌ ହୋଇଛନ୍ତି । ଆଜିର ମ୍ୟାଚ୍‌ରେ ବିରାଟ କୋହଲି ପୁଣି ଥରେ ଫ୍ଲଫ୍ ସାବ୍ୟସ୍ତ ହୋଇଛନ୍ତି । ଖାତା ଖୋଲିପାରି ନାହାନ୍ତି କିଙ୍ଗ କୋହଲି । 

ଆଜି ରୋହିତ ଶର୍ମା ଦମଦାର ପ୍ରଦର୍ଶନ କରିଥିବା ବେଳେ ଭାରତୀୟ ଟିମ୍‌  ରେକର୍ଡ ସ୍କୋର କରିପାରେ ବୋଲି କୁହାଯାଉଥିଲା । ହେଲେ ରୋହିତ ଆଉଟ ହେବା ପରେ ଜଣ ପରେ ଜଣେ ବ୍ୟାଟର ଆଉଟ୍‌ ହୋଇଥିଲେ ।

ରୋହିତଙ୍କ ବ୍ୟତୀତ ଋଷଭ ପନ୍ତ (୧୫), ସୂର୍ଯ୍ୟକୁମାର ଯାଦବ (୩୧), ଶିବମ ଦୁବେ (୨୮), ହାର୍ଦ୍ଦିକ ପାଣ୍ଡ୍ୟା (୨୭*) ଏବଂ ରବିନ୍ଦ୍ର ଜାଡେଜା (୯*)ଙ୍କ ବଳରେ ଦଳ ୫ ଓ୍ବିକେଟ ହରାଇ ୨୦୫ ରନ୍‌ କରିଛି । ଅଷ୍ଟ୍ରେଲିଆକୁ ୨୦୬ ରନ୍‌ର ଟାର୍ଗେଟ ଦେଇଛି ଟିମ୍‌ ଇଣ୍ଡିଆ । ସେପଟେ ଅଷ୍ଟ୍ରେଲିଆ ଟିମ୍‌ ଆଜି ବହୁ ଚେଷ୍ଟା କରିବା ସତ୍ତ୍ବେ ରୋହିତ ଶର୍ମାଙ୍କୁ ଅଟକାଇବାକୁ ବିଫଳ ହୋଇଥିଲେ । ଶେଷରେ ମିଚେଲ୍‌ ଷ୍ଟାର୍କ ତାଙ୍କୁ ବୋଲ୍ଡ କରି ପ୍ୟାଭିଲିୟନ ଫେରାଇଥିଲେ । ମାର୍କସ ଷ୍ଟୋଇନିସ୍‌ ଏବଂ ମିଚେଲ ଷ୍ଟାର୍କ ୨ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି । ଜୋସ୍‌ ହାଜେଲଉଡ୍‌ ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି ।

 

  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.