ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଷ୍ଟ୍ରେଲିଆ କମ୍ପାନିର ନିଆର ପ୍ରୟାସ, ଜୀବିତ ହେବା ଉଦ୍ଦେଶ୍ୟରେ ମୃତକଙ୍କୁ ବରଫ ସମାଧି

ମୁମ୍ବାଇ ୩୦/୦୫: ଅଷ୍ଟ୍ରେଲିଆର ସିଡ୍‌ନୀରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଶରୀରକୁ ବରଫରେ ସମାଧି ଦିଆଯାଇଛି । ଏହା ପଛର ଉଦ୍ଦେଶ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଭବିଷ୍ୟତରେ ମୃତକଙ୍କ ଜୀବନ ଫେରିପାଇବାର ଆଶା ନେଇ ଏପରି କରାଯାଇଛି । ଅଷ୍ଟ୍ରେଲିଆର ଏହା ପ୍ରଥମ ଘଟଣା । ସ୍ଥାନୀୟ କମ୍ପାନି ସଦର୍ନ କ୍ରାୟୋନିକ୍ସ ଏ ବିଷୟରେ ଘୋଷଣା କରି କହିଛି, ଏହା ସଫଳତାପୂବକ ନିଜର ପ୍ରଥମ ମୃତ ଗ୍ରାହକଙ୍କୁ ବରଫରେ ସମାଧି ଦେଇଛି । ଏଥିପାଇଁ କମ୍ପାନି ୧୭୦,୦୦୦ ଡଲାର ପାରିଶ୍ରମିକ ନେଇଛି । 

ଚଳିତ ମାସ ଆରମ୍ଭରେ ୮୦ ବର୍ଷୀୟ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । କମ୍ପାନି ତାଙ୍କୁ ‘ପ୍ରଥମ ରୋଗୀ’ ନାମରେ ସମ୍ବୋଧନ କରିଛି । ମୃତ୍ୟୁ ପରେ ସଙ୍ଗେସଙ୍ଗେ ତାଙ୍କ ଶରୀରକୁ ବରଫରେ ଆବୃତ୍ତ କରି ହସ୍‌ପିଟାଲର କୁଲିଂ ରୁମ୍‌ରୁ ଅନ୍ତିମ ସଂସ୍କାର ଗୃହକୁ ନିଆଯାଇଥିଲା । ତା’ପରେ ମୃତ ଶରୀରକୁ ସଂରକ୍ଷଣ ନିମନ୍ତେ ହସ୍‌ପିଟାଲ କର୍ମଚାରୀ ଓ ଡାକ୍ତର ଅବିରତ ୧୦ ଘଣ୍ଟା ପରିଶ୍ରମ କଲେ । ଏହି ପ୍ରୟାସ ସଫଳ ହେବା ପରେ କମ୍ପାନି ଖୁସି ବ୍ୟକ୍ତ କରିଛି ଏବଂ ଏହାକୁ ନିଜର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି କହିଛି । ଶବକୁ ସ୍ଥାୟୀ ଭାବେ ବରଫ ଭିତରେ ସମାଧି ଦେବା ଲାଗି କମ୍ପାନିର ଟିମ୍‌ ଇସିଏମ୍‌ଓ ମେସିନ୍‌ର ସଦ୍ୟତମ ପ୍ରକାରକୁ ପ୍ରୟୋଗ କରିଥିଲେ । ଏହା ଓପନ୍‌ ହାର୍ଟ ସର୍ଜରିରେ ବ୍ୟବହୃତ ହାର୍ଟଲଙ୍ଗ୍‌ ବାଇ-ପାସ୍‌ ମେସିନ୍‌ର ଏକ ପ୍ରକାର । 

ମୃତକଙ୍କୁ ପ୍ରଥମେ ସୁରକ୍ଷିତ ଭାବେ ତରଳ ନାଇଟ୍ରୋଜେନ୍‌ଯୁକ୍ତ ଏକ ସ୍ୱତନ୍ତ୍ର ସ୍ଲିପିଂ ବ୍ୟାଗ୍‌ ଭିତରେ ଭର୍ତ୍ତି କରାଗଲା । ଏହା ପରେ ତାଙ୍କୁ ଡ୍ରାଏ ଆଇସ୍‌ ତାପମାତ୍ରାରେ ଥଣ୍ଡା କରାଗଲା ଏବଂ ତା’ପରେ କମ୍ପାନିର ହୋଲ୍‌ବ୍ରୁକ୍‌ ଫାସିଲିଟିକୁ ପଠାଗଲା । ତା’ପରେ ଶରୀରକୁ ଧୀରେ ଧୀରେ କମ୍ପାନିର କୁଲିଂ ଚାମ୍ବରରେ ବିଯୁକ୍ତ ୨୦୦ ଡିଗ୍ରୀ ସେଲ୍‌ସିୟସ୍‌ର ତରଳ ନାଇଟ୍ରୋଜେନ୍‌ ତାପମାତ୍ରାକୁ ଅଣାଗଲା । ତେବେ ଏହି ପ୍ରକ୍ରିୟା ପଛରେ ଥିବା ବିଜ୍ଞାନ ଓ ନୀତିକୁ ନେଇ ଅନେକ ବୈଜ୍ଞାନିକ ଚିନ୍ତା ପ୍ରକଟ କରିଛନ୍ତି । ଜୀବବିଜ୍ଞାନୀମାନେ ବର୍ତ୍ତମାନ ପ୍ରୟୋଗଶାଳାରେ କିଛି ମାନବ କୋଷିକା ପୁନଃଉତ୍ପନ୍ନ କରୁଛନ୍ତି ସତ, କିନ୍ତୁ ମୃତ୍ୟୁ ପରେ ପୁଣି ଥରେ ଜୀବନ ଫେରି ପାଇବାର ଚିନ୍ତାଧାରା ସମ୍ପୂର୍ଣ୍ଣ ରୂପେ କାଳ୍ପନିକ ବୋଲି କିଛି କହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.