ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଅଟୋ ଭଡ଼ା ୬୨ ଟଙ୍କା, ବିଲ୍‌ ଆସିଲା ସାଢ଼େ ୭ କୋଟି

ନୂଆଦିଲ୍ଲୀ ୦୧/୦୪: ନୋଏଡାର ଜଣେ ବ୍ୟକ୍ତିଙ୍କ ନିକଟକୁ ଅଟୋ ଭଡ଼ା ବାବଦକୁ ଆସିଛି ସାଢ଼େ ୭ କୋଟିରୁ ଅଧିକ ଟଙ୍କାର ବିଲ୍‌ । ଉବର କମ୍ପାନୀ ପକ୍ଷରୁ ଦୀପକ ତେଙ୍ଗୁରିଆ ଏକ ଅଟୋ ଭଡ଼ା ବାବଦ ୬୨ ଟଙ୍କା ବଦଳରେ ୭.୬୬ କୋଟି ଟଙ୍କାର ବିଲ୍‌ ପାଇଛନ୍ତି । ଏଥିଯୋଗୁ ଦୀପକଙ୍କ ସମେତ ସମ୍ପୃକ୍ତ ଅଟୋ ଚାଳକ ଏବଂ କମ୍ପାନୀ ମଧ୍ୟ ଚକିତ ହୋଇଯାଇଥିଲେ । ଏ ନେଇ ଦୀପକଙ୍କ ସାଙ୍ଗ ଆଶିଷ ମିଶ୍ର ଏକ୍ସରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏଥିରେ ଦୁଇ ବନ୍ଧୁ ଉକ୍ତ ଭଡ଼ା ବାବଦରେ କଥା ହେଉଥିବା ଦେଖିବାକୁ ମିଳିଛି । 

ପୋଷ୍ଟରେ କ୍ୟାପ୍‌ସନରେ ଲେଖାଯାଇଛି, ‘ସକାଳୁ ସକାଳୁ ଉବର କମ୍ପାନୀ ଦୀପକଙ୍କୁ ଏତେ ଧନୀ କରିଦେଇଛି ଯେ ସେ ଉବରର ଏକ ଶାଖା କିଣିବାକୁ ବିଚାର କରୁଛନ୍ତି । ସବୁଠୁ ମଜାଦାର କଥା ହେଲା ଉକ୍ତ ଟ୍ରିପ୍‌ ଏ ପର୍ଯ୍ୟନ୍ତ ବାତିଲ ମଧ୍ୟ ହୋଇନାହିଁ । ୬୨ ଟଙ୍କାର ଅଟୋ ବୁକ୍‌ କରି ତୁରନ୍ତ କୋଟିପତି ଋଣୀ ବନନ୍ତୁ’ ।    ଦୀପକ ତାଙ୍କ ଫୋନ୍‌ ସ୍କ୍ରିନ୍‌କୁ କ୍ୟାମେରାରେ ଦେଖାଇଛନ୍ତି । ଏଥିରେ ଦେଖାଯାଇଛି ଯେ, ଟ୍ରିପ୍‌ ପାଇଁ ତାଙ୍କୁ ୧ କୋଟି ୬୭ ଲକ୍ଷ ୭୪ ହଜାର ୬୪୭ ଟଙ୍କା ବିଲ୍‌ ଆସିଛି । ଅତିରିକ୍ତ ଭାବେ ପ୍ରତୀକ୍ଷା ସମୟ ପାଇଁ ତାଙ୍କୁ ୫ କୋଟି ୯୯ ଲକ୍ଷ ୯ ହଜାର ୮୯ ଟଙ୍କା ବିଲ୍‌ ମିଳିଛି । ଏଥିରେ ତାଙ୍କୁ ୭୫ ଟଙ୍କା ପ୍ରମୋସନାଲ ଡିସ୍‌କାଉଣ୍ଟ ଦିଆଯାଇଛି । 




ଦୀପକ ମଜାରେ କହିଛନ୍ତି, ଏହା ପୂର୍ବରୁ ସେ କେବେ ଏତେ ମାତ୍ରାରେ ଶୂନର ସାମ୍‌ନା କରି ନ ଥିଲେ । ଏଥିରେ ଆଶିଷ କହୁଛନ୍ତି, ‘କ’ଣ ତୁମେ ମଙ୍ଗଳ ଗ୍ରହରୁ ଆସୁଛ କି? ଯଦି ଆପଣ ଚନ୍ଦ୍ରଯାନ ପାଇଁ ଯାତ୍ରା ବା ଟ୍ରିପ୍‌ ବୁକ୍‌ କରିଥା’ନ୍ତେ ତେବେ ବି ଏତେ ଟଙ୍କା ଭଡ଼ା ଲାଗି ନ ଥା’ନ୍ତା ।’ ଏହି ପୋଷ୍ଟରେ ଅନେକେ ସୋସିଆଲ ମିଡିଆ ୟୁଜର ଅନେକ ମଜାଳିଆ କମେଣ୍ଟ ପୋଷ୍ଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.