ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସମ୍ ହସ୍ପିଟାଲରେ ଯକ୍ଷ୍ମା ରୋଗ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ୨୯/୦୩: ଯକ୍ଷ୍ମା ଅର୍ଥାତ୍ ଟ୍ୟୁବରକ୍ୟୁଲୋସିସ୍ ସମ୍ପୂର୍ଣ୍ଣ ଆରୋଗ୍ୟସାଧ୍ୟ ଓ ଉପଯୁକ୍ତ ଚିକିତ୍ସା ଦ୍ୱାରା ରୋଗୀ ସୁସ୍ଥ ହୋଇପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଯକ୍ଷ୍ମା ଦିବସ ପରିପ୍ରେକ୍ଷୀରେ ଏକ ସପ୍ତାହ ବ୍ୟାପୀ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ସିଏମ୍ଇରେ ଯକ୍ଷ୍ମାରେ ପୀଡ଼ିତ ବ୍ୟକ୍ତି ବିଶେଷଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସା ଓ ଔଷଧ ସେବନ ଉପରେ ଗୁରୁତ୍ୱ ଦେଇଛନ୍ତି ହସ୍ପିଟାଲ୍ର ପିଜି ଡିପାର୍ଟମେଣ୍ଟ ଅଫ୍ ରେସ୍ପିରେଟୋରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ବନାନୀ ଜେନା ।

ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ଅବସରରେ ପ୍ରଫେସର ଜେନା କହିଛନ୍ତି, ମଧୁମେହ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଯକ୍ଷ୍ମା ସମସ୍ୟା ଦେଖାଦେଇଥାଏ । ତେଣୁ ଏହି ଦୁଇଟି ସମସ୍ୟାର କିଭଳି ଚିକିତ୍ସା କରାଯାଇପାରିବ ସେ ନେଇ ସଚେତନତା ସୃଷ୍ଟି କରିବା ହିଁ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ପ୍ରଫେସର ଜେନା କହିଛନ୍ତି ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ହସ୍ପିଟାଲରେ ଖୁବ୍ ଶୀଘ୍ର ଯକ୍ଷ୍ମା ରୋଗର ଚିହ୍ନଟ ନିମନ୍ତେ ଏକ ଜେନମ୍ ସିକ୍ୱେନ୍ସିଂ ଲ୍ୟାବ୍ ପ୍ରସ୍ତୁତ କରାଯିବା ସହ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏକ ମଲ୍ଟି ଡ୍ରଗ୍ ରେଜିଷ୍ଟାନ୍ସ ଟିବି ୱାର୍ ଆରମ୍ଭ କରାଯିବ ବୋଲି କହିଛନ୍ତି । ଏଥି ସହିତ ଟିବିକୁ ରୋକିବାରେ ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସଚେତନତା କାର୍ଯ୍ୟକ୍ରମ ଉପଯୁକ୍ତ ପନ୍ଥା ପ୍ରସ୍ତୁତ କରାଗଲେ ଟିବି ହାରିବ ଓ ଦେଶ ଜିତିବ ବୋଲି କହିଥିଲେ ।

ଏହି ଅବସରରେ ରାଜମହେନ୍ଦ୍ରୀ ସ୍ଥିତ ଜିଏସ୍ଏଲ୍ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍ର ଟିବି ଆଣ୍ଡ ଚେଷ୍ଟ ଡିଜିଜେସ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୋମନାଥ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଟିବି ଓ ଡାଇବିଟିସ୍ କିଭଳି ଜଣେ ରୋଗୀ ଉପରେ ଭାରି ପଡ଼େ ଓ ଏହାକୁ ନିରାକରଣ କରିବା ନେଇ ଉପଯୁକ୍ତ ଚିକିତ୍ସା ଓ ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ ।

ଆୟୋଜିତ ସିଏମ୍ଇରେ ଏଣ୍ଡୋକ୍ରାଇନୋଲୋଜି ଆଣ୍ଡ ମେଟାବୋଲିଜିମ୍ ବିଭାଗର ପ୍ରଫେସର ଜୟଶ୍ରୀ ସ୍ୱାଇଁ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ହେଡ କ୍ୱାର୍ଟରର ଏନ୍ଟିଇପି କନ୍ସଲ୍ଟାଂଟ ଡାକ୍ତର ସୁବ୍ରତ ପଣ୍ଡା ମଧ୍ୟ ଯକ୍ଷ୍ମା ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିଥିଲେ ।
ଏହି ଅବସରରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଓଏସ୍ଡି ପ୍ରହଲ୍ଲାଦ ମହାନ୍ତି, ସୋଆର ଚିଫ୍ ଫାସିଲିଟେଟିଂ ଅଫିସର ପ୍ରତିମା ରାଉତରାୟ, ଫାୟାର ଅଫିସର ଏ.ଟି ବସ୍ତିଆ, ଏଓ, ସିକ୍ୟୁରିଟି ପି.ସି ପଣ୍ଡା, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଏଏନ୍ଏସ୍ ରଶ୍ମିତା ସ୍ୱାଇଁ, ଏଏନ୍ଏମ୍ ଶୁଭସ୍ମିତା ସାହୁ, ଷ୍ଟାଫ୍ ନର୍ସ ନମିତା ନାୟକ ଓ ଶୁଭଲକ୍ଷ୍ମୀ ଖୁଂଟିଆ ପ୍ରମୁଖଙ୍କୁ ସମ୍ମାନତ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଆସୋସିଏଟ ପ୍ରଫେସର ଡାକ୍ତର ପ୍ରୀତମ ଛୋଟରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ହସ୍ପିଟାଲରେ ପଲମୋନାରୀ ବିଭାଗର ପ୍ରଫେସର ରାଖି ଲୁଦାମ୍, ପ୍ରଫେସର ପ୍ରିୟଦର୍ଶିନୀ ବେହେରା, ଆସୋସିଏଟ୍ ପ୍ରଫେସର ଡାକ୍ତର ସଂଗୀତା ଜେନା, ଡାକ୍ତର ସୋନାଲୀ ପରିଡ଼ା, ଡାକ୍ତର ପ୍ରୀତମ୍ ଛୋଟରାୟ ଏବଂ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର କେ.ସି. ସାହୁ, ଡାକ୍ତର ସୋନାଲୀ ମଲ୍ଲିକ୍, ଡାକ୍ତର ପ୍ରଜ୍ଞା ରାଉତ, ଡାକ୍ତର ଅମ୍ଳାନ ମିଶ୍ର ଓ ଡାକ୍ତର ସୌରଭ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଶ୍ୱ ଯକ୍ଷ୍ମା ଦିବସ ପରିପ୍ରେକ୍ଷୀରେ ହସ୍ପିଟାଲ୍ ପକ୍ଷରୁ ସଚେତନତା ରାଲି ଓ ପଥପ୍ରାନ୍ତ ନାଟକ ମଧ୍ୟ ଆୟୋଜିତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.