ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭୁବନେଶ୍ୱରରୁ ଗଡ଼ିଲା ଆସ୍ଥା ସ୍ପେଶାଲ: ଅଯୋଧ୍ୟାକୁ ଯାତ୍ରା ଆରମ୍ଭ କଲେ ୧୪ଶହରୁ ଅଧିକ ରାମଭକ୍ତ, ପ୍ରଭୁ ରାମଲଲାଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର,୦୬/୦୨: ଅଯୋଧ୍ୟାକୁ ଗଡ଼ିଲା ଆସ୍ଥା ସ୍ପେଶାଲ ଟ୍ରେନ। ଭୁବନେଶ୍ୱର ଷ୍ଟେସନର ୬ ନମ୍ବର ପ୍ଲାଟଫର୍ମରୁ ଆସ୍ଥା ସ୍ପେଶାଲ୍‌ ଟ୍ରେନ୍‌ ଯାତ୍ରା ଆରମ୍ଭ କରିଛି। ୧୪ଶହରୁ ଅଧିକ ରାମଭକ୍ତ ଆରମ୍ଭ କଲେ ଯାତ୍ରା। ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। 

ସୂଚନା ମୁତାବିକ, ମଙ୍ଗଳବାର ସକାଳୁ ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ଭୁବନେଶ୍ବରରେଳ ଷ୍ଟେସନ୍। ଅଯୋଧ୍ୟା ଅଭିମୁଖେ ବାହାରିଲା ଆସ୍ଥା ଟ୍ରେନ୍। ରାମଲଲାଙ୍କୁ ଦର୍ଶନ କରିବା ପାଇଁ  ଭୁବନେଶ୍ୱର ଷ୍ଟେସନ୍‌ରୁ ଅଯୋଧ୍ୟାର ଦର୍ଶନ ନଗର ଷ୍ଟେସନ୍‌କୁ ପ୍ରଥମ କରି ଆରମ୍ଭ ହୋଇଛି ଟ୍ରେନ୍ ସେବା।

ଆସ୍ଥା ସ୍ପେଶାଲ ଟ୍ରେନ୍‌ରେ ୨୦ଟି ସ୍ଲିପର୍‌ କୋଚ୍‌ ରହିଛି । ପ୍ରତି କୋଚ୍‌ରେ ୭୨ଟି ସିଟ୍‌ ରହିଛି । ଏଥିରେ ୧୪ଶହରୁ ଅଧିକ ରାମଭକ୍ତ ଯାତ୍ରା ଆରମ୍ଭ କରିଛିନ୍ତି । ଏଥିରେ ଭୁବନେଶ୍ୱର ଓ ପୁରୀ ସଂସଦୀୟ କ୍ଷେତ୍ରର ଯାତ୍ରୀମାନେ ରହିଛନ୍ତି। ଆସନ୍ତା ୯ ତାରିଖରେ କଟକ ସଂସଦୀୟ କ୍ଷେତ୍ରରୁ ରାମଭକ୍ତମାନେ ଯିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.