ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ପଠାଗଲା ୬ ହଜାର ନିମନ୍ତ୍ରଣ ପତ୍ର, ପାକିସ୍ତାନରୁ ଆସିଲା ରାମଲାଲାଙ୍କ ପୋଷାକ…

Published By : Prameya | December 2, 2023 8:37 PM

ନୂଆଦିଲ୍ଲୀ :ଉତ୍ତରପ୍ରଦେଶର ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠା ଆସନ୍ତା ବର୍ଷ ଜାନୁଆରୀ ୨୨ ରେ ଅନୁଷ୍ଠିତ ହେବ, ଯେଉଁଥି ପାଇଁ ଏବେ ନିମନ୍ତ୍ରଣ ପତ୍ର ପଠାଯିବା ଆରମ୍ଭ ହୋଇଛି । ଆଉ ଏହାରି ଭିତରେ ଏହା ସହ ଜଡିତ ଏକ ବଡ ଖବର ଏବେ ସାମ୍ନାକୁ ଆସିଛି । ଏହି ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯିବାର ପ୍ରଥମ ଚିତ୍ର ସାମ୍ନାକୁ ଆସିଛି । ଫଟୋରେ ଏହା ଦେଖିବାକୁ ମିଳୁଛି ଯେ, ନିମନ୍ତ୍ରଣ ପତ୍ର ଏକ ଲଫାଫା ଭିତରେ ଅଛି, ଯେଉଁଥିରେ ପ୍ରାଣ ପ୍ରତିଷ୍ଠା ସମାରୋହ ଲେଖାଯାଇଛି । ପତ୍ର ଭିତରେ ଲେଖାଯାଇଛି ଯେ, "ଆପଣ ଜାଣନ୍ତି ଯେ, ଦୀର୍ଘ ଦିନର ସଂଘର୍ଷ ପରେ ଶ୍ରୀ ରାମ ଜନ୍ମଭୁମିରେ ମନ୍ଦିରର ନିର୍ମାଣ କାର୍ଯ୍ୟ ଚାଲିଛି । ପୌଷ, ଶୁକ୍ଲ ଦ୍ୱାଦଶୀ, ବିକ୍ରମ ସମ୍ୱତ ୨୦୮୦, ସୋମବାର, ୨୨ ଜାନୁୟାରୀ ୨୦୨୪ ଦିନ ଗର୍ଭଗୃହରେ ରାମଲାଲାଙ୍କ ନୂତନ ପ୍ରତିମାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଏହା ସହିତ ଏହା ଲେଖାଯାଇଛି ଯେ, ଏହା ଆମର ଦୃଢ ଇଚ୍ଛା ଯେ ତୁମେ ଏହି ଶୁଭ ଅବସରରେ ଅଯୋଧ୍ୟାରେ ଉପସ୍ଥିତ ରହି ପ୍ରାଣ ପ୍ରତିଷ୍ଠାର ସାକ୍ଷୀ ହୁଅନ୍ତୁ ଏବଂ ମହାନ ଐତିହାସିକ ଦିନର ସମ୍ମାନ ବଢାନ୍ତୁ । କୁହାଯାଉଛି କି, ସାରା ଦେଶରେ ପ୍ରାୟ ୬ ହଜାର ଲୋକଙ୍କୁ ନିମନ୍ତ୍ରଣ ପଠାଯାଇଛି ।

 ଆଉ ଏହାରି ଭିତରେ ସବୁଠୁ ବଡ କଥା ହେଉଛି, ରାମଲାଲାଙ୍କ ପୋଷାକ ପାକିସ୍ତାନର ସିନ୍ଧ ପ୍ରଦେଶରୁ ଅଯୋଧ୍ୟାରେ ପହଞ୍ଚିଛି । ରାମନଗରର ଦେବାଲୟ ମନ୍ଦିରରେ ରାମଲାଲାଙ୍କ ପୋଷାକ ପୂଜା କରାଯାଇଛି । ସୂଚନାଯୋଗ୍ୟ ଯେ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ସୁରକ୍ଷା ଯୋଜନା ବୃଦ୍ଧି କରାଯାଉଛି, ଯାହା ଆସନ୍ତା ଜାନୁଆରୀ ୫ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏଥିପାଇଁ ସମସ୍ତ ଆବଶ୍ୟକୀୟ ଉପକରଣ ସ୍ଥାପନ କରାଯାଇଛି । 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.