ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ୟୁପିଏସସି ପରୀକ୍ଷାରେ ୩୬ ରାଙ୍କ ରଖିଲେ ଆୟୁଶୀ ପ୍ରଧାନ, ବାଜିରାଓ ଆଇଏଏସ ଏକାଡେମୀ ଜଣାଇଲା ଶୁଭେଚ୍ଛା

ଭୁବନେଶ୍ବର/ନୀଳଗିରି, ୧୬।୪  ୟୁପିଏସସି-୨୦୨୩  ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଓଡିଶା ଝିଅ ଆୟୁଶୀ ପ୍ରଧାନ ୩୬ ତମ ରାଙ୍କ ରଖି ସଫଳତା ହାସଲ କରିଛନ୍ତି। ଏଥିସହ ନୀଳଗିରି ମାଟି ପାଇଁ ଗର୍ବ ଗୌରବ ଆଣିଛନ୍ତି ଆୟୁଶୀ  । ତାଙ୍କର ଏହି ସଫଳତା ପାଇଁ ବାଜିରାଓ ଆଇଏଏସ ଏକାଡେମୀ ପକ୍ଷରୁ ତାଙ୍କୁ ଶୁଭେଛା ଜଣାଇବା ସହ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛି।  

ତେନ୍ତୁଳିଆ ପଞ୍ଚାୟତର ବାଲିସାହି ଗ୍ରାମର ଆକ୍ସିସ ବ୍ୟାଙ୍କ ର୍ ଭାଇସ ପ୍ରେସିଡେଣ୍ଟ ଚିତ୍ତରଞ୍ଜନ ପ୍ରଧାନ ଓ ସ୍ମିତା ପ୍ରଧାନଙ୍କ ଝିଅ ହେଉଛନ୍ତି ଆୟୁଶୀ। ସେ ତାଙ୍କ ପିତା ଓ ମାତା ସହ ଭୁବନେଶ୍ୱର ରେ  ପଢ଼ାପଢ଼ି କରୁଥିଲେ। ବର୍ତ୍ତମାନ ସେ ଦିଲ୍ଲୀରେ ଆଇଡିଇଏସରେ ଟ୍ରେନିଂ ନେଉଛନ୍ତି। ତାଙ୍କର ଏହି ସଫଳତାକୁ ନେଇ ନୀଳଗିରିରେ  ଖୁସିର ଲହରୀ ଖେଳିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.