ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଜମ ଖାନଙ୍କୁ ଡୁଙ୍ଗରପୁର ମାମଲାରେ ୭ବର୍ଷ ଜେଲ୍‌ ଦଣ୍ଡ

ରାମପୁର : ରାମପୁରର ଚର୍ଚ୍ଚିତ ଡୁଙ୍ଗରପୁର ମାମଲାରେ ମଧ୍ୟ ସପା ନେତା ଆଜମ ଖାନଙ୍କୁ ସଜା ଶୁଣା ଯାଇଛି। କୋର୍ଟ ଆଜମ ଖାନଙ୍କୁ ୭ ବର୍ଷର ଜେଲ ଦଣ୍ଡ ଓ ୭ ଲକ୍ଷ ଟଙ୍କାର ଜୋରିମନା ଲଗେଇଛନ୍ତି। ବିଶେଷ କୋର୍ଟ ଆଜମ ଖାନଙ୍କୁ ଘରେ ପଶି ମାରପିଟି, ଭଙ୍ଗାରୁଜା, ଗାଲି ଗୁଲଜ ଓ ଜୀବନରେ ମାରିବାର ଧମକ ମାମଲାରେ ଦୋଷୀ ସାବ୍ୟସ୍ତ କରି ଥିଲେ। ଏହା ପୂର୍ବରୁ ପୁଅର ନକଲ ପ୍ରମାଣ ପତ୍ର ମାମଲାରେ ଆଜମ ଖାନଙ୍କୁ ୭ ବର୍ଷର ସଜା ଶୁଣା ଯାଇଛି। ହେଟ୍‌ ସ୍ପିଚ୍ ମାମଲାରେ ମଧ୍ୟ ଆଜମ ଖାନଙ୍କୁ ଦୁଇ ବର୍ଷର ସଜା ହୋଇ ସାରିଛି। ସେ ବର୍ତ୍ତମାନ ସୀତାପୁର ଜେଲ୍‌ରେ ବନ୍ଦୀ ଅଛନ୍ତି। ତାଙ୍କ ସହ ଆଜି ରିଟାୟର୍ଡ ସିଓ ଆଲେ ହସନ , ପୂର୍ବତନ ପାଳିକାଧ୍ୟକ୍ଷ ଅଜହର ଅହମ୍ମଦ ଖାନ ଓ ଠିକାଦାର ବରକତ ଅଲୀଙ୍କୁ ମଧ୍ୟ ୭-୭ ବର୍ଷର ସଜା ଶୁଣା ଯାଇଛି। 

ପୂରା ମାମଲାଟି ଜାଣନ୍ତୁ –

ସପା ସରକାରରେ ଡୁଙ୍ଗରପୁରରେ ବିଭାଗୀୟ ଯୋଜନା ଅନୁସାରେ, ଆସରା ଆବାସ ତିଆରି ହୋଇ ଥିଲା। ଏହି ସ୍ଥାନରେ ପୂର୍ବରୁ ହିଁ କିଛି କୋଠା ତିଆରି ହୋଇଥିଲା। ଜମିକୁ ସରକାରୀ କହି ୨୦୧୬ରେ କୋଠାକୁ ଭାଙ୍ଗି ଦିଆ ଯାଇଥିଲା। ବିଜେପି ସରକାର ଆସିବା ପରେ ଯେବେ ଆଜମ ଖାନଙ୍କ ଉପରେ କଠୋର ପଦକ୍ଷେପ ନିଆଗଲା ତ ୨୦୧୯ରେ ଡୁଙ୍ଗରପୁର ନିବାସୀ ଏହତଶାମ ଖାନ ଗଞ୍ଜ କୋତବାଲିରେ ଆଜମ ଖାନଙ୍କ ବିରୋଧରେ ରିପୋର୍ଟ ରୁଜୁ କରାଇ ଥିଲେ। ଏଥିରେ ଆଜବ ଖାନ, ଆଲେ ହସନ , ଅଜହର ଖାନ୍‌, ଠିକାଦାର ବରକତ ଅଲୀ , ଫରହାନ ଖାନ ,ଜିବରାନ ଓ ସପା ନେତା ଓମେନ୍ଦ୍ର ଚୌହାନଙ୍କ ଉପରେ ଅଭିଯୋଗ ଲଗାଯାଇ ଥିଲା କି ଏହି ଲୋକେ ତାଙ୍କ ଘରେ  ପଶି ମାରପିଟି ଓ ଲୁଟପାଟ କରିଥିଲେ। ଏହାସହ ହିଁ ଘରେ କବଜା ମଧ୍ୟ କରି ନେଇଥିଲେ। 

କୋର୍ଟର ଶୁଣାଣି ଏମପି-ଏମଏଲଏ ସ୍ପେଶାଲ କୋର୍ଟ (ସେସନ ଟ୍ରାୟଲ) ରେ ଚାଲିଥିଲା। କୋର୍ଟ ଆଜମ ଖାନ , ଏଜହର ଖାନ , ଆଲେ ହସନ , ବରକତ ଅଲୀଙ୍କୁ ଧାରା ୪୯୫, ୪୧୨, ୪୫୨, ୫୦୪ ,୫୦୬, ୪୨୭ ଓ ୧୨୦ ବି ରେ ଦୋଷୀ ସାବ୍ୟସ୍ତ କରିଥିଲେ। ସବୁ ଧାରା ଗୁଡ଼ିକରେ ଆଜମ ଖାନ ଓ ଅନ୍ୟ ତିନି ଲୋକଙ୍କୁ ଅଲଗା ଅଲଗା ସଜା ଶୁଣାଇବା ସହ ଅଲଗା ଅଲଗା ଜୋରିମନା ମଧ୍ୟ ଲଗାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.