ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜି ରାମଦେବଙ୍କ ମହମ ପ୍ରତିମୂର୍ତ୍ତି ଉନ୍ମୋଚନ, ମାଡାମ ତୁଷାଡ ମ୍ୟୁଜିୟମରେ ଯୋଗ ମୁଦ୍ରାରେ ନଜର ଆସିବ ୱାକ୍ସ ଷ୍ଟାଚୁ

ଭୁବନେଶ୍ୱର,୩୦/୦୧: ମଙ୍ଗଳବାର ଯୋଗ ଗୁରୁ ବାବା ରାମଦେବଙ୍କ ମହମ ପ୍ରତିମୂର୍ତ୍ତୀ (ୱାକ୍ସ ଷ୍ଟାଚୁ) ଦିଲ୍ଲୀର ମାଡାମ ତୁଷାଡ ନ୍ୟୁୟର୍କ ମ୍ୟୁଜିୟମଠାରେ ଉନ୍ମୋଚନ ହେବ । ଏହି ମ୍ୟୁଜିୟମରେ ପ୍ରଥମଥର ପାଇଁ ଜଣେ ଭାରତୀୟ ସନ୍ୟାସୀଙ୍କ ପ୍ରତିମୂର୍ତ୍ତୀକୁ ସ୍ଥାନିତ କରାଯାଉଛି । 

ଭାରତୀୟ  ସଂସ୍କୃତି, ସନାତନ ଏବଂ ଯୋଗ ପରମ୍ପରାକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ଦିଗରେ ଏଭଳି ପ୍ରୟାସ କରାଯାଇଛି । ଯୋଗ ଏବଂ ଭାରତୀୟ ସଂସ୍କୃତିକୁ ଲୋକାଦୃତ କରାଇବା ଦିଗରେ ବାବା ରାମଦେବ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ତାଙ୍କର ଏହି ଉଦ୍ୟମକୁ ସମ୍ମାନ ଜଣାଇ ମହମ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଛି। ଏହି ଅବସରରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାମଦେବ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାଡାମ ତୁଷାଡ ନ୍ୟୁୟର୍କ-ମର୍ଲିନ ଏଣ୍ଟରଟେନମେଣ୍ଟର ମାର୍କେଟିଂ ମୁଖ୍ୟ ଟିଆଗୋ ମୁଗାଦୌରୋ, ପତଞ୍ଜଳୀ ଯୋଗପୀଠର ସହ  ସଂସ୍ଥାପକ ଆଚାର୍ଯ୍ୟ ବାଳକୃଷ୍ଣ,ପତଞ୍ଜଳୀ ଯୋଗପୀଠ (ୟୁକେ) ଟ୍ରଷ୍ଟର ପ୍ରତିଷ୍ଠାତା ଟ୍ରଷ୍ଟି ସୁନିତା ପୋଦ୍ଦାର ପ୍ରମୁଖ ଯୋଗଦେବେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.