ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ପୂରିଲା ବର୍ଷେ..ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା

ବାଲେଶ୍ୱର,୦୨/୦୬: ତାରିଖ ଜୁନ୍‌ ୨ । ସମୟ ସନ୍ଧ୍ୟା  ୭ । ସ୍ଥାନ ବାହାନଗା ରେଳ ଷ୍ଟେସନ । ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିଲା କରମଣ୍ଡଳ ଏକ୍ସପ୍ରେସ। ଯାନ୍ତ୍ରିକ ତ୍ରୁଟି ପାଇଁ ବାହାନଗା ରେଳ ଷ୍ଟେସନରେ ଲୁପ୍‌ ଲାଇନରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ କରମଣ୍ଡଳର  କିଛି ଡବା ରେଳ ଲାଇନରୁ ବାହାରକୁ ଛିଟ୍‌କି ପଡ଼ିଥିଲା । ଫଳରେ ଦୁର୍ଭାଗ୍ୟବଶତଃ ସେହି ସମୟରେ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ବିପରୀତ ରେଳ ଧାରଣାରେ  ଯାଉଥିବା ବେଙ୍ଗାଲୁରୁ-ହାଓଡ଼ା ଏକ୍ସପ୍ରେସ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହାକି ଭାରତ ସମେତ ପୃଥିବୀର ସବୁଠୁ ବଡ଼ ଟ୍ରେନ୍‌ ଦୁର୍ଘଟଣା ବୋଲି ଅଭିହିତ କରାଯାଇଛି ।  

ଏହା ଭିତରେ ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ପୂରିଛି  ବର୍ଷେ । ଲୌହ ଦାନବର ରକ୍ତ ଭୋଜି କଥା ମନେ ପଡ଼ିଲେ ଏବେ ବି ଲୋମ ଟାଙ୍କୁରି ଉଠିଛି । ଏହି ଦୁଃଖଦ ଘଟଣା  କେବଳ ଭାରତ କାହିଁକି ତମାମ ବିଶ୍ୱବାସୀଙ୍କ ଆଖିରେ  ଲୁହ ଭରି ଦେଇଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଲିଭିଯାଇଥିଲା ୨୯୬ ଜଣଙ୍କ ଜୀବନ ଦୀପ । ୧୨ଶହରୁ  ଊଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ  କରି ପ୍ରଧାନମନ୍ତ୍ରୀ, ସମସ୍ତ ରାଜନୈତିକ ଦଳର ନେତା  ଏଠାକୁ ଆସିବା ସହ ସମବେଦନା ଜଣାଇଥିଲେ । କେନ୍ଦ୍ର ଓ  ରାଜ୍ୟ ସରକାର ପକ୍ଷରୁ ବିଭିନ୍ନ ପ୍ରତିଶ୍ରୁତି ଦିଆଯାଇଥିଲା ।  ତେବେ ସବୁ ପ୍ରତିଶ୍ରୁତି ପ୍ରତାରଣା ପାଲଟିଛି । ବର୍ଷକ ତଳର  ସେହି ଛାତିଥରା ଦୁର୍ଘଟଣାକୁ ନେଇ ‘ପ୍ରମେୟ’ର ସ୍ୱତନ୍ତ୍ର  ଉପସ୍ଥାପନା । 

�ସ୍ୱପ୍ନ ପାଲଟିଛି ଫ୍ଲାଏଓଭର ଏହି ଦୁର୍ଘଟଣା ପରେ ଦୁର୍ଘଟଣାସ୍ଥଳକୁ ରେଳମନ୍ତ୍ରୀ ଅଶ୍ୱିନୀ  ବୈଷ୍ଣବ ଆସିଥିଲେ । ଘଟଣା ସ୍ଥଳରେ ନିଜେ ରହିବା ସହ  ଉଦ୍ଧାର କାର୍ଯ୍ୟକୁ ତଦାରଖ କରିଥିଲେ । ପରେ ଏଠାରେ  ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି  ଦେଇଥିଲେ । ବାହାନାଗା-ଗୋପାଳପୁର ରାସ୍ତା ଦେଇ  ଯାଇଥିବା ରେଳ ଲାଇନ ଉପରେ ଫ୍ଲାଏଓଭର ନିର୍ମାଣ କରିବା  ଥିଲା ଅନ୍ୟତମ । ୧ କୋଟି ଟଙ୍କା ବ୍ୟୟର ଏହି କାମ ଖୁବ  ଶୀଘ୍ର କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର  ଏବେବି ସେହି କାମ ଆରମ୍ଭ ହୋଇନି । ଟ୍ରେନ୍‌ ଚଳାଚଳ  ପାଇଁ ଫାଟକ ବନ୍ଦ ରହୁଥିବାରୁ ବାହାନଗା-ଗୋପାଳପୁର  ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କ ସହ ଆମ୍ବୁଲାନ୍ସ,  ଦମକଳ ଗାଡ଼ି ଭଳି ଜରୁରିକାଳୀନ ସେବାରେ ନିୟୋଜିତ  ଗାଡ଼ି ଅଟକି ରହୁଛି ।  

�ରାସ୍ତା ମରଣଯନ୍ତା   ଦୁର୍ଘଟଣା ପରେ ବାହାନଗାରୁ ଗୋପାଳପୁର  ଏବଂ ଷ୍ଟେସନକୁ ଯାଇଥିବା ରାସ୍ତା ଅଧିକ କ୍ଷୟକ୍ଷତି  ହୋଇଥିଲା । ଏହି ରାସ୍ତାକୁ ତୁରନ୍ତ ମରାମତି କରଯିବ  ବୋଲି ପ୍ରତିଶ୍ରୁତି ମିଳିଥିଲା । ଏହାରି ଭିତରେ ଗୋଟିଏ  ବର୍ଷ ବିତିଯାଇଥିଲେ ହେଁ ରାସ୍ତାର ଉନ୍ନତୀକରଣ  ହୋଇନି । ରାସ୍ତା ମରଣଯନ୍ତା ପାଲଟିଛି । ଏଥିପାଇଁ  କେହି ବି ଗୁରୁତ୍ୱ ଦେଉନାହାନ୍ତି । 

�କେବେ ହେବ ଷ୍ଟେସନ ନବୀକରଣ  ଦୁର୍ଘଟଣା ପରେ ବାହାନଗା ରେଳ ଷ୍ଟେସନକୁ ଏକ ମଡେଲ  ଷ୍ଟେସନ କରାଯିବ ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରତିଶ୍ରୁତି  ଦେଇଥିଲେ । ଏହି ଷ୍ଟେସନରେ ବିଭିନ୍ନ ଅତ୍ୟାଧୁନିକ ସୁବିଧା  ରହିବ ବୋଲି ମଧ୍ୟ କହିଥିଲେ । ମାତ୍ର ଏଯାଏ ଏହି କାମ  ହୋଇନି । ଏବେ ବି ପୁରୁଣା ଆଜବେଷ୍ଟସ୍‌ ଷ୍ଟେସନରେ  ଲାଗିଛି । ଷ୍ଟେସନର ବିଭିନ୍ନ ସମସ୍ୟା ରହିଛି । ସେଥିମଧ୍ୟରୁ  ପାନୀୟ ଜଳ ଅବ୍ୟବସ୍ଥା ମୁଖ୍ୟ ସମସ୍ୟା ପାଲଟିଛି ।  

�ହେଲାନି ଆଲୋକୀକରଣ  ଦୁର୍ଘଟଣା ପରେ ଏହି ଅଞ୍ଚଳରେ ଭୟର ବାତାବରଣ  ଖେଳିଯାଇଥିଲା । ସଞ୍ଜ ହେଲେ ସ୍ଥାନୀୟ ଲୋକେ ଘରୁ  ବାହାରିବାକୁ ଡରୁଥିଲେ । ଏହାକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳକୁ  ଆଲୋକୀକରଣ କରାଯିବ ବୋଲି ରେଳ ବିଭାଗ ପକ୍ଷରୁ  ପ୍ରତିଶ୍ରୁତି ମିଳିଥିଲା । ଏହି ବର୍ଷକ ଭିତରେ କେବଳ ସେହି  ଅଞ୍ଚଳରେ ମାତ୍ର ୨ଟି ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯାଇଛି । ଅଧିକାଂଶ  ଦିନ ଏହା ଜଳୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।  ଅପେକ୍ଷାରେ ମଡେଲ ସ୍କୁଲ, ଅତ୍ୟାଧୁନିକ ହସ୍ପିଟାଲ୍‌  ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଏଠାରେ ଏକ ମଡେଲ ସ୍କୁଲ ନିର୍ମାଣ କରିବାକୁ ପ୍ରତିଶ୍ରୁତି  ଦେଇଥିଲେ । ରେଳମନ୍ତ୍ରୀ ବାହାନଗା ହସ୍ପିଟାଲକୁ ମଧ୍ୟ ଉନ୍ନତ ହସ୍ପିଟାଲ କରିବାକୁ କହିଥିଲେ । ଏଥିପାଇଁ ୧ କୋଟି ଟଙ୍କା  ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ବର୍ଷକ ଭିତରେ  ଏହି ଦୁଇ ପ୍ରକଳ୍ପ କାମରେ ଆସିନି । ମୁଖ୍ୟମନ୍ତ୍ରୀ ନିଜ  ପ୍ରତିଶ୍ରୁତି ମୁତାବକ ୧ କୋଟି ୭୫ ଲକ୍ଷ ୮୮ ହଜାର ଟଙ୍କା  ବ୍ୟୟରେ ମଡେଲ ସ୍କୁଲ ନିର୍ମାଣ କରୁଛନ୍ତି। ଏହି କାମର  ବିଳମ୍ବକୁ ନେଇ ଅସନ୍ତୋଷ ତେଜୁଛି । ତେବେ କାମର  ୭୦ ପ୍ରତିଶତ ସରିଥିବା ବେଳେ ସ୍କୁଲ ଖୋଲିବା ପୂର୍ବରୁ  କାମ ଶେଷ ହେବ ବୋଲି କୁହାଯାଉଛି । ଅପରପକ୍ଷରେ  କେନ୍ଦ୍ର ପକ୍ଷରୁ ମିଳିଥିବା ପ୍ରତିଶ୍ରୁତି ମୁତାବକ ହସ୍ପିଟାଲ  କାମ ଆରମ୍ଭ ହୋଇନି । 

� ଶୀତଳ ପଡ଼ିଛି ତଦନ୍ତ ଏହି ଘଟଣା ବିଶ୍ୱବାସୀଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ।  କେଉଁଥିପାଇଁ ଏହି ଘଟଣା ଘଟିଲ? ଏହି ଘଟଣାରେ କେଉଁମାନେ ଜଡ଼ିତ? ତାହାକୁ ନେଇ ବିଶ୍ୱବାସୀ ଚାହିଁ  ରହିଛନ୍ତି । ଏହି ଦୁର୍ଘଟଣାର ଗୁରୁତ୍ୱକୁ ଅନୁଭବ କରି  ପ୍ରଥମରୁ ସିବିଆଇକୁ ତଦନ୍ତ ଭାର ଦିଆଯାଇଥିଲା । ସିବିଆଇ  ଘଟଣାର ତଦନ୍ତ କରି ବରିଷ୍ଠ ସିଗ୍‌ନାଲ ଇଞ୍ଜିନିୟର ଅରୁଣ  କୁମାର ମହନ୍ତ, ସିନିୟର ସେକ୍ସନ ଅଫିସର(ସିଗ୍‌ନାଲ)  ଅମୀର ଖାନ, ଟେକ୍ନିସିଆନ ପପୁ କୁମାର ଯାଦବ ପ୍ରମୁଖଙ୍କୁ  ଗିରଫ କରିଥିଲା । ପରେ ଅନ୍ୟ ୪ ଜଣଙ୍କୁ ବି ଗିରଫ କରାଯାଇଥିବା ଶୁଣିବାକୁ ମିଳିଥିଲା । ତେବେ ଏହି ତଦନ୍ତ  କୁଆଡ଼େ ଗଲା ତାହାକୁ ନେଇ ବିଭିନ୍ନ ଆଲୋଚନା ହେଉଛି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.