ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପୋଷ୍ଟାଲ ବାଲାଟ ଗଣତି : ପୁରୀ ଲୋକସଭା ଓ ବିଧାନସଭା ସିଟ୍‌ରେ ବିଜେପି ଆଗୁଆ

ଭୁବନେଶ୍ଵର, ୦୪/୦୬ : ରାଜ୍ୟରେ ଆରମ୍ଭ ହୋଇଛି ପୋଷ୍ଟାଲ ବାଲାଟ ଗଣତି। ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁଯାୟୀ, ପୁରୀ ଲୋକସଭା ଓ ବିଧାନସଭା ଆସନରେ ବିଜେପି ଆଗୁଆ ଚାଲିଛି। ବିଜେପି ବିଧାନସଭା ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ଓ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ ରହିଛନ୍ତି। 

ସୂଚନାନୁଯାୟୀ, ପୁରୀ ଲୋକସଭା କ୍ଷେତ୍ରରେ ୧୨ ଶହ ପୋଷ୍ଟାଲ ବାଲାଟ୍ ପଡିଛି। ବର୍ତ୍ତମାନର ଗଣତିରେ ସମ୍ବିତ ପାତ୍ରଙ୍କୁ ୧୪୨ ଭୋଟ୍ ମିଳିଛି। ସେହିପରି ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ୩୬ ଓ କଂଗ୍ରେସ ପ୍ରାର୍ଥୀ ଜୟ ନାରାୟଣ ପଟ୍ଟନାୟକଙ୍କୁ ମାତ୍ର ଗୋଟିଏ ଭୋଟ୍ ମିଳିଛି। ସେପଟେ ସତ୍ୟବାଦୀରେ ବିଜେଡି ଆଗୁଆ ରହିଛି। କରେଣ୍ଟ ଟ୍ରେଣ୍ଡ୍ ଅନୁଯାୟୀ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସ ବର୍ମା ଆଗୁଆ ରହିଛନ୍ତି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.