ନୂଆଦିଲ୍ଲୀ,୨୮/୦୯: ନକଲି ପାସପୋର୍ଟ ମାଧ୍ୟମରେ ଭାରତରେ ବେଆଇନ ଭାବେ ରହୁଥିବା ବାଂଲାଦେଶର ଜଣେ ପର୍ନଷ୍ଟାରଙ୍କୁ ମହାରାଷ୍ଟ୍ରର ଅମରାବତୀ ଅଞ୍ଚଳରୁ ଗିରଫ କରାଯାଇଛି । ତାଙ୍କର ପ୍ରକୃତ ନାମ ବନ୍ନା ଶେଖ (୨୨) ଏବଂ ସେ ରିୟା ବର୍ଦେ ନାମରେ ନିଜ ଭାଇ ଓ ଭଉଣୀ ସହ ଏଠାରେ ରହୁଥିଲେ । ତାଙ୍କ ମା ରୁବି ଶେଖ ବାଂଲାଦେଶୀ ହୋଇଥିଲା ବେଳେ ସେ ନିଜକୁ ପଶ୍ଚିମବଙ୍ଗର ବାସିନ୍ଦା ବୋଲି କହି ଅମରାବତୀର ଅରବିନ୍ଦ ବର୍ଦେ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ରିୟାଙ୍କ ପିତାମାତା କତାରରେ ରହୁଛନ୍ତି। ତେବେ ରିୟାଙ୍କୁ ପୁଲିସ ଗିରଫ କରିବା ପରେ ତାଙ୍କ ଭାଇ ଓ ଭଉଣୀ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବା ଲାଗି ପୁଲିସ ଉଦ୍ୟମ କରୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଦ୍ୱାରା ପ୍ରସ୍ତୁତ କେତେକ ସଫ୍ଟପର୍ନ ଫିଲ୍ମରେ ରିୟା କାମ କରିଛନ୍ତି । ନକଲି କାଗଜପତ୍ର ଜରିଆରେ ସେ ଭାରତୀୟ ପାସପୋର୍ଟ ହାତେଇଥିବା ଜଣାପଡିଛି ।
ବିଜେପି ସାଂସଦଙ୍କ ବଡ ଦାବି, ବଦଳି ପାରନ୍ତି ଲୋକସଭାର...