ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ନିଶାସକ୍ତ ଅବସ୍ଥାରେ ଦୁଇ ଯୁବକଙ୍କ ମଧ୍ୟରେ ମାରପିଟ୍, ଜଣେ ମୃତ

ବାଙ୍କୀ, ୧୩/୦୯ : ନିଶାଶକ୍ତ ଅବସ୍ଥାରେ ଦୁଇ ଯୁବକଙ୍କ ମଧ୍ୟରେ ମାରପିଟ୍। ଜଣେ ମୃତ। କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ବ୍ରାହ୍ମଣୀଆ ଗାଁରେ ଏଭଳି ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି କାବୁ ଭୋଇ । ବାଙ୍କୀ ଥାନାରେ ଏନେଇ ଏତଲା ଦିଆଯାଇଛି । ପୋଲିସ ସଂପୃକ୍ତ ମୁନା ନାଏକକୁ ଗିରଫ କରିଛି। 

ସୂଚନାନୁଯାୟୀ, ଗତ ସୋମବାର ରାତିରେ ବ୍ରାହ୍ମଣୀଆ ଗ୍ରାମର ମୁନା ନାଏକ ଓ କାବୁ ଭୋଇ ସାଥୀ ହୋଇ ମଦ ପିଆପିଇ ହେଇଥିଲେ । ନିଶାଶକ୍ତ ଅବସ୍ଥାରେ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ମାରପିଟ୍ ହେଇଥିଲେ । ମୁନା ନାଏକ କାବୁ ଭୋଇର ପଛପଟକୁ ମଦ ବୋତଲ ପିଟି ଦେଇଥିଲା । ଏନେଇ ଖବର ପାଇ ପରିବାର ଲୋକେ ଅମ୍ୱଲାନ୍ସ ଯୋଗେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ କାବୁ ଭୋଇଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ଏନେଇ ପରିବାର ଲୋକେ ବାଙ୍କୀ ଥାନାରେ ଏତଲା ଦେବାପରେ ପୋଲିସ ଘଟଣାରେ ସଂପୃକ୍ତ ମୁନା ନାଏକକୁ ଗିରଫ କରିବା ସହ ତଦନ୍ତ ଚଳାଇଛି। 

PrameyaOdia
prameyanews
prameya

Copyright © 2022 - Summa Real Media Private Limited. All Rights Reserved.