ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜଧାନୀ​‌ରେ ଚାଞ୍ଚଲ୍ୟ: ବନ୍ଦ ଘର ଭିତରୁ ରକ୍ତାକ୍ତ ବାର୍ ଡ୍ୟାନ୍ସରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର ୩୧/୦୫: ରାଜଧାନୀରେ ପୁଣି ଜଣେ ବାର ଡ୍ୟାନ୍ସରଙ୍କ ସନ୍ଦେହଜନକ ମୃତ୍ୟୁ । ବନ୍ଦ ଘର ଭିତରୁ ରକ୍ତାକ୍ତ ଅବସ୍ଥାରେ ମୃତଦେହ ଠାବ। ଏ ସମ୍ପର୍କରେ ଘଟଣାସ୍ଥଳରେ ପାହାଳ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିଛ। ଏଥି ସହିତ ବାର୍ ଗାର୍ଲଙ୍କ ମୋବାଇଲ ଜବତ କରିଥିବା ଜଣାପଡିଛି। ତେବେ ବାର୍ ଡ୍ୟାନ୍‌ସରଙ୍କ ମୃତ୍ୟୁ ନେଇ ସସ୍‌ପେନ୍ସ ରହିଛି। ତେବେ‌ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ସୂଚନା ମୁତାବିକ, ପାହାଳ ଥାନା ଅନ୍ତର୍ଗତ ଶିବଶକ୍ତି ନଗରରେ ଅଞ୍ଚଳରେ ଥିବା ଏକ ବନ୍ଦ ଘର ଭିତରୁ  ଜଣେ ବାର୍ ଡ୍ୟାନ୍ସରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀ ଜଣଙ୍କ ଘର ଚଣ୍ଡୀଗଡ଼ ବୋଲି ଜଣାପଡିଛି।  ସେ କିଛି ଦିନ ହେଲା ଭୁବନେଶ୍ୱର କଟକ ରୋଡର ଏକ ଡ୍ୟାନ୍ସ ବାରରେ କାମ କରୁଥିଲେ।

ବିଲ୍ଡିଂ ଭିତରେ ୨୫ ଜଣ ଯୁବତୀ ରହୁଥିବା ଜଣାପଡିଛି। ପାହାଳ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛି । ପାରିପାର୍ଶ୍ୱିକ ପରିସ୍ଥିତି ଦେଖି ଆତ୍ମହତ୍ୟା  ବୋଲି ଜଣାପଡୁଛି। ପୋଲିସ ଏକ ଅପମୃତ୍ୟୁ  ମାମଲା ରୁଜୁ  କରିବା ସହ ଫୋନ୍ ଜବତ କରି ଯାଞ୍ଚ ଆରମ୍ଭ କରିଛି। ତେବେ ଯୁବତୀ ଜଣ କାହିଁକି ଆତ୍ମହତ୍ୟା କଲେ। ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.