ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାହୁଲ ଦ୍ରାବିଡ ରହିବେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌, ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି କଲା BCCI

ନୂଆଦିଲ୍ଲୀ,୨୯।୧୧: ବଢିଲା ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ। ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍ ପଦରେ ରହିବେ ରାହୁଲ।   ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ ଏବଂ ଟିମ୍ ଇଣ୍ଡିଆର ସପୋର୍ଟ ଷ୍ଟାଫଙ୍କ ଚୁକ୍ତି ଅବଧିକୁ ବୃଦ୍ଧି କରିଛି। ଓ୍ବାର୍ଲ୍ଡକପ୍ ୨୦୨୩ ପରେ ତାଙ୍କର ଚୁକ୍ତି ସମୟ ସୀମା ‌ଶେଷ ହୋଇଯାଇଥିଲା। ଏବେ ବିସିସିଆଇ ତାଙ୍କର ଚୁକ୍ତିକୁ ବଢାଇଛି। ସିନିୟର ପୁରୁଷ ଟିମ୍‌ର ହେଡ୍‌ କୋଚ୍ ରାହୁଲ ଦ୍ରାଭିଡଙ୍କ ସହିତ ମଧ୍ୟ ବଢିଛି ସର୍ପୋଟ ଷ୍ଟାଫ୍‌ଙ୍କ ଚୁକ୍ତି ଅବଧି। ତେବେ ହେଡ୍‌ କୋଚ୍‌ ଓ ସର୍ପୋଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ କେତେ ଦିନ ପାଇଁ ବଢିଛି ସେ ନେଇ ବିସିସିଆଇ କୌଣସି ସୂଚନା ଦେଇନାହିଁ। 

ବିସିସିଆଇ ପକ୍ଷରୁ ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି, ନିକଟରେ ଶେଷ ହୋଇଥିବା ଓ୍ବାନଡେ ଓ୍ବାର୍ଲ୍ଡକପ୍‌ ୨୦୨୩ ପରେ ରାହୁଲଙ୍କ କାର୍ଯ୍ୟକାଳ ସରିଯାଇଥିଲା। ତାଙ୍କ ସହ କଥାବାର୍ତ୍ତା ପରେ ସହମତି ଆଧାରରେ କନଟ୍ରାକ୍ଟୁ ଆଗକୁ ବଢାଇବାର ନିଷ୍ପତ୍ତି ନିଆଯାଇଛି।’ ଭାରତୀୟ ଟିମ୍‌କୁ ଉଚ୍ଚମାନର ପ୍ରଶିକ୍ଷଣ ଦେବାରେ ରାହୁଲ ଦ୍ରାବିଡଙ୍କ ଭୂମିକାକୁ ବୋର୍ଡ ଭଲ ଭାବରେ ଜାଣେ। ତାଙ୍କର ଅସାଧାରଣ ପ୍ରଫେସନାଲିଜିମ୍‌କୁ ମଧ୍ୟ ପ୍ରଶଂସାରେ କରେ। ରାହୁଲଙ୍କ ବ୍ୟତୀତ ଏନସିଏ ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କ ପ୍ରଂଶସା କରିଛି ବିସିସିଆଇ। କାରଣ ରାହୁଲଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆର କୋଚ୍ ଭାବେ ଦାୟିତ୍ୱ ତୁଲାଉଛନ୍ତି ଲକ୍ଷ୍ମଣ। ବିସିସିଆଇ ସଭାପତି କହିଛନ୍ତି, ରାହୁଲଙ୍କ ମାର୍ଗଦର୍ଶନରେ ଟିମ୍ ଇଣ୍ଡିଆ ଦମଦାର ପ୍ରଦର୍ଶନ କରୁଛି । ନୂଆ ଚ୍ୟାଲେଞ୍ଜ ସ୍ୱୀକାର କରିବା ସହ ଯୁବ କ୍ରିକେଟରଙ୍କୁ ଆଗକୁ ବଢିବାରେ ସହଯୋଗ କରିବାରେ ରାହୁଲଙ୍କ ଅବଦାନ ବେଶ ପ୍ରଂଶସାଯୋଗ୍ୟ। 

ଟିମ୍ ଇଣ୍ଡିଆର ହେଡ୍ କୋଚ୍ ରାହୁଲ ଦ୍ରାବିଡ୍‌ କହିଛନ୍ତି, ଭାରତୀୟ ଟିମ୍ ସହିତ ସେ ଦୁଇ ବର୍ଷ ଖୁବ୍ ଭଲ ରହିଛି। ଆମେ ଉତଥାନ ଓ ପତ୍ତନକୁ ଦେଖିଛୁ ଓ ଏହି ସମୟରେ ସର୍ପୋଟ ଷ୍ଟାଫ୍ ଓ ଗ୍ରୁପ୍‌ ଭିତରେ ଖୁବ୍ ଭଲ ବନ୍ଦୁତ୍ବ ହୋଇଯାଇଛି। ଆମେ ଡ୍ରେସିଂ ରୁମ୍‌ରେ ଯେଉଁ କଲଚର ସେଟ୍‌ କରିଛୁ ତାକୁ ନେଇ ଗର୍ବିତ। ଆମ ଟିମ୍‌ ଯେଉଁ ସ୍କିଲ୍‌ ଓ ପ୍ୟାଶନ୍‌ ରହିଛି ତାହା ଖୁବ୍ ସୁନ୍ଦର ଓ ଆମେ ଏହି କଥା ଉପରେ ଜୋର ଦେଇଛୁ, ସେମାନେ ଏହାକୁ ସଠିକ୍ ପ୍ରୋସେସ୍‌ରେ ଫଲୋ କରନ୍ତୁ। ବିସିସିଆଇ ମୋ ଉପରେ ଭରସା ରଖିଥିବାରୁ ଧନ୍ୟବାଦ ଜଣାଉଛି। ’

  • PrameyaOdia
  • BCCI
  • Indian cricket team
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.