ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

BCCIର ଶେଷ ଚେତାବନୀ ! ପ୍ରଥମେ ରଣଜୀ ମ୍ୟାଚ୍ ଖେଳ, ନ ହେଲେ କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ ୧୩/୦୨ : ଆକ୍ସନ ମୋଡ଼ରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) । ବୋର୍ଡ କିମ୍ବା ରାଜ୍ୟ କ୍ରିକେଟ ଆସୋସିଏସନର ବିନା ଅନୁମତିରେ କୁଆଡେ ବି ଯାଇପାରିବେ ନାହିଁ ଖେଳାଳି। ଏପିରିକି ଯଦି ଖେଳାଳିମାନେ ବୋର୍ଡର କଣ୍ଟ୍ରାକ୍ଟ ସହିତ ଜଡିତ ଥିବେ । ତେବେ ଜାତୀୟ କ୍ରିକେଟ୍ ଏକାଡେମୀକୁ ଜଣାଇବାକୁ ପଡିବ । ଯଦି ଏହି ତିନୋଟି ମଧ୍ୟରୁ ଖେଳାଳି କାହାକୁ ବି ନ ଜଣାଇବେ। ତେବେ ତାଙ୍କ ବିରୋଧର ହେବ‌ ଦୃଢ କାର୍ଯ୍ୟାନୁଷ୍ଠାନ। 

କିଛି ଦିନ ହେବ କ୍ରିକେଟ୍ରମାନେ ବୋର୍ଡର ନିୟମକୁ ବେଖାତିର କରିଚାଲିଛନ୍ତି ଖେଳାଳି । ଏପିରିକି ରାଜ୍ୟ କ୍ରିକେଟ୍ ଆସୋସିଏସନ ସହ ଖେଳିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ରାଜ୍ୟ ପାଇଁ ନଖେଳିବାକୁ ବାହାନା କରି ଅନ୍ୟ ସ୍ଥାନରେ ଖେଳୁଥିବାର ନଜର ଆସିଛନ୍ତି । ଏମିତିକି ବୋର୍ଡ କିମ୍ବା ରାଜ୍ୟ କ୍ରିକେଟ୍ ଆସୋସିଏସନ୍‌ଙ୍କୁ କୌଣସି ଖବର ଦେଉନାହାନ୍ତି । ଯାହାକୁ ନେଇ ଖପ୍ପା ହୋଇଛି ବିସିସିଆଇ । ଅନୁବନ୍ଧିତ ସମସ୍ତ ଖେଳାଳିଙ୍କୁ ଚେତାବନୀ ଦେଇଛ ବୋର୍ଡ । 

ମିଳିଥିବା ସୂଚନାନୁସାରେ, ବିସିସିଆଇ ସମସ୍ତ କ୍ରିକେଟ୍‌ଙ୍କୁ ଏନେଇ ଚେତାବନୀ ଜାରି କରିଛି । ଯଦି ବୋର୍ଡ ସହିତ କଣ୍ଟ୍ରାକ୍ଟରେ ଜଡିତ ଥିବା ଖେଳାଳିମାନେ କୌଣସି କାରଣରୁ ଟିମ୍ ସହିତ ଯୋଗ ଦେବେନାହିଁ । ତେବେ ଜାତୀୟ କ୍ରିକେଟ୍ ଏକାଡେମୀ କିମ୍ବା ବିସିସିଆଇକୁ ଜଣାଇବେ । ଏହାବାଦ୍ ରାଜ୍ୟ କ୍ରିକେଟ୍ ଆସୋସିଏସନଙ୍କୁ ଜଣାଇ ପାରିବେ । ଯଦି ଜାତୀୟ ଦଳରେ ଚୟନ ହେଇ ନଥିବା ଖେଳାଳି ପ୍ରାଥମିକତା ଭାବେ ରାଜ୍ୟ ପାଇଁ ଖେଳିବେ । ତାପରେ ଅନ୍ୟ କାହା ପାଇଁ ଖେଳିବେ । ଯଦି ଏହି ନିୟମକୁ କେହି ବେଖାତିର କରନ୍ତି । ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । 

ସେହିପରି ଖେଳିଳାମାନେ ଯେଉଁଠାରେ ବି ଅଭ୍ୟାସ କରିବେ । ତାହା ବୋର୍ଡ, ଏନ୍ସିଏ, ରାଜ୍ୟ କ୍ରିକେଟ୍ ଆସୋସିଏସନ୍ ମଧ୍ୟରୁ କାହାକୁ ବି ଜଣାଇବେ ଦରକାର ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.