ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସ୍ଥାନାନ୍ତର ହେବନି ଆଇପିଏଲ, ଭାରତରେ ଖେଳାଯିବ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ: ବିସିସିଆଇ

ନୂଆଦିଲ୍ଲୀ,୧୭/୦୩: ସାଧାରଣ ନିର୍ବାଚନକୁ ନେଇ ବିଦେଶରେ ଆଇପିଏଲ୍‌ର ଦ୍ୱିତୀୟ ଭାଗ ଆୟୋଜନ କରିବା ନେଇ ଚାଲିଥିବା ଆଲୋଚନାର ଅନ୍ତ ଘଟିଛି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଭାରତରେ ଆୟୋଜନ କରାଯିବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହା ଘୋଷଣା କରିଛନ୍ତି ।  ମାର୍ଚ୍ଚ ୨୨ରୁ ଏପ୍ରିଲ୍‌ ୭ ତାରିଖ ମଧ୍ୟରେ  ମୋଟ୍‌ ୨୧ଟି ଲିଗ୍‌ ମ୍ୟାଚ୍‌ ପାଇଁ କ୍ରୀଡ଼ାସୂଚୀ  ଘୋଷଣା କରା ଯାଇଥିଲା । ଖୁବ୍‌ ଶୀଘ୍ର ବାକି  ମ୍ୟାଚ୍‌ ପାଇଁ ତାରିଖ ଘୋଷଣା ହେବ ବୋଲି  ଶାହ ସ୍ପଷ୍ଟ କରିଦେଇଛନ୍ତି ।  

ଶନିବାର ନିର୍ବାଚନ କମିଶନ ପକ୍ଷରୁ  ଆଗାମୀ ସାଧାରଣ ନିର୍ବାଚନ ପାଇଁ  ଚୂଡ଼ାନ୍ତ ତାରିଖ ଘୋଷଣା କରାଯିବା  ମାତ୍ରେ ଆଇପିଏଲ୍‌ର ଦ୍ୱିତୀୟ ପର୍ଯ୍ୟାୟ  ଆୟୋଜନକୁ ନେଇ ଆଲୋଚନା  ଜୋରଦାର ହୋଇଥିଲା । ୟୁଏଇରେ  ଦ୍ୱିତୀୟ ଭାଗ ଆୟୋଜନ କରିବାକୁ ବିସିସିଆଇ ଯୋଜନା କରୁଥିବା ଖବର ମଧ୍ୟ  ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା ।  ଏପରିକି କିଛି ଫ୍ରାଞ୍ଚାଇଜମାନଙ୍କ ଦାବିକୁ  ଗ୍ରହଣ କରି ବିସିସିଆଇର କିଛି ସଦସ୍ୟ  ଦୁବାଇ ଅଭିମୁଖେ ଯାତ୍ରା କରିଥିବା ଖବର  ମଧ୍ୟ ଘୁରି ବୁଲିଥିଲା । ମାତ୍ର ଜୟ ଶାହ  ଆୟୋଜନ ସମ୍ପର୍କିତ ତଥ୍ୟ ପ୍ରଦାନ କରି  ସବୁ ଉଡ଼ା ଖବରରେ ପୂର୍ଣ୍ଣଛେଦ ପକାଇ  ଦେଇଥିଲେ ।  

୨୦୧୪ରେ ସାଧାରଣ ନିର୍ବାଚନକୁ  ନେଇ ୟୁଏଇ ଆଇପିଏଲ୍‌ର ପ୍ରଥମ ଭାଗର  ୨୦ଟି ମ୍ୟାଚ୍‌ ଆୟୋଜନ କରାଯାଇଥିଲା ।  ଏହା ପୂର୍ବରୁ ୨୦୦୯ ସାଧାରଣ ନିର୍ବାଚନ  ପାଇଁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟକୁ ଦକ୍ଷିଣ  ଆଫ୍ରିକାରେ ଆୟୋଜନ କରାଯାଇଥିଲା ।  କରୋନା ମହାମାରୀ ସମୟରେ ମଧ୍ୟ  ୟୁଏଇରେ ଆଇପିଏଲ୍‌ ୨୦୨୦ ଓ ୨୦୨୧  ସିଜନ ଆୟୋଜିତ ହୋଇଥିଲା ।  ସୂଚନାଯୋଗ୍ୟ, ଏପ୍ରିଲ ୧୯ରୁ ଲୋକସଭା ନିର୍ବାଚନ ଆରମ୍ଭ ହେବ । ମୋଟ୍‌  ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ ଓ ଜୁନ୍‌  ୪ତାରିଖରେ ମତଦାନ ଶେଷ ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.