ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌, ଆବେଦନ ପାଇଁ ଗମ୍ଭୀରଙ୍କୁ ବିସିସିଆଇର ପ୍ରସ୍ତାବ

Published By : Prameya | May 18, 2024 9:03 AM

ନୂଆଦିଲ୍ଲୀ,୧୮/୦୫: ଭାରତୀୟ କ୍ରିକେଟ୍‌ ଦଳର ନୂତନ ମୁଖ୍ୟ କୋଚ୍‌ ପଦ ପାଇଁ ଉପଯୁକ୍ତ ପ୍ରାର୍ଥୀଙ୍କ ଅନ୍ୱେଷଣ ଆରମ୍ଭ ହୋଇ ଯାଇଛି । ଇତି  ମଧ୍ୟରେ ବିସିସିଆଇ ନୂତନ କୋଚ୍‌ ନିଯୁକ୍ତ  ପାଇଁ ଆବେଦନର ଆହ୍ୱାନ କରିଛି । ଆସନ୍ତା  ୨୭କୁ ଆବେଦନର ଶେଷ ତାରିଖ ଭାବେ ନିର୍ଦ୍ଧାରଣ କରାଯାଇଛି । ରାହୁଲ ଦ୍ରାବିଡଙ୍କ  ଉତ୍ତରାଧିକାରୀ ଭାବେ ପୂର୍ବତନ ଟିମ ଇଣ୍ଡିଆ  ଓପନର ଗୌତମ ଗମ୍ଭୀରଙ୍କୁ ନିଯୁକ୍ତି ଦେବା ପାଇଁ ବିସିସିଆଇ ଆଶାବାଦୀ ରହିଥିବା ଜଣା ପଡ଼ିଛି ।  ଇତି ମଧ୍ୟରେ ବିସିସିଆଇ ପକ୍ଷରୁ ଗମ୍ଭୀରଙ୍କ ସହ  ଯୋଗାଯୋଗ କରାଯାଇ ଆବେଦନ ପତ୍ର ଦାଖଲ  କରିବାକୁ ପ୍ରସ୍ତାବ ଦିଆଯାଇଛି । ଆଇପିଏଲ୍‌  ଶେଷ ହେବା ପରେ ଉଭୟ ପକ୍ଷ ମଧ୍ୟରେ ବାକି  ଆଲୋଚନା କରାଯିବ । 

ସୂଚନାଯୋଗ୍ୟ, ୨୬  ତାରିଖରେ ଆଇପିଏଲ୍‌ ଫାଇନାଲ୍‌ ଖେଳାଯିବ । ଗମ୍ଭୀର ସମ୍ପ୍ରତି କୋଲକାତା ନାଇଟ ରାଇଡର୍ସ  ଦଳର ମେଣ୍ଟର ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ଉପସ୍ଥିତିରେ ନାଇଟ ରାଇଡର୍ସ ଚମତ୍କାର  ପ୍ରଦର୍ଶନ ଜାରି ରଖି ପ୍ରଥମ ଦଳ ଭାବେ ପ୍ଲେ-ଅଫ୍‌ରେ  ପ୍ରବେଶ କରିଛି । କୋଚ୍‌ ଭାବେ ଗମ୍ଭୀରଙ୍କ ନିକଟରେ  କୌଣସି ଅଭିଜ୍ଞତା ନାହିଁ । ତଥାପି ତାଙ୍କୁ କୋଚ୍‌  ନିଯୁକ୍ତ କରିବାକୁ ବିସିସିଆଇ ଚାହୁଁଛି । ଗତ ୨ବର୍ଷ  ହେଲା(୨୦୨୨ ଓ ୨୦୨୩) ସେ ଲକ୍ଷେ୍ନø ସୁପରଜାଏଣ୍ଟ୍‌ସ  ଦଳର ମେଣ୍ଟର ରହିଥିଲେ । ଉଭୟ ଥର  ସୁପରଜାଏଣ୍ଟ୍‌ସ ପ୍ଲେ-ଅଫରେ ପ୍ରବେଶ କରିଥିଲା ।  

ଗମ୍ଭୀର ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଓ ୨୦୧୧  ଦିନିକିଆ ବିଶ୍ୱକପ୍‌ ଦଳର ସଦସ୍ୟ ରହିଥିଲେ । ଉଭୟ ଟୁର୍ଣ୍ଣାମେଣ୍ଟରେ ତାଙ୍କ ପ୍ରଦର୍ଶନ ଆକର୍ଷଣୀୟ ରହିଥିଲା ।  ୨୦୧୧ରୁ ୨୦୧୭ ମଧ୍ୟରେ ସେ ନାଇଟ ରାଇଡର୍ସ ଦଳର  ଅଧିନାୟକ ରହିଥିଲେ । ଏହି ୭ ବର୍ଷ ମଧ୍ୟରେ ନାଇଟ  ରାଇଡର୍ସ ୫ଥର ପ୍ଲେ-ଅଫ୍‌ରେ ପ୍ରବେଶ କରିଥିଲା  ଓ ୨ଥର ଚାମ୍ପିଅନ୍‌ ହୋଇଥିଲା । ତେଣୁ ଗମ୍ଭୀରଙ୍କ  ଦକ୍ଷତା ସହ ବିସିସିଆଇ ଭଲ ଭାବେ ପରିଚିତ । 

ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସହ ଦ୍ରାବିଡଙ୍କ  କାର୍ଯ୍ୟକାଳ ଶେଷ ହେବ । ଜୁଲାଇ ୧ତାରିଖରୁ  ନୂଆ କୋଚ କାର୍ଯ୍ୟଭାର ଗ୍ରହଣ କରିବେ । ନୂଆ କୋଚ୍‌ଙ୍କ କାର୍ଯ୍ୟକାଳ ଜୁଲାଇ ୧ରୁ ଆରମ୍ଭ  ହୋଇ ୨୦୨୭ ଡିସେମ୍ବରରେ ଶେଷ ହେବ ।  

ବର୍ତ୍ତମାନ କୋଚ୍‌ ଥିବା ଦ୍ରାବିଡଙ୍କୁ ୨ବର୍ଷ(୨୦୨୧  ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରୁ ୨୦୨୩ ଦିନିକିଆ ବିଶ୍ୱକପ୍‌)  ପାଇଁ କୋଚ ନିଯୁକ୍ତ କରାଯାଇଥିଲା। ଦିନିକିଆ  ବିଶ୍ୱକପ୍‌ରେ ଭାରତ ଫାଇନାଲ୍‌ରେ ପ୍ରବେଶ କରିବା  ପରେ ବିସିସିଆଇର ଅନୁରୋଧ କ୍ରମେ ଦ୍ରାବିଡ  ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପର୍ଯ୍ୟନ୍ତ କୋଚ ଦାୟିତ୍ୱ  ସମ୍ଭାଳିବାକୁ ରାଜି ହୋଇଥିଲେ । ମାତ୍ର ଆଗକୁ ସେ  ଆଉ କୋଚ୍‌ ଦାୟିତ୍ୱ ମୁଣ୍ଡାଇବାକୁ ଚାହୁଁ ନାହାନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.