ଭୁବନେଶ୍ୱର,୧୨/୦୮: ସୋମବାର ପ୍ରକାଶ ପାଇବ ବିଏଡ୍, ବିଏଚ୍ଏଡ୍, ଏମ୍ଏଡ୍ ନାମଲେଖା ପାଇଁ ମେଧା ତାଲିକା । ମେଧାତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ସାମ୍ସ ୱେବ୍ସାଇଟ୍ ମାଧ୍ୟମରେ ୧୨ରୁ ୧୬ ତାରିଖ ମଧ୍ୟରେ ନାମଲେଖା ପାଇଁ ଅନ୍ଲାଇନ୍ ପେମେଣ୍ଟ କରିବେ । ୧୩ରୁ ୧୪ ଏବଂ ୧୬ରୁ ୧୭ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ସେପ୍ଟେମ୍ବର ୨୩ରୁ ପାଠପଢ଼ା ଆରମ୍ଭ ହେବ ।
ସୂଚନାଯୋଗ୍ୟ, ରାଜ୍ୟରେ ବିଏଡ୍, ଏମଏଡ୍, ବିଏଚ୍ଏଡ୍ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ଅନ୍ଲାଇନରେ ନିଜର ରୋଲ୍ ନମ୍ବର ଦେଇ ସ୍କୋର୍ ମାର୍କ ଜାଣିପାରିବେ । ଦ୍ୱିତୀୟ ରାଉଣ୍ଡ ମେଧା ତାଲିକା ୨୪ ତାରିଖରେ ପ୍ରକାଶ ପାଇବ। ନାମଲେଖା ପାଇଁ ଚୟନ ହୋଇଥିବା ଶିକ୍ଷାର୍ଥୀମାନେ ୨୪ରୁ ୨୮ ତାରିଖ ମଧ୍ୟରେ ସାମ୍ସ ପୋର୍ଟାଲ୍ ମାଧ୍ୟମରେ ଅନ୍ଲାଇନ ପେମେଣ୍ଟ କରିବେ । ୨୭ରୁ ୨୯ ତାରିଖ ମଧ୍ୟରେ ନାମଲେଖା ହେବ ।
ସେହିପରି ସେପ୍ଟେମ୍ବର ୫ରେ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ପିଲାମାନେ ୫ରୁ ୯ ତାରିଖ ମଧ୍ୟରେ ଅନ୍ଲାଇନ୍ ପେମେଣ୍ଟ କରି ୬ରୁ ୧୦ ତାରିଖ ମଧ୍ୟରେ ନାମଲେଖାଇପାରିବେ । ସେହିପରି ୪ର୍ଥ ପର୍ଯ୍ୟାୟ ମେଧା ତାଲିକା ସେପ୍ଟେମ୍ବର ୧୭ ତାରିଖରେ ପ୍ରକାଶ ପାଇବ । ୧୭ରୁ ୨୦ ଅନ୍ଲାଇନ୍ ପେମେଣ୍ଟ ଓ ୧୮ରୁ ୨୧ ନାମଲେଖା ହେବ । ସ୍ପଟ୍ ନାମଲେଖା ପାଇଁ ୨୫ ତାରିଖରେ ତାଲିକା ପ୍ରକାଶ ପାଇବ । ୨୬ରୁ ୨୮ ମଧ୍ୟରେ ନାମଲେଖା ହେବ ।