ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମିଳୁନି ପ୍ରଧାନମନ୍ତ୍ରୀ ଆବାସ, କୁଡ଼ିଆ ଘରେ ଦିନ କାଟୁଛନ୍ତି ହିତାଧିକାରୀ

ଫିରିଙ୍ଗିଆ,୨୯l୫ (ଆପ୍ର):  ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା  କରାଯାଇଛି। ହେଲେ ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁ ନାହିଁ।  ଭଙ୍ଗା କୁଡ଼ିଆ ଓ ବିପଦ ସଂକୁଳ ଘରେ କାଳ କାଟୁଥିବା ବେଳେ ମଧ୍ୟବିତ ଶ୍ରେଣୀର ଲୋକେ ଏହି ଯୋଜନାର ଭରପୁର ଫାଇଦା ଉଠାଉଥିବା ଦେଖିବାକୁ ମିଳୁଛି । ଗରିବ ଅସହାୟ ଲୋକେ ପଂଚାୟତ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଧାଇଁ ଧାଇଁ ହତାଶ ହୋଇ ପଡୁଛନ୍ତି ସିନା ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିକ ଦେଉନାହାନ୍ତି । 

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କୋଏରମାଣ୍ଡୁ ପଂଚାୟତ ଅନ୍ତର୍ଗତ ଗ୍ଲୋଟ ଗ୍ରାମର ଦିନ କହଁର(୬୩ )କୁଲି ମଜୁରି କରି ପରିବାର ଚଳାଉଛନ୍ତି । ପରିବାରରେ ଛ ସଦସ୍ୟ। । ସ୍ୱାମୀ ସ୍ତ୍ରୀ ସାଙ୍ଗକୁ ଚାରି  ଝିଅ । ଏପରି ପରିସ୍ଥିତିରେ ସେମାନେ ଘର ତୋଳିବେ ବା କେମିତି ? ଦିନ ତମାମ ଖଟି ଖଟି ଯାହା କିଛି ବି ରୋଜଗାର କରନ୍ତି ସେଥିରେ ତ ସେମାନଙ୍କ ପେଟ ପାଇଁ ଦାନା ଯୋଗାଡ଼ କରିବାକୁ ନିଅଣ୍ଟ । ଘର କଥା ପୁଣି ଚିନ୍ତା କରିବେ କେତେବେଳେ।  ବର୍ଷ ବର୍ଷ ଧରି ଛ ପ୍ରାଣୀ ଭଙ୍ଗାରୁଜା କୁଡ଼ିଆ ଘରେ ଦିନ କାଟୁଛନ୍ତି । ସରକାର ଗରିବ ମାନଙ୍କୁ ପକ୍କା ଘର ଦେଉଥିବା ଖବର ପାଇବା ପରେ ମନରେ ଏକ ଆଶା ବାନ୍ଧି ରଖିଥିଲେ କି, ସରକାର ସେମାନଙ୍କୁ ପକ୍କା ଘର ଟିଏ ଦେବେ । ହେଲେ ପକ୍କାଘର ସେମାନଙ୍କ ପାଇଁ ଦିବାସ୍ବପ୍ନ ସଦୃଶ ହୋଉଛି । ସରପଞ୍ଚ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ପର୍ଯ୍ୟନ୍ତ ଦରଖାସ୍ତ କରି କରି ଥକି ଗଲେଣି ଦିନ କହଁର । କିଏ ହେଲେ ଦିନଙ୍କ ଦୁର୍ଦଶାକୁ ଦେଖି ପାରୁନାହାନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.