ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

୩ ବର୍ଷ ପରେ ୧୧୭୩୮ ହିତାଧିକାରୀ ଫେରି ପାଇଲେ ମନରେଗା ପ୍ରାପ୍ୟ

ମାଲକାନଗିରି,୨୧/୫ : ଗତ ୨୦୨୧ ମସିହାରେ ମନରେଗାରେ କାର୍ଯ୍ୟ କରୁଥିବା ୧୧୭୩୮ ଜଣ ହିତାଧିକାରୀ କୋଭିଡ ସମୟରେ ୨ମାସର ସେମାନଙ୍କ ପ୍ରୋତ୍ସାହନ ରାଶି ପାଇ ପରି ନଥିଲେ । ସେମାନେ ସୂଚନା ଆଇନ ବଳରେ ୩ ବର୍ଷ ପରେ ୧୧୭୩୮ ଜଣ ହିତାଧିକାରୀ ଫେରି ପାଇଛନ୍ତି ମନରେଗା  ପ୍ରୋତ୍ସାହନ ଟଙ୍କା।

କରୋନା ସମୟରେ ୧.୪.୨୦୨୧ ଠାରୁ ୩୦.୬.୨୦୨୧ ମଧ୍ୟରେ ମନରେଗାରେ କାର୍ଯ୍ୟ କରିଥିବା ଶ୍ରମିକମାନଙ୍କୁ ପ୍ରୋତ୍ସାହନ ରାଶି ବାବଦକୁ  ଦୈନିକ ୫୦ଟଙ୍କା ଲେଖା ଦେବା ପାଇଁ ରାଜ୍ୟସରକାର ଘୋଷଣା କରିଥିଲେ। ଏହି ଟଙ୍କା ପାଇଁ ଶ୍ରମିକମାନେ ପଞ୍ଚାୟତ,ବ୍ଲକ ଅଫିସ କୁ ଯାଇ ଯାଇ କିଛି ସୁଫଳ ନପାଇ ହତାଶ ହୋଇପଡିଥିଲେ। ପ୍ରୋତ୍ସାହନ ରାଶି ପାଇବାରେ ଅନିୟମିତତା ଖବର ପାଇ ଜିଲ୍ଲା ସୂଚନା ଅଧିକାର ପ୍ରବକ୍ତା   ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକ ୧୬.୭.୨୦୨୨ ଓ ୭.୧୨.୨୦୨୨ ରେ ଜିଲ୍ଲା ପରିଷଦ କୁ ତୁରନ୍ତ ସୂଚନା ପ୍ରଦାନ କରିବା ନିମନ୍ତେ ଅନୁରୋଧ କରିଥିଲେ। ଜିଲ୍ଲା ପରିଷଦ ପକ୍ଷରୁ ମାଲକାନଗିରି ଜିଲ୍ଲାର ୭ଟି ବ୍ଲକ କୁ ତଥ୍ୟ ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ  କୌଣସି ବ୍ଲକ  ତଥ୍ୟ ପ୍ରଦାନ କରିନଥିଲେ। ତଥ୍ୟ ନ ମିଳିବାରୁ ଆଇନଜୀବୀ ଶ୍ରୀ ପଟ୍ଟନାୟକ ୭ଟି ଯାକ ବ୍ଲକ ବିରୋଧରେ ରାଜ୍ୟ ସୂଚନା କମିଶନର ନିକଟରେ ଅଭିଯୋଗ ଦାଖଲ କରିଥିଲେ । ରାଜ୍ୟ ସୂଚନା କମିଶନର ଅଦାଲତ ପକ୍ଷରୁ ସମସ୍ତ ବ୍ଲକ କୁ ତୁରନ୍ତ ତଥ୍ୟ ପ୍ରଦାନ ନିମନ୍ତେ ନିର୍ଦେଶ ଦେଇଥିଲେ। ଏହା ପରେ କୋରକୁଣ୍ଡା ବ୍ଲକର   ତଥ୍ୟ ପ୍ରଦାନ ସନ୍ତୋଷ ଜନକ ନଥିବାରୁ ଆଇନଜୀବୀ  ଶ୍ରୀ ପଟ୍ଟନାୟକ ସୂଚନା କମିଶନର ଓ ବିଡ଼ିଓ ଙ୍କୁ ଜଣାଇଥିଲେ। ପରେ ୧୧୭୩୮ ଜଣ ଶ୍ରମିକଙ୍କୁ ସେମାନଙ୍କ ପ୍ରାପ୍ୟ ଦିଆଯାଇ ନଥିବା କଥା ସ୍ଵୀକାର କରି ଆଜି ୧୧୭୩୮ ଜଣ ଶ୍ରମିକଙ୍କ ୧କୋଟି୯ଲକ୍ଷ ୪୨ହଜାର ଟଙ୍କା ପ୍ରଦାନ ନିମନ୍ତେ ମାଲକାନଗିରି ଷ୍ଟେଟବ୍ୟାଙ୍କ କୁ ବ୍ଲକ ପକ୍ଷରୁ ଉପଦେଶ ପତ୍ର ପଠାଇଛନ୍ତି। ଅନ୍ୟ ବ୍ଲକ ଏପର୍ଯ୍ୟନ୍ତ ତଥ୍ୟ ଦେଇ ନଥିବାରୁ ଏହି ପ୍ରୋତ୍ସାହନ ରାଶି ପ୍ରଦାନ ରେ ବ୍ୟାପକ ଜାଲିଆତି ହୋଇଥିବାର ଆଶଙ୍କା କରି ଜିଲ୍ଲାପାଳ ତଥା ମନରେଗାର ମୁଖ୍ୟ ସଂଯୋଜକଙ୍କୁ ଆଇନ ଜୀବି ଶ୍ରୀ ପଟ୍ଟନାୟକ ଅବଗତ କରି ଏହାର ନିରପେକ୍ଷ ତଦନ୍ତ ପାଇଁ ଦାବିକରିଛନ୍ତି।

ଆହୁରି ପଢନ୍ତୁ : ନେତାଜୀ ସୁବାସ ସେତୁ ଉପରେ ସିରିଜ୍ ଦୁର୍ଘଟଣା : ୨ ବାଇକ, କାରକୁ ଧକ୍କା ଦେଲା ଇନୋଭା, ୨ ଆହତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.