ପ୍ରମୂଖ ଖବର
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ଔଷଧୀୟ ଗୁଣରେ ଭରପୁର ମହୁ, ଓଜନ କମାଇବାରେ କରେ ସାହାଯ୍ୟ

ଭୁବନେଶ୍ଵର, ୨୪/୦୬ : ରୋଷେଇ ଘର ଠାରୁ ଆରମ୍ଭ କରି ଔଷଧ ଏବଂ ପୂଜାର୍ଚ୍ଚନା ସମସ୍ତ କ୍ଷେତ୍ରରେ ମହୁର ଅବଦାନ ଅତୁଳନୀୟ। ମହୁର ସ୍ୱାଦ କାହାକୁ ବା ଭଲ ନ ଲାଗେ। ପିଲାଠୁ ବୁଢ଼ା ସମସ୍ତଙ୍କର ଏହା ପ୍ରିୟ। ଏହାର ସ୍ୱାଦ ଯେମିତି, ଗୁଣ ବି ସେମିତି। ଏହାର ଔଷଧୀୟ ଗୁଣ ଆମକୁ ବିଭିନ୍ନ ରୋଗରୁ ରକ୍ଷା କରିବା ସହ ଶରୀରକୁ ସୁସ୍ଥ ଓ ନୀରୋଗ ରଖେ । ସାଧାରଣତଃ ଥଣ୍ଡାକାଶର ଉପଚାର ପାଇଁ ତୁଳସୀପତ୍ରର ରସ ସହ ମହୁ ମିଶାଇ ଖାଇଲେ ଆରାମ ମିଳିଥାଏ। ମହୁ ସହ କ୍ଷୀର ମିଶାଇ ପିଇବା ଦ୍ୱାରା ମଧ୍ୟ ଆରାମ ମିଳିଥାଏ। ଖାସ୍‌ କରି ଆୟୁର୍ବେଦରେ ଏହାର ମୁଖ୍ୟ ଭୂମିକା ରହିଛି। ଅନେକ ଆୟୁର୍ବେଦିକ ଔଷଧ ପ୍ରସ୍ତୁତିରେ ଏହାର ବ୍ୟବହାର କରାଯାଇଥାଏ। ଅତ୍ୟଧିକ ପ୍ରଦୂଷଣ କାରଣରୁ ଆଖିରେ ଜମି ରହୁଥିବା ମଇଳାକୁ ସଫା କରିବା ପାଇଁ ମଧ୍ୟ ମହୁରେ ତିଆରି ଔଷଧର ବ୍ୟବହାର କରାଯାଇଥାଏ। 

ଓଜନ କମାଇବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସକାଳେ ଖାଲି ପେଟରେ ଏବଂ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଉଷୁମ ପାଣି ସହ ଲେମ୍ବୁ ରସ ଓ ଏକ ଚାମଚ ମହୁ ମିଶାଇ ପିଇଲେ ଓଜନ କମିଥାଏ। ଏହାର ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ଶରୀରରେ ରକ୍ତ ସଂଚାଳନକୁ ସକ୍ରିୟ ରଖିଥାଏ। ଫଳରେ ହାର୍ଟଆଟାକ୍‌, ଷ୍ଟ୍ରୋକ୍‌ ଓ କ୍ୟାନ୍‌ସର ଭଳି ଭୟଙ୍କର ରୋଗରୁ ଏହା ଆମକୁ ରକ୍ଷା କରିଥାଏ। ଉଚ୍ଚ ରକ୍ତଚାପ ବ୍ୟତୀତ ଶରୀରରେ ଶର୍କରାର ପରିମାଣକୁ ମଧ୍ୟ ସନ୍ତୁଳିତ ରଖେ। 

ସାଧାରଣତଃ ଡାଇବେଟିସ ଥିବା ଲୋକମାନଙ୍କୁ ମିଠା ଜାତୀୟ ଖାଦ୍ୟ ଖାଇବାକୁ ବାରଣ କରାଯାଇଥାଏ। କିନ୍ତୁ ମହୁ ସେମାନଙ୍କ ପାଇଁ ବେଶ୍‌ ଉପଯୋଗୀ। ଏହା ଶରୀରରେ ଶର୍କରାର ପରିମାଣକୁ ନିୟନ୍ତ୍ରଣ କରି ରଖିଥାଏ । ରକ୍ତହୀନତା ସମସ୍ୟା ସହ ଜଡିତ ବ୍ୟକ୍ତିମାନଙ୍କ ପାଇଁ ମହୁ ବେଶ୍‌ ହିତକର। ଏହାକୁ ସେମାନେ ପ୍ରତିଦିନ ନିଜ ଦୈନନ୍ଦିନ ଖାଦ୍ୟରେ ଖାଇ ପାରିବେ। ସେମାନଙ୍କ ପାଇଁ ଏହା ବରଦାନ ସଦୃଶ। ଆମ ଶରୀରର କୌଣସି ସ୍ଥାନରେ ଯଦି ଘା’ ହୋଇଛି କିମ୍ବା କଟିଯାଇଛି, ତେବେ ସେହି ସ୍ଥାନରେ ମହୁକୁ ଆମେ ଲଗାଇ ପାରିବା। ଏହା ଆମ ମସ୍ତିଷ୍କକୁ ତୀକ୍ଷ୍ଣ କରିବା ସହ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ।

ମୁହଁର ଉଜ୍ୱଳତା ବଢାଇବାରେ ମଧ୍ୟ ମହୁ ବେଶ୍ ଉପକାରୀ। ମୁଲତାନି ମାଟି ସହ ମହୁ ଏବଂ ଲେମ୍ୱୁରସ ମିଶାଇ ମୁହଁରେ ଲଗାଇବା ଦ୍ୱାରା ବ୍ରଣ ସମସ୍ୟା ଦୂର କରିବାସହ ତ୍ୱଚାକୁ ନରମ ମଧ୍ୟ କରିଥାଏ। ଏହା ତ୍ୱଚା ପାଇଁ ନାଚୁରାଲ କ୍ଲିନଜର ଭଳି କାମ କରିଥାଏ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.