ପ୍ରମୂଖ ଖବର
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେକ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୫ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ: ଟେକା-ପଥର ମାଡ଼, ଜୀବନ ବଞ୍ଚାଇ ଦୌଡିଲେ

କୋଲକାତା,୨୫।୫: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଭୋଟ୍ ଦେବାବେଳେ ପଶ୍ଚିମବଙ୍ଗର ଝାଡଗ୍ରାମ୍‌ରେ ବିଜେପି ପ୍ରାର୍ଥୀଙ୍କ ଉପରେ ଆକ୍ରମଣ। ବିଜେପି ପ୍ରାର୍ଥୀ ପ୍ରଣତ ଟୁଡୁଙ୍କ ଟିମ୍‌ ଉପରେ କରାଯାଇଛି। ଯେଉଁଥିରେ ତାଙ୍କ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି। ଆକ୍ରମଣ ପାଇଁ ବିଜେପି ନେତା ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀଙ୍କୁ   ଦାୟୀ କରିଛନ୍ତି।

ଘଟଣାର ଏକ ଭିଡିଓରେ ଦେଖିବାକୁ ମିଳିଛି କିଛି ଲୋକ ଟେକା ପଥର ଫିଙ୍ଗି ବିଜେପି ପ୍ରାର୍ଥୀ, ତାଙ୍କ ସୁରକ୍ଷାକର୍ମୀ ଏବଂ ବହୁ ଗଣମାଧ୍ୟମ ପ୍ରତିନିଧିଙ୍କ ଟିମ୍‌କୁ ଗୋଡ଼ାଉଛନ୍ତି। ତେବେ ଆକ୍ରମଣର ଶିକାର  ହୋଇଥିଲେ ବିଜେପି ନେତା ସୁରକ୍ଷାକର୍ମୀ। ଲୋକମାନେ ବିଜେପି ନେତାଙ୍କ କାର ମଧ୍ୟ ଭାଙ୍ଗି ଦେଇଛନ୍ତି।।

ଏହି ଲୋକସଭା ଆସନରୁ ପାଇଁ ଟୁଡୁଙ୍କ ଲଢେଇ ତୃଣମୂଳ କଂଗ୍ରେସର କାଳିପଦ ସୋରେନ ଏବଂ ସିପିଆଇ (ଏମ) ର ସୋନାମଣିଙ୍କ ବିରୋଧରେ ହୋଇଥିଲା।  ବିଜେପିର ଅଭିଯୋଗକୁ ଖଣ୍ଡନ କରି ଟିଏମସି କହିଛି,  ଟୁଡୁଙ୍କ ସୁରକ୍ଷା କର୍ମୀ ଜଣେ ମହିଳାଙ୍କୁ ଆକ୍ରମଣ କରିଥିଲେ। ଜଣେ ମହିଳା ଗରବେଟାସ୍ଥିତ ଏକ ମତଦାନ ବୁଥ ବାହାରେ  ଭୋଟ୍ ଦେବା ପାଇଁ ଅପେକ୍ଷା କରିଥିଲେ। ସେହି ସ୍ଥାନରେ ଏହି ଘଟଣା ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.