ନୂଆଦିଲ୍ଲୀ: ଟମାଟୋ ଚାଷ ଏବଂ ସାଇବର ସେଣ୍ଟର ବ୍ୟବସାୟରେ ବିଫଳ ହେବା ପରେ ଏକ ମଲ୍ଟିମିଡିଆ କମ୍ପାନୀର ସିଷ୍ଟମ ଆଡମିନିଷ୍ଟ୍ରେଟର କମ୍ପାନୀର ୫୦ ଟି ଲାପଟପ ଚୋରି କରି ନେବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ଅଧିକାରୀ ମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।
ତାମିଲନାଡୁର ହୋସୁରର ୨୯ ବର୍ଷିୟ ଯୁବକ ମୁରୁଗେଶ ଏମ, ଫେବୃଆରୀ ୨୦୨୪ ରୁ ହ୍ବାଇଟଫିଲ୍ଡର ଟେକ୍ନିକଲୋର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡରେ ସିଷ୍ଟମ ଆଡମିନିଷ୍ଟ୍ରେଟର ଭାବରେ କାର୍ଯ୍ୟ କରୁଥିଲେ । ପୋଲିସ କହିଛି ଯେ ମୁରୁଗେଶ କରୋନା ସମୟରେ ଟମାଟୋ ଚାଷ କରି ବିଫଳ ହୋଇଥିଲେ ଏବଂ ସାଇବର ସେଣ୍ଟର କରି ମଧ୍ୟ କ୍ଷତିର ସମ୍ମୁଖୀନ ହୋଇଥିଲେ । ଏଥି ପାଇଁ ତାଙ୍କୁ ୨୫ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡିଥିଲା ।
ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ସିଷ୍ଟମ ଆଡମିନିଷ୍ଟ୍ରେଟର ଭାବରେ ଲାପଟପ ଗୁଡ଼ିକର ତାଲିକା କରିବା ପାଇଁ ମୁରୁଗେଶ ଦାୟୀ ଥିଲେ । ଏହା ତାଙ୍କ ପାଇଁ ଏକ ସମୟରେ ଗୋଟିଏ କିମ୍ବା ଦୁଇଟି ଲାପଟପ୍ ଚୋରି କରିବା ସହଜ କରିଥିଲା । ତେବେ ମୁରୁଗେଶ ଚୋରି କରିଥିବା ଲାପଟପ ଗୁଡ଼ିକୁ ହୋସୁରର ଏକ ମରାମତି ଦୋକାନରେ ବିକ୍ରି କରିଥିଲେ । କମ୍ପାନୀ ଏସବୁକୁ ବିକ୍ରି କରିବା ପାଇଁ ଅନୁମତି ଦେଇଥିବା ସେ ଦୋକାନରେ କହିଥିଲେ । ତେବେ ପରେ ଅନୁସନ୍ଧାନ ପରେ ଜଣାପଡିଥିଲା ଯେ, କମ୍ପାନୀରୁ ଏସବୁକୁ ଚୋରି କରାଯାଇଛି ।
ସୂଚନା ମୁତାବକ, ଅଗଷ୍ଟ ୨୨ ରେ ମୁରୁଗେଶ କାର୍ଯ୍ୟକୁ ଆସିବା ବନ୍ଦ କରିଦେଲେ, ଯାହା ପରେ ସିସିଟିଭି ମନିଟରିଂ ରୁମରେ ରଖାଯାଇଥିବା ଲାପଟପ ଗୁଡିକର କମ୍ପାନୀ ଅନୁସନ୍ଧାନ ଆରମ୍ଭ କରିଥିଲା, ଯେଉଁ ଗୁଡିକ ନିଖୋଜ ରହିଥିଲା । ସିସିଟିଭି ଫୁଟେଜରେ ମୁରୁଗେଶ ଷ୍ଟୋରେଜରୁ ଲାପଟପ୍ ନେଇ କିଛି ସମୟ ବ୍ୟବହାର କରି ବିଲ୍ଡିଂ ଛାଡିଥିବାର ଦେଖିବାକୁ ମିଳିଥିଲା । ଆଉ ଏହା ପରେ ପୋଲିସରେ ଅଭିଯୋଗ କରିଥିଲା କମ୍ପାନୀ ।