ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ଧର୍ମାନ୍ତୀକରଣ ଅଭିଯୋଗକୁ ନେଇ ଭଞ୍ଜପୁର ଥାନାରେ ଉତ୍ତେଜନା ପ୍ରସଙ୍ଗ, ASI ନିଲମ୍ବିତ, ସବ୍-ଇନ୍ସପେକ୍ଟରଙ୍କ ବଦଳି

ବାରିପଦା, ୧୪/୦୯ : ଲକ୍ଷ୍ମୀପୋଷି ଠାରେ ଆଦିବାସୀଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ଚାଲିଥିବା ଷଡ଼ଯନ୍ତ୍ରକୁ ବିରୋଧ କରି ଭଞ୍ଜପୁର ଥାନାରେ ସୃଷ୍ଟି ହୋଇଥିବା ଉତ୍ତେଜନା ପ୍ରସଙ୍ଗରେ ଆକ୍ସନ ମୋଡ଼ରେ ଜିଲ୍ଲା ପୁଲିସ। ଦାୟିତ୍ବରେ ଅବହେଳା ପାଇଁ ମୟୂରଭଞ୍ଜ ଏସପି ବି. ଗଙ୍ଗାଧର ଭଞ୍ଜପୁର ଥାନାର ଜଣେ ପୁଲିସ ଏଏସଆଇ ଛବିଳକାନ୍ତ ନାୟକଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି। ସେହିପରି ସବ୍-ଇନ୍ସପେକ୍ଟର ସାବିତ୍ରୀ ଦଳେଇଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରିଥିବା ଜଣାପଡିଛି।

ବାରିପଦା ପୌରପାଳିକାର ଲକ୍ଷ୍ମୀପୋଷି ସ୍ଥିତ ହେମଚନ୍ଦ୍ରପୁରରେ ନିରୀହ ଆଦିବାସୀଙ୍କୁ ପ୍ରଲୋଭିତ କରି ଧର୍ମାନ୍ତରୀକରଣ କରୁଥିବା ଅଭିଯୋଗରେ ଭଞ୍ଜପୁର ଥାନାରେ ବିଜେପି, ବିଶ୍ଵହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା। ସେଠାରେ ଧର୍ମସଭା କରି ଖ୍ରୀଷ୍ଟ ଧର୍ମ ପ୍ରଚାର କରୁଥିବା ଗୋଷ୍ଠୀ ପକ୍ଷରୁ ମଧ୍ୟ ଭଞ୍ଜପୁର ଥାନାରେ ଆଉ ଏକ ପ୍ରତି ଅଭିଯୋଗ ହୋଇଥିଲା। ପୃଥକ ଭାବେ ଦୁଇ ଗୋଟି ଅଭିଯୋଗକୁ ବିଚାର କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଏସପି କହିଥିଲେ।

 ଅଭିଯୋଗ ଅନୁଯାୟୀ, ବାରିପଦାର ହେମଚନ୍ଦ୍ରପୁର ସ୍ଥିତ ଏକ କଲ୍ୟାଣ ମଣ୍ଡପରେ ଖ୍ରୀଷ୍ଟ ଧର୍ମଗୁରୁଙ୍କ ବାଇବେଲ ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ୩୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଅନ୍ଧବିଶ୍ୱାସ ଓ ପ୍ରଲୋଭନ ଦେଖାଇ ଧର୍ମାନ୍ତରୀକରଣ କାର୍ଯ୍ୟ ଜାରି ରଖି ହିନ୍ଦୁ ଧର୍ମକୁ ଅପମାନିତ କରି ଧର୍ମ ପରିବର୍ତ୍ତନ ପ୍ରଚେଷ୍ଟା କରାଯାଉଥିଲା। ଏନେଇ ବଜରଙ୍ଗ ଦଳ ପକ୍ଷରୁ ଭଞ୍ଜପୁର ଥାନାରେ ଅଭିଯୋଗ ହୋଇଥିଲା । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରି ଏହାର ପ୍ରତିଅଭିଯୋଗରେ ଅନ୍ୟ ଏକ ଅଭିଯୋଗ ମଧ୍ୟ ଖ୍ରୀଷ୍ଟ ଧର୍ମଵଲମ୍ବୀଙ୍କ ପକ୍ଷରୁ ହୋଇଥିଲା ।

PrameyaOdia
prameyanews
prameya

Copyright © 2022 - Summa Real Media Private Limited. All Rights Reserved.