ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିନକ ପରେ ଆସିବେ ରାହୁଲ, ଓଡ଼ିଶାରେ କରିବେ ଭାରତ ଯୋଡ଼ ନ୍ୟାୟ ଯାତ୍ରା: ଆଜି ରାଉରକେଲାରେ ପହଞ୍ଚିବେ ପ୍ରଭାରୀ

ଭୁବନେଶ୍ୱର,୦୪/୦୨: ଆସନ୍ତା ୬ ତାରିଖରେ ଓଡ଼ିଶା ପହଞ୍ଚିବେ ରାହୁଲ ଗାନ୍ଧୀ । ଓଡ଼ିଶାରେ ରାହୁଲ କରିବେ ଭାରତ ଯୋଡ଼ ନ୍ୟାୟ ଯାତ୍ରା। ରାହୁଲଙ୍କ  ଓଡ଼ିଶାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ସଫଳ କରିବାକୁ ଲାଗି ପଡିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ । ତାଙ୍କ ସହିତ ଏଆଇସିସିର ୨ ସମ୍ପାଦକ ମଧ୍ୟ ରାହୁଲଙ୍କ ଗସ୍ତ  ଅଞ୍ଚଳଗୁଡିକରେ ଡେରା ପକାଇଛନ୍ତି । ଏଆଇସିସି  ସମ୍ପାଦକ ସାହାନୱାଜ ଚୌଧୁରୀ ଓ ରାମକୃଷ୍ଣ ଓଝାଙ୍କ  ସମେତ ଯୁବ କଂଗ୍ରେସ ସଭାପତି ରଣଜିତ୍‌ ପାତ୍ର,  ଛାତ୍ରକଂଗ୍ରେସ ସଭାପତି ୟାସିର ନୱାଜ ପ୍ରମୁଖ  ପ୍ରସ୍ତୁତିରେ ଲାଗି ପଡିଛନ୍ତି । ପ୍ରଥମେ ଝାରସୁଗୁଡ଼ାରେ  ପହଞ୍ଚି ସ୍ଥାନୀୟ କଂଗ୍ରେସ ନେତାଙ୍କ ସହ ରାହୁଲଙ୍କ ଗସ୍ତର  ପ୍ରସ୍ତୁତି ନେଇ ଆଲୋଚନା କରିଥିଲେ । ସୁନ୍ଦରଗଡ଼  ଓ ରାଉରକେଲାରେ ମଧ୍ୟ ପ୍ରସ୍ତୁତି ବୈଠକ ସରିଛି । 

ସେହିପରି ସୁନ୍ଦରଗଡ଼ର ବୀରମିତ୍ରପୁର ଦେଇ ରାହୁଲ  ଓଡ଼ିଶା ଆସିବାକୁ ଥିବାରୁ ସୀମା ନିକଟରେ କିଭଳି ସ୍ୱାଗତ  କାର୍ଯ୍ୟକ୍ରମ ହେବ, ସେ ନେଇ ପିସିସି ସଭାପତି ଶ୍ରୀ  ପଟ୍ଟନାୟକ ଟିମ୍‌ ସହ ବୁଲି ଦେଖିଥିଲେ । ଆଜି ରାଜଗାଙ୍ଗପୁର, ବ୍ରଜରାଜନଗର, ବେଲପାହାଡ଼ ଓ  ଶେଷରେ କନକତରା ବୁଲି ଦେଖିବେ ।  

ଅପରପକ୍ଷେ ରାହୁଲ ଯିବାକୁ ଥିବା ଅଞ୍ଚଳଗୁଡିକରେ  ଆସନ୍ତାକାଲି ପହଞ୍ଚିବେ ପ୍ରଭାରୀ ଡ. ଅଜୟ କୁମାର ।  ତାଙ୍କ ସହିତ ଦଳର ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ  ବିଶ୍ୱରଞ୍ଜନ ମହାନ୍ତି ଓ ଟିମ୍‌ ପଶ୍ଚିମ ଓଡ଼ିଶାରେ ପହଞ୍ଚିବେ ।  ଡ. କୁମାର ଆସନ୍ତାକାଲି ସାମ୍ବାଦିକ ସମ୍ମିଳନୀରେ  କଂଗ୍ରେସର ଟିକଟ୍‌ ବଣ୍ଟନ ସମ୍ପର୍କରେ ବିସ୍ତୃତ ସୂଚନା  ଦେବେ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.