ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆପ୍‌ ନେତାଙ୍କୁ ୧୦୦ କୋଟି ଟଙ୍କା ଦେଇଛନ୍ତି କେ. କବିତା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବିଆରଏସ୍‌ ନେତ୍ରୀଙ୍କ ସଂପୃକ୍ତି ଥିବା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାବି କରିଥିଲା । ଏପରିକି ଏହି ମାମଲାରେ ଇଡି ତାଙ୍କୁ ଗିରଫ କରି ଦିଲ୍ଲୀକୁ ଆଣିସାରିଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସାଉଥ୍‌ ଗ୍ରୁପ୍‌ର ସଂପୃକ୍ତି ନେଇ ଇଡି ଦାବି କରିଆସୁଥିବା ବେଳେ ମାର୍ଚ୍ଚ ୧୫ରେ କେ. କବିତାଙ୍କୁ ହାଇଦ୍ରବାଦାର ବଞ୍ଜାରା ହିଲ୍ସ ସ୍ଥିତ ତାଙ୍କ ବସଭବନରୁ ଗିରଫ କରିଥିଲା ।  ଆଉ ଏବେ କେ. କବିତାଙ୍କ ଉପରେ ଇଡି ସଙ୍ଗୀନ ଅଭିଯୋଗ ଆଣିଛି । 

ଅବକାରୀ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି (ଆପ୍‌) ସଂଯୋଜକ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ମନୀଷ ସିସୋଦିଆଙ୍କ ମଧ୍ୟରେ ୧୦୦ କୋଟି ଟଙ୍କାର ନେଣଦେଣ ହୋଇଛି, ଏଥିରେ କେ. କବିତା ସାମିଲ ଥିଲେ । ତଦନ୍ତରୁ ଏନେଇ ଜାଣିବାକୁ ପାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀର ଏକ କୋର୍ଟ ମାର୍ଚ୍ଚ ୧୬ରେ ଇଡିର ଆବେଦନ ପରେ କେ. କବିତାଙ୍କୁ ମାର୍ଚ୍ଚ ୨୩ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।  

ଇଡିର କହିବା ଅନୁସାରେ, ତଦନ୍ତରୁ ଜଣାପଡ଼ିଛି ନୂଆ ଅବକାରୀ ନୀତିର ଲାଭ ଉଠାଇବାକୁ କେ କବିତା ଆପ୍‌ର ନେତା, ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଏବଂ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ସହ ମିଶି ଯୋଜନା କରିଥିଲେ । ବ୍ୟକ୍ତିଗତ ଫାଇଦା ଉଠାଇବାକୁ ଆପ୍‌ ନେତାଙ୍କ ପାଖରେ ୧୦୦ କୋଟି ଟଙ୍କା ପହଞ୍ଚାଇଛନ୍ତି କବିତା । ସେପଟେ ଇଡି ପକ୍ଷରୁ ଏନେଇ କୁହାଯିବା ପରେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ପାଇଁ ଆହୁରି ଅଡ଼ୁଆ ବଢ଼ିପାରେ ବୋଲି କୁହାଯାଉଛି । 

ଇଡି ଆହୁରି ଖୁଲାସା କରିଛି ଯେ, ନୂଆ ଅବକାରୀ ନୀତି ମାଧ୍ୟମରେ ବଡ଼ ଦୁର୍ନୀତି କରାଯାଇଛି  । ହୋଲସେଲରଙ୍କ ମାଧ୍ୟମରେ ଲଗାତାର ଆପ ନେତାଙ୍କ ପାଖରେ ଲାଞ୍ଚ ପହଞ୍ଚାଯାଇଛି । ମଦ ମାଫିଆ ଦେଇଥିବା କୋଟି କୋଟି ଟଙ୍କା ଲାଞ୍ଚ ଆକାରରେ ଦିଆଯାଇଥିବା ବେଳେ ଏହି ଅର୍ଥକୁ ମଦ ଉପରେ ଦାମ ବଢ଼ାଇ ଆଦାୟ କରିବାକୁ ଯୋଜନା ହୋଇଥିଲା ବୋଲି ଇଡି ପକ୍ଷରୁ କୁହାଯାଇଛି । ଆଉ ଏଥିରେ କେ. କବିତାଙ୍କ ଭୂମିକା ରହିଥିବା ନେଇ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଦାବି କରିଛି ।

ଅନ୍ୟପଟେ ଦିଲ୍ଲୀ ଅବକାରୀ ଦୁର୍ନୀତିରେ ସାଉଥ ଗ୍ରୁପ୍‌ ଲବି ଖୁବ କାର୍ଯ୍ୟ କରୁଥିଲା । ହେଲେ ଏହି ଅବକାରୀ ନୀତି ରଦ୍ଦ ହୋଇସାରିଛି । ଆଉ ଏହି ମାମଲାରେ କେ. କବିତାଙ୍କ ସଂପୃକ୍ତି ନେଇ ଦାବି କରୁଛି ଇଡି । ଏପରିକି ତାଙ୍କୁ ଗିରଫ କରି ପଚରା ଉଚରା ଜାରି ରଖିଛି କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ।

  • telengana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.