ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପିଭି ନରସିହ୍ମା ରାଓ ଏବଂ ସବୁଜ କ୍ରାନ୍ତିର ଜନକ ସ୍ବାମୀନାଥଙ୍କୁ ଭାରତ ରତ୍ନ, ପିଏମ୍ ମୋଦୀଙ୍କ ଘୋଷଣା

ନୂଆଦିଲ୍ଲୀ,୯।୨: ଏକା ସାଙ୍ଗେ ୩ ଜଣଙ୍କୁ ଭାରତ ରତ୍ନ। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ, ପିଭି ନରସିହ୍ମା ରାଓ ଏବଂ ବୈଜ୍ଞାନିକ ଏମ୍ଏସ୍‌ ସ୍ବାମୀନାଥନଙ୍କୁ ଭାରତ  ରତ୍ନ ଦେବାର ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। 

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, ଆମ ସରକାରଙ୍କ ଏହି ସୌଭାଗ୍ୟ ଯେ, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଉଛି। ଏହି ସମ୍ମାନ ଦେଶ ପାଇଁ ଏକ ଅତୁଳନୀୟ ଯୋଗଦାନକୁ ସମର୍ପିତ। ସେ କୃଷକଙ୍କ ଅଧିକାର ଓ ତାଙ୍କର କଲ୍ୟାଣ ପାଇଁ ନିଜର ପୁରା ଜୀବନ ସମର୍ପିତ କରିଦେଇଥିଲେ। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୁଅନ୍ତୁ କିମ୍ବା ଦେଶର ଗୃହମନ୍ତ୍ରୀ ଓ ଏପରିକି ବିଧାୟକ ରୂପରେ ମଧ୍ୟ ସେ ସବୁବେଳେ ରାଷ୍ଟ୍ର ନିର୍ମାଣକୁ ଗତି ପ୍ରଦାନ କରିଛନ୍ତି। ସେ ଏମର୍ଜେନ୍ସିଂରେ ବିରୋଧିଙ୍କ ସହ ଠିଆ ହୋଇଥିଲେ। ଆମର କୃଷକ ଭାଇ-ଭଉଣୀଙ୍କ ପାଇଁ ସମର୍ପଣ ଭାବନା ଓ ଏମର୍ଜେନ୍ସିଂ ବେଳେ ଲୋକତନ୍ତ୍ର ପାଇଁ ତାଙ୍କର ପ୍ରତିଶୃତିବଦ୍ଧତା ପୁରା ଦେଶକୁ ପ୍ରେରଣା ଦେଇଥାଏ।

ଏମଏସ ସ୍ୱାମୀନାଥନଙ୍କ ନାମକୁ ଭାରତ ରତ୍ନ ପାଇଁ ଘୋଷଣା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଖୁବ୍ ଖୁସିର ବିଷୟ କି ଦେଶର କୃଷି ଓ କୃଷକଙ୍କ କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ଡ. ଏମଏସ ସ୍ୱାମୀନାଥନଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଯାଉଛନ୍ତି। ସେ ଦେଶର ଆହ୍ୱାନପୂର୍ଣ୍ଣ ସମୟରେ କୃଷି କ୍ଷେତ୍ରକୁ ଆତ୍ମନିର୍ଭରଶୀଳ ହେବାରେ ସାହାଯ୍ୟ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।  ସେହିପରି ଅନ୍ୟ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିହ୍ମା ରାଓଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ଭାରତକୁ ଆର୍ଥିକ ଦୃଷ୍ଟିରୁ ଉନ୍ନତ କରିବା ତଥା ଦେଶର ସମୃଦ୍ଧତା ଓ ବିକାଶ କ୍ଷେତ୍ରରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି।

ଉଲ୍ଲେଖନୀୟ ଯେ, ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ ନେଇ ଆଜି କେନ୍ଦ୍ର ସରକାର ଏହି ତିନି ଜଣ ମହାନ ବ୍ୟକ୍ତିଙ୍କ ନାମ ଘୋଷଣା କରିଛନ୍ତି। ପୂର୍ବରୁ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜ ସେବୀ କର୍ପୂରୀ ଠାକୁର ଏବଂ ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ମିଳିବା ନେଇ ଘୋଷଣା କରାଯାଇଥିଲା।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.