ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜି ଶ୍ରୀକ୍ଷେତ୍ରେ ଭଉଁରୀ, ୨୧ ଘେରା ନାବ କ୍ରୀଡ଼ା କରିବେ ଚନ୍ଦନ ଠାକୁର

ପୁରୀ, ୨୯/୦୫ : ବୁଧବାର ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ବିଶେଷ ଆକର୍ଷଣ ଭଉଁରୀ ମହୋତ୍ସବ। ପାରମ୍ପରିକ ଓ ଆଧ୍ୟାତ୍ମିକ ଭାବରେ ଭିଜିବ ପବିତ୍ର ବଡ଼ଦାଣ୍ଡ। ଭଜନ କୀର୍ତ୍ତନର ପଟୁଆରରେ ଉଭାହେବେ ଦେବଦେବୀ । ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ଗହଣରେ ଚନ୍ଦନ ଠାକୁର ନରେନ୍ଦ୍ର ଚକଡ଼ାରେ ପହଞ୍ଚିବେ । ନନ୍ଦା ଓ ଭଦ୍ରାରେ ଅଧିଷ୍ଠିତ ହୋଇ ଶ୍ରୀରାମକୃଷ୍ଣ, ଶ୍ରୀମଦନମୋହନ, ଲକ୍ଷ୍ମୀ ସରସ୍ୱତୀ ଓ ପଞ୍ଚମହାଦେବ ନରେନ୍ଦ୍ର ଜଳରେ ୨୧ବାର ଚାପ କ୍ରୀଡ଼ା କରିବେ । 

ଅପରାହ୍ଣରେ ବଡ଼ଦେଉଳରେ ଠାକୁରଙ୍କ ଯାତ ଭୋଗ ସରିଲେ ଚନ୍ଦନ ଠାକୁରେ ବିମାନରେ ବିଜେ ହେବେ । ସନ୍ଧ୍ୟା ସୁଦ୍ଧା ଦଶ ଠାକୁରେ ଚନ୍ଦନ ଚକଡ଼ାରେ ବିଜେ ହେବେ । ଏହି ଅବସରରେ ଠାକୁରଙ୍କ ଜଳଲାଗି, ଦିଅଁ ଚନ୍ଦନ କୁଣ୍ଡକୁ ବିଜେ, ଚନ୍ଦନ କୁଣ୍ଡରୁ ବାହାରିବା, ବେଶ, ଶୀତଳ ଭୋଗ, ମାଣ୍ଡୁଅ ଭୋଗ, ବିଡ଼ିଆ ମଣୋହୀ, ବନ୍ଦାପନା ଆଦି ନୀତି ଅନୁଷ୍ଠିତ ହେବ । ନରେନ୍ଦ୍ର ଜଳରେ ଦଶ ଦେବଦେବୀଙ୍କ ଏକୋଇଶି ଘେରା ଚାପ କ୍ରୀଡ଼ା ସମ୍ପନ୍ନ ହେବ । ଏହାପରେ ମଦନମୋହନ, ଲକ୍ଷ୍ମୀ ସରସ୍ୱତୀ ଓ ରାମକୃଷ୍ଣ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ । ପଞ୍ଚମହାଦେବ ନିଜ ନିଜ ଆସ୍ଥାନକୁ ଫେରିଯିବେ । ଠାକୁରଙ୍କ ଏହି ଦିବ୍ୟ ଲୀଳାରେ ସାମିଲ ହେବେ ହଜାର ହଜାର ଶ୍ରଦ୍ଧାଳୁ । ଭଉଁରୀ ମହୋତ୍ସବରେ ଶ୍ରୀକ୍ଷେତ୍ରରେ ଦର୍ଶନାର୍ଥୀଙ୍କ ପ୍ରବଳ ଭିଡ଼ ହୋଇଥାଏ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.