ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖସୁଛି ଜଳସ୍ତର, ଅସଂଖ୍ୟ ବୋରୱେଲ୍‌ ଶୋଷିନେଉଛନ୍ତି ପାଣି: ପାଇକରାପୁରରେ ୯, ୟୁନିଟ୍‌-୩ରେ ୨୭ ମିଟର ତଳେ ଜଳ

ଭୁବନେଶ୍ୱର,୨୨/୦୩: ଭୁବନେଶ୍ୱର ଉପକଣ୍ଠ ପାଇକରାପୁର ଜଳ ଭୂତଳ ଜଳସ୍ତର ୯.୭ମିଟର ତଳେ । ସହରର ମଝି ଭାଗ ୟୁନିଟ୍‌-୩ରେ ଜଳସ୍ତର ରହିଛି  ୨୭.୮୧ମିଟର ତଳେ । ଦିନକୁ ଦିନ ଜଳସ୍ତର  ଖସିଖସି ଚାଲିଛି । ଅସଂଖ୍ୟ ବୋରୱେଲ୍‌  ଖୋଳା, ପାଣିର ଅପବ୍ୟବହାର ଯୋଗୁଁ  ଆଗକୁ ଘୋର ସଙ୍କଟ ଉପୁଜିଲାଣି ।  

ଗ୍ରାଉଣ୍ଟ ୱାଟ୍‌ର ବୋର୍ଡ ପକ୍ଷରୁ ଭୂତଳ  ଜଳସ୍ତର ସର୍ଭେ କରାଯାଇଥିଲା । ଏଥିରେ  ୨୦୨୩ ମୌସୁମୀ ପ୍ରବାହ ଆଗରୁ ୟୁନିଟ୍‌-୩  କ୍ୟାପିଟାଲ ବାଳିକା ବିଦ୍ୟାଳୟ ଜଳସ୍ତର ୧୮.୪୪  ମି ତଳେ ରହିଥିଲା । ମୌସୁମୀ ପ୍ରବାହ ପରେ  ଏହି ଜଳସ୍ତର ସିଧା ଖସି ୨୭.୮୧ମିଟର ତଳେ  ପହଞ୍ଚିଛି । ବରମୁଣ୍ଡା ରେଣ୍ଟାଲ କଲୋନୀରେ  ଜଳସ୍ତର ୧୫.୭୪ ରହିଥିଲା । ତାହା ୨୫.୧୯  ମିଟରକୁ ଖସିଛି । ସେହିପରି ଚନ୍ଦ୍ରଶେଖରପୁର  ଫାୟାରଷ୍ଟେସନ ଅଞ୍ଚଳରେ ୨୪.୪୦,  ନୂଆପଲ୍ଲୀ ଓଏଲ୍‌ଆଇସି ବିଲ୍ଡିଂ ସେଣ୍ଟରରେ  ୧୮.୩, ସିଆରପି ଏସିଏସ୍‌ଟି ଗବେଷଣା  କେନ୍ଦ୍ରରୁ ନିଆଯାଇଥିବା ସର୍ଭେରେ ଜଳସ୍ତର  ୧୭.୬୪ରେ ରହିଛି । ସେହିପରି ରାଜଧାନୀ  କଲେଜ, ୟୁନିଟ-୯ରେ ଜଳସ୍ତର କମୁଛି ।  କଳାରାହାଙ୍ଗ, ପାତ୍ରପଡ଼ା, ପାଇରାପୁର, ଚନ୍ଦକା  ଆଦି ସ୍ଥାନରେ ଜଳ ୧୦ମି ଭିତରେ ରହିଛି ।  ସହରୁ ମଧ୍ୟରୁ ଆସ୍ତେ ଆସ୍ତେ ଭୂତଳ  ଜଳସ୍ତର ଖସିବାରେ ଲାଗିଛି । ଏହାର ମୂଳ  କାରଣ ହେଉଛି ମନଇଚ୍ଛା ବୋରୱେଲ  ଖୋଳା । ବୋରୱେଲ ଖୋଳି ପାଣିର  ଅପବ୍ୟବହାର କରିବା ଯୋଗୁଁ ଜଳସ୍ତର ହ୍ରାସ  ପାଉଛି । ପରିବେଶବିତ୍‌ ଜୟକୃଷ୍ଣ ପାଣିଗ୍ରାହୀଙ୍କ  କହିବା କଥା, ବୋରୱେଲ ଖୋଳିବାକୁ ସେମିତି  କିଛି ନିୟମ ନାହିଁ । ତେଣୁ ଯିଏ ପାରିଲା ସେ  ବୋରୱେଲ ଖୋଲୁଛି । ଆଗକୁ ଭୟଙ୍କର ଜଳ  ସଂଙ୍କଟ ଦେଖାଯିବ । ରାଜଧାନୀରେ ବାଙ୍ଗାଲୋର  ଭଳି ପରିସ୍ଥିତି ଉପୁଜିବ । ସେହିପରି କଂକ୍ରିଟ୍‌,  ପିଚୁ ରାସ୍ତା ଓ ପେଭର ବ୍ଲକ ଯୋଗୁଁ ଭୂତଳକୁ  ଜଳ ସଞ୍ଚରିତ ହୋଇପାରୁନି । ସହର  ଗଳିକନ୍ଦିରେ ପେଭର ବ୍ଲକ ଯୋଗୁଁ ଆଗକୁ  ଭୟଙ୍କର ସ୍ଥିତି ଉପୁଜିପାରେ । ସେହିପରି  ବର୍ଷାଦିନେ ପାଣି ଡ୍ରେନ୍‌ ଦେଇ ସିଧା ନଦୀକୁ  ଚାଲିଯାଉଛି । ତେଣୁ ଆଗକୁ ଏଥି ପ୍ରତିଧ୍ୟାନ  ଦେବା ଜରୁରୀ । ସେହିପରି ମନଇଚ୍ଛା  ଜଳ ଅପଚୟ ରୋକାଯାଉନି । ଗାର୍ଡେନ,  ଗାଡ଼ିଧୂଆରେ ପିଇବା ପାଣି ବ୍ୟବହାର  କରାଯାଉଛି । ତେଣୁ ଏହି ସବୁ ଉପରେ  କଟକଣା ରହିବା ନିହାତି ଜରୁରୀ । 

ବିଏମ୍‌ସି ପକ୍ଷରୁ ଭୂତଳ ଜଳ ରିଚାର୍ଜ ପାଇଁ ବିଭିନ୍ନ ପାର୍କ, ସ୍କୁଲ, ଅଫିସ କାର୍ଯ୍ୟାଳୟ ଓ ପଡ଼ିଆରେ ବର୍ଷା ଜଳ ଅମଳ ପ୍ରକଳ୍ପ ହୋଇଥିଲା । ମୁକ୍ତା ଯୋଜନାରେ କୋଟି କୋଟି  ଟଙ୍କା ଏଥିପାଇଁ ଖର୍ଚ୍ଚ ହୋଇଥିଲା । ହେଲେ ସବୁ ଭାଙ୍ଗିଗଲାଣି । ଫଳରେ କୋଟି କୋଟି  ଟଙ୍କା ବରବାଦ ହୋଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.