ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ୟୁଟ୍ୟୁବ୍ ଆଡ୍‌ ବ୍ଲକର ବ୍ୟବହାର କରୁଥିଲେ ସାବଧାନ, ସେଭଳି ୟୁଜର୍ସଙ୍କୁ ବ୍ୟାନ୍ କରୁଛି କମ୍ପାନୀ

ନୂଆଦିଲ୍ଲୀ,୧୬।୪:  ଭିଡିଓ ଦେଖିବାର ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ପ୍ଲାଟଫର୍ମ ୟୁଟ୍ୟୁବ୍ ନିଜ ୟୁଜର୍ସଙ୍କ ପାଇଁ ଏକ ନୂଆ ନିୟମ ଆଣିଛି। ଏହି ନିୟମ ୟୁଟ୍ୟୁବ୍‌ ଆଡ୍‌ ବା ବିଜ୍ଞାପନକୁ ନେଇ ହୋଇଛି। ୟୁଟ୍ୟୁବ୍‌ରେ ପ୍ରାୟତଃ ଆଡ୍ ଦେଖିବା କାହାକୁ ପସନ୍ଦ ନୁହେଁ ଓ ଏହି କାରଣରୁ କିଛି ଲୋକ ୟୁଟ୍ୟୁବ୍‌ ଆଡ୍‌ରୁ ରକ୍ଷା ପାଇବା ପାଇଁ ଆଡ୍‌ ବ୍ଲକର ବ୍ୟବହାର କରନ୍ତି। ଆଡ୍ ବ୍ଲକର ଟୁଲ୍‌ ଦ୍ବାରା ଭିଡିଓ ଭିତରେ ଥିବା ଆଡ୍‌ ଦେଖିବାକୁ ମିଳିନଥାଏ।

କିନ୍ତୁ ଏବେ କମ୍ପାନୀ ଥାର୍ଡ ପାର୍ଟି ଆପ୍‌ ଦ୍ବାରା ୟୁଟ୍ୟୁବ୍‌ ଆଡ୍‌କୁ ବ୍ଲକ୍ କରୁଥିବା ୟୁଜର୍ସଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏବେ କମ୍ପାନୀ ଆଡ୍ ବ୍ଲକ୍‌ର ଉପଯୋଗ କରୁଥିବା ୟୁଜରଙ୍କୁ ବ୍ୟାନ୍ କରିବା ଆରମ୍ଭ କରିଦେଇଛି। ନିକଟରେ ଅପଡେଟ୍‌ରେ ଯେଉଁ ୟୁଜର୍ସ ଥାର୍ଡ ପାର୍ଟି ଆଡ୍ ସଫ୍ଟଓ୍ବେରର ଉପଯୋଗ କରୁଛନ୍ତି, ତାଙ୍କୁ ବଫରିଂ ସମସ୍ୟାର ସାମନା କରିବାକୁ ପଡୁଛି। ଏହାଛଡା ୟୁଟ୍ୟୁବ୍‌ ସେହି ୟୁଜର୍ସଙ୍କ ଭିଡିଓ ଦେଖିବା ବ୍ୟାନ୍ କରିବା ଆରମ୍ଭ କରିଦେଇଛି, ଯାହାଙ୍କ ପାଖରେ ଆଡ୍ ବ୍ଲକ୍ ଏକ୍ସଟେନସନ୍ ଆକ୍ଟିଭ ରହିଛି। 

ୟୁଟ୍ୟୁବ୍‌ କହିଛି, ଯେତେବେଳେ ଆମକୁ କୌଣସି ଏଭଳି ୟୁଜର ମିଳିବେ, ଯିଏ ସେହି ସର୍ତ୍ତର ଉଲଂଘନ କରୁଛନ୍ତି, ତେବେ ଆମେ ତାକୁ ବ୍ୟାନ୍ କରିଦେବୁ।  ୟୁଟ୍ୟୁବ୍ ଆଡ୍ ଫ୍ରି ଭିଡିଓ ଦେଖିବା ପାଇଁ ୟୁଜର୍ସଙ୍କୁ ୟୁଟ୍ୟୁବ୍ ପ୍ରିମିୟମର ସବସ୍କ୍ରିପସନ୍ ନେବାକୁ କୁହାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.