ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ଗୁଜରାଟରେ କଂଗ୍ରେସକୁ ଝଟ୍‌କା, ‘ହାତ’ ଛାଡ଼ିଲେ ବିଧାୟକ ମୋଢ଼ଓ୍ବାଡିଆ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ଅମ୍ବ୍ରିସ ଦେର

Published By : Tapas Panda | March 4, 2024 9:21 PM

Image Courtesy: abplive

ଗାନ୍ଧୀନଗର: ଲୋକସଭା ନିର୍ବାଚନ ପୂର୍ବରୁ ଗୁଜରାଟ କଂଗ୍ରେସକୁ ଜୋରଦାର ଝଟକା ଲାଗିଛି । ଦଳର ଦୁଇ ବରିଷ୍ଠ ନେତା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ବିଧାୟକ ତଥା ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଅର୍ଜୁନ ମୋଢଓ୍ଵାଡ଼ିଆ ସୋମବାର ଗୁଜରାଟ ବିଧାନସଭା ବାଚସ୍ପତି ଶଙ୍କର ଚୌଧୁରୀଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସେହିପରି ପାର୍ଟିର ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଅମ୍ବ୍ରିସ ଦେର ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ତେବେ ଆଉ ତିନି ଦିନ ପରେ ଗୁଜରାଟରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ହେବାର ଅଛି । ଏହା ପୂର୍ବରୁ ରାଜ୍ୟ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି । 




 ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ଥିବା ମୋଢଓ୍ଵାଡ଼ିଆ ଦଳକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଦଳର ଜନାଧାର ହ୍ରାସ ପାଇବାରେ ଲାଗିଛି। ଏହି ଦଳ ଆଉ ଦୀର୍ଘ ଦିନ ତିଷ୍ଠି ରହି ପାରିବ ନାହିଁ। ଦେଶର ଜନତା ଦେଶରେ ରାମ ମନ୍ଦିର ନିର୍ମାଣ ହେଉ ବୋଲି ଚାହୁଁଥିଲେ। ସୁପ୍ରିମକୋର୍ଟଙ୍କ ରାୟ ପରେ କଂଗ୍ରେସ ମଧ୍ୟ ରାମ ମନ୍ଦିର ନିର୍ମାଣକୁ ସମର୍ଥନ କରିବ ବୋଲି ନିଷ୍ପତ୍ତି ହୋଇଥିଲା। ହେଲେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଆସିଥିବା ନିମନ୍ତ୍ରଣ ପତ୍ରକୁ ପାର୍ଟି ପ୍ରତ୍ୟାଖାନ କଲା। 

ଦଳର ଏହି ନିଷ୍ପତ୍ତିକୁ ମୁଁ ବିରୋଧ କରିଥିଲି ଏବଂ କହିଥିଲି ଦଳର ଏମିତି ନିଷ୍ପତ୍ତି ଜନତାଙ୍କ ଭାବାବେଗ ପ୍ରତି କୁଠାରଘାତ ହେବ। ଅନେକ ପ୍ରସଙ୍ଗରେ ମଧ୍ୟ ମୁଁ ପାର୍ଟି ନେତାଙ୍କୁ ବୁଝାଇବାକୁ ଚେଷ୍ଟା କରିଛି । ମାତ୍ର ମୁଁ ସେଥିରେ ବିଫଳ ହେବା ପରେ ଶେଷରେ ଆଜି ପାର୍ଟିରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛି ବୋଲି ମୋଢ଼ଓ୍ବାଡ଼ିଆ କହିଛନ୍ତି । ତେବେ ମୋଢ଼ଓ୍ବାଡିଆ ବିଜେପିରେ ସାମିଲ ହୋଇପାରନ୍ତି ।

ସେପଟେ ଗୁଜରାଟ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଅମ୍ବ୍ରିସ ଦେର ମଧ୍ୟ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ କହିଛନ୍ତି ମଙ୍ଗଳବାର ବିଜେପିରେ ଯୋଗ ଦେବେ । ଦେରଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ୬ ବର୍ଷ ଦଳରୁ ନିଲମ୍ବିତ କରାଯାଇଥିବା ବେଳେ ସେ ଇସ୍ତଫା ଦେଇଛନ୍ତି । ଦେର କହିଥିଲେ ଅଯୋଧ୍ୟା ରାମ ମନ୍ଦିରକୁ ନେଇ ପାର୍ଟି ଆଭିମୁଖ୍ୟ ନେଇ ସେ ଦୁଃଖିତ । 

ଦେର ଆହୁରି କହିଛନ୍ତି ଯେ, ସେ ପ୍ରକୃତରେ ଘରବାହୁଡ଼ା କରୁଛନ୍ତି । କାରଣ ସେ ଯୁବକ ଥିବା ସମୟରେ ବିଜେପି ପାଇଁ କାମ କରୁଥିଲେ ।  ଦେର ୨୦୧୭ରୁ ୨୦୨୨ ଯାଏଁ ଅମରେଲି ଜିଲ୍ଲାର ରାଜୁଲ ସିଟରେ ବିଜୟ ହାସଲ କରିଥିଲେ। ସେତେବେଳେ ସେ ବିଜେପିର ହେଭିଓ୍ଵେଟ୍ ନେତା ହୀରା ସୋଲାଙ୍କିଙ୍କୁ ହରାଇଥିଲେ। ୨୦୨୨ ବିଧାନସଭା ନିର୍ବାଚନରେ ଅମ୍ବ୍ରିସ ଦେରଙ୍କୁ ଗୁଜରାଟ କଂଗ୍ରେସର ସଭାପତି ଦାୟିତ୍ଵ ଦିଆଯାଇଥିଲା। ଉକ୍ତ ନିର୍ବାଚନରେ ପ୍ରତିପକ୍ଷ ହୀରା ସୋଲାଙ୍କିଠୁ ପରାଜିତ  ହୋଇଥିଲେ ସୁଦ୍ଧା କଂଗ୍ରେସ ତାଙ୍କୁ ସଭାପତି ପଦରେ ରଖିଥିଲା ।   

  • congress
  • Gujarat
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.