ପ୍ରମୂଖ ଖବର

ବିଗବସ୍‌-୧୭ର ବିଜେତା ହେଲେ ମୁନାୱର ଫାରୁକି, ଟ୍ରଫି ଓ କାର୍‌ ସହ ଜିତିଲେ ଏତେ ଲକ୍ଷ ଟଙ୍କା

ନୂଆଦିଲ୍ଲୀ ୨୯/୦୧: ମୁନାୱର ଫାରୁକି କଲର୍ସ ଟିଭିରେ ପ୍ରସାରିତ ଲୋକପ୍ରିୟ ଟେଲିଭିଜନ ଶୋ ବିଗବସ୍‌-୧୭ ବିଜୟୀ ହୋଇଛନ୍ତି । ପୁରସ୍କାର ବାବଦରେ ଟ୍ରଫି ସହ ଏକ ହ୍ୟୁଣ୍ଡାଇ କ୍ରେଟା କାର୍‌ ଓ ୫୦ ଲକ୍ଷ ଟଙ୍କା ପାଇଛନ୍ତି । ଅଭିଷେକ କୁମାର ରନର୍ସ ଅପ୍‌ ହୋଇଛନ୍ତି । ଗତକାଲି ରାତିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଅଭିନେତା ସଲମାନ ଖାନ୍‌ ବିଜେତାଙ୍କ ନାମ ଘୋଷଣା କରିଥିଲେ । ଏଥସହ ଦୀର୍ଘ ୧୦୭ ଦିନ ଅର୍ଥାତ ଗତବର୍ଷ ଅକ୍ଟୋବର ୧୫ରୁ ଚାଲିଥିବା ଏହି ଶୋ’ର ଅନ୍ତ ଘଟିଛି । 

ପ୍ରଥମ ପର୍ଯ୍ୟାୟରେ ୨୧ ଜଣ ପ୍ରତିଯୋଗୀ ରହିଥିବା ବେଳେ ଚୂଡାନ୍ତ ପର୍ଯ୍ୟାୟକୁ ୫ ଜଣ ମନୋନୀତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଶେଷ ଦିନରେ ପ୍ରଥମେ ଅରୁଣ ମାସେଟ୍ଟୀ ବିଦା ହୋଇଥିଲା ବେଳେ ପରବର୍ତ୍ତୀ ସମୟରେ ଅନ୍ୟତମ ପ୍ରତିଯୋଗୀ ଅଙ୍କିତା ଲୋଖଣ୍ଡେ ବିଗବସ୍‌ ହାଉସରୁ ବାଦ୍‌ ପଡିଥିଲେ । ତୃତୀୟ ପ୍ରତିଯୋଗୀ ଭାବେ ମନ୍ନାରାଙ୍କୁ ମଧ୍ୟ ଯିବାକୁ ପଡିଥିଲା । ଶେଷରେ ଦୁଇ ପ୍ରତିଯୋଗୀ ମୁନାୱର ଓ ଅଭିଷେକଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା । ଉଭୟଙ୍କୁ ଶେଷ ପର୍ଯ୍ୟାୟରେ ବେଶ୍‌ ଭାବ ବିହ୍ୱଳ ହେବାର ଦେଖିବାକୁ ମିଳିଥିଲା । ଶେଷରେ ମୁନାୱର ବାଜି ମାରିନେଇଥିଲେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.