ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

କେନ୍ଦୁଝରରେ ରହିଛି ବିଜୁ ବାବୁଙ୍କ ଜମି, ବିଭିନ୍ନ ସ୍ମୃତିକୁ ସଂରକ୍ଷଣ ଓ ସଂଗ୍ରହାଳୟ ପାଇଁ ନବୀନଙ୍କୁ ଚିଠି

କେନ୍ଦୁଝର,୦୪/୦୮: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସହିତ କେନ୍ଦୁଝର ଜିଲ୍ଲାର ଏକ ନିଆରା ସମ୍ପର୍କ ରହିଥିଲା । ଜଣେ ବିଖ୍ୟାତ ଶିଳ୍ପପତି ସହିତ ରାଜନେତା ଭାବେ ସେ ସମଗ୍ର ବିଶ୍ୱରେ ପରିଚିତ । ଅନେକ ସ୍ଥାନରେ ତାଙ୍କର ବିଭିନ୍ନ ସ୍ମୃତି ରହିଥିବା ବେଳେ କେନ୍ଦୁଝର ସହିତ ବିଜୁବାବୁଙ୍କ ସମ୍ପର୍କ ମଧ୍ୟ ଅତି ନିବିଡ଼ ରହିଥିବା ଜଣାପଡିଛି । 

କେନ୍ଦୁଝର ମାଟିକୁ ସେ ଅନେକ ଭଲ ପାଉଥିବାର  ନମୁନା ଏବେ ଜଣାପଡିଛି । କେନ୍ଦୁଝର ଜିଲ୍ଲାର ବଡ଼ବିଲ ତହସିଲ କୋହ୍ଲ ବରପଦା ମୌଜାରେ ପ୍ରବାଦ ପୁରୁଷଙ୍କ ଘରବାଡି ଜମି ରହିଥିବା ଜଣାପଡିଛି । ଏହି ସ୍ଥାନର ସଂରକ୍ଷଣର ଆବଶ୍ୟକତା ରହିଥିବା ବେଳେ ବଡ଼ବିଲ କଳିଙ୍ଗ ଆଇରନ କାରଖାନାରେ ରହିଥିବା ବିଜୁ ବାବୁଙ୍କ ଅନେକ ସ୍କୃତିକୁ ନେଇ ଏକ ସଂଗ୍ରାହଳୟ କରାଯିବାକୁ ଦାବି ଉଠିଛି । କେନ୍ଦୁଝରରେ ବିଜୁ  ବବୁଙ୍କ ସମ୍ପର୍କରେ ଅନେକ ସାମଗ୍ରୀ ସଂଗ୍ରହ  କରିଥିବା ସଂଗ୍ରାହକ ସୁଜିତ କୁମାର ପଟ୍ଟନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି  ଲେଖି ଏହି ଦାବି କରିଥିବା ଜଣାପଡିଛି । ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକ ଓଡ଼ିଶାରେ ଜଣେ ବିଶିଷ୍ଟ ଶିଳ୍ପପତି ଭାବେ ଜଣାଶୁଣା । ରାଜ୍ୟର ସ୍ୱାର୍ଥକୁ ସବୁବେଳେ ଗୁରୁତ୍ୱ ଦେଇ ଅନେକ ଶିଳ୍ପକୁ ସେ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳ ମାଟଙ୍ଗଶ୍ୱେତା ଓ ସୁନ୍ଦୁରା ଗ୍ରାମରେ ବିଜୁ  ବାବୁ କଳିଙ୍ଗ ଇଣ୍ଡଷ୍ଟ୍ରିଜ୍‌ ପ୍ରତିଷ୍ଠା କରିଥିଲେ ।  ଅନେକ ସମୟରେ ବିଜୁ ବାବୁ ଏହି ଶିଳ୍ପାୟନର ବିକାଶ ସହିତ କେନ୍ଦୁଝରବାସୀଙ୍କ କିଭଳି ଉନ୍ନତି ହୋଇପାରିବ ସେହି ଚିନ୍ତା କରୁଥିଲେ । 

ବିଜୁ ବାବୁ କଳିଙ୍ଗ ଇଣ୍ଡଷ୍ଟ୍ରିଜ୍‌ କରିବା ପାଇଁ ଆବଶ୍ୟକ  ୬୬୦ ଏକର ଜମି ରାଜ୍ୟ ସରକାରଙ୍କ ଠାରୁ ନେବାକୁ ଆବେଦନ କରିଥିଲେ । ଉକ୍ତ କାରଖାନାରେ ୭ଟି ଲୋ ସାଷ୍ଟ ଫର୍ଣ୍ଣେସ୍‌, ଟୋକିଏ  ସ୍କାନପାଇପ୍‌ ପ୍ଲାଣ୍ଟ ପ୍ରତିଷ୍ଠା କରିଥିଲେ । କାରଖାନା  ମୁଖ୍ୟ କଞ୍ଚାମାଲ ଲୁହାପଥରକୁ ବିଶୋଧନ  କରି ଉଚ୍ଚତର ଲୌହପଦାର୍ଥ ଉତ୍ପାଦନ ହୋଇପାରୁଥିଲା । ଆବଶ୍ୟକ ୬୬୦ ଏକର  ଜମିରେ ବ୍ୟକ୍ତିଗତ ଜମି ୧୮୦ ଏକର ସଂରକ୍ଷିତ  ଜଙ୍ଗଲ ଜମି ୮୩.୩୮ ଏକର ଓ ଅବଶିଷ୍ଟ  ସରକାରୀ ଅନାବାଦୀ ଜମି ଥିବା ପ୍ରମାଣ ରହିଛି ।  ବିଜୁ ବାବୁ ଏହି ସ୍ଥାନରେ ଅନେକ ରାତ୍ରୀଯାପନ କରି ଓଡ଼ିଶାର ବିକାଶ ପାଇଁ  ସ୍ୱପ୍ନ ଦେଖୁଥିଲେ । ଉକ୍ତ କାରଖାନାରେ ବିଜୁ ବାବୁ ରହିଥିବା ଘରେ ତାଙ୍କର ଅନେକ ନିତ୍ୟ ବ୍ୟବହାର ସାମଗ୍ରୀ ରହିଛି । ଏହାବ୍ୟତିତ ବଡ଼ବିଲ ତହସିଲ ଅଧିନରେ ଥିବା କୋହ୍ଲ  ବରପଦା ମୌଜାରେ ବିଜୁ ବାବୁ ୩ ଏକର  ୮୦୦ ଡିସିମିଲ୍‌ ଘରବାଡି ଜମି କିଣିଥିଲେ । ଉକ୍ତ ସ୍ଥାନରେ ସେ ନିଜେ ରହିବା ପାଇଁ ମନସ୍ଥ  ମଧ୍ୟ କରିଥିବା ପ୍ରମାଣ ମିଳିଛି । କାରଣ ଜମିକୁ ଘରବାଡି କିସମରେ ପରିବର୍ତ୍ତନ କରାଯାଇଥିଲା । ତେଣୁ ଘର କରିବା ପାଇଁ ବିଜୁ ବାବୁଙ୍କ ସ୍ୱପ୍ନ  ରହିଥିଲା ବୋଲି ଏହି ଘଟଣାରୁ ସ୍ପଷ୍ଟ ହୋଇଛି ।  

ଉକ୍ତ ଜମି ଏବେ ଅବ୍ୟବହୃତ ହୋଇ  ପଡିରହିଛି । ଅନେକ ଦିନରୁ ଖଜଣା ମଧ୍ୟ  ରାଜସ୍ୱ ବିଭାଗକୁ ଦିଆଯାଇନଥିବା ଜଣାପଡିଛି ।  ଉକ୍ତ ଜମି ସମ୍ପର୍କରେ ଖ୍ୟାତିନାମା ସଂଗ୍ରାହକ  ସୁଜିତ କୁମାର ପଟ୍ଟନାୟକ ଅବଗତ ହେବା  ପରେ ଏହାର ସମସ୍ତ କାଗଜପତ୍ର ସଂଗ୍ରହ  କରିଛନ୍ତି । କେନ୍ଦୁଝର ଜିଲ୍ଲାରେ ବିଜୁ ବାବୁଙ୍କର  ଅନେକ ସ୍ମୃତି ରହିଥିବାରୁ ଉକ୍ତ ଜମିରେ ଏକ  ସଂଗ୍ରାହଳୟ କରାଯାଇ ବିଜୁ ବାବୁଙ୍କ ବ୍ୟବହୃତ  ସାମଗ୍ରୀ ପ୍ରଦର୍ଶୀତ ହୋଇପାରିଲେ ପରପିଢ଼ି ବିଜୁ  ବାବୁଙ୍କ ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ  ବୋଲି ଶ୍ରୀ ପଟ୍ଟନାୟକ ଚିନ୍ତା କରିଛନ୍ତି । ତେଣୁ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଉକ୍ତ ଜମିରେ  ସଂଗ୍ରାହଳୟ କରିବାକୁ ପ୍ରସ୍ତାବ ଦେଇଛନ୍ତି ।  

ବିଜୁ ବାବୁଙ୍କ ସମ୍ପର୍କରେ ତାଙ୍କ ପାଖରେ  ଯେଉଁ ସନ୍ତକ ରହିଛି ତାହା ମଧ୍ୟ ସେ ସଂଗ୍ରାଳୟକୁ  ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ବିଜୁ ବାବୁ କଳିଙ୍ଗ ଇଣ୍ଡଷ୍ଟ୍ରିଜ୍‌ରେ ରହୁଥିବା ଖଟ ସ୍ୱତନ୍ତ୍ର  ଭାବେ ତିଆରି ହୋଇଥିଲା । ୧୦ ଲମ୍ବର ଖଟରେ  ବିଜୁ ବାବୁ ଶୋଇବା ସହିତ ସେ ବ୍ୟବହାର କରୁଥିବା ରାଜଦୂତ ମୋଟର ସାଇକେଲ ଓ  ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଚେୟାର,  ଟେବୁଲ, ଆଲମିରା, ଜୋତା, ଛତା ପ୍ରଭୃତି ସାମଗ୍ରୀ ରହିଛି । ସେ ସମସ୍ତ ସାମଗ୍ରୀ ନଷ୍ଟ  ହେବାକୁ ବସିଥିବା ବେଳେ ଘରବାଡି ମଧ୍ୟ  ରକ୍ଷଣାବେକ୍ଷଣ ଅଭାବରୁ ପଡି ରହିଛି । ଉକ୍ତ ଜମିରେ ଘର କରିବା ପରେ ବିଜୁ ବାବୁଙ୍କ  ସ୍ୱପ୍ନ ପୂରଣ ହେବା ସହିତ ସଂଗ୍ରହାଳୟରେ  ପ୍ରବାଦ ପୁରୁଷଙ୍କ ସାମଗ୍ରୀ ଓ ତାଙ୍କ ସମ୍ପର୍କରେ ବିଭିନ୍ନ ପତ୍ରପତ୍ରିକା ପ୍ରଦର୍ଶୀତ ହୋଇପାରିଲେ  ପରପିଢ଼ି ବିଜୁ ବାବୁଙ୍କ ସମ୍ପର୍କରେ ଜାଣିବାର  ସୁଯୋଗ ପାଇବେ ବୋଲି ଶ୍ରୀ ପଟ୍ଟନାୟକ  ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.