ବୈପାରୀଗୁଡ଼ା, ୦୪/୦୩ : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଇକ୍। ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ। କୁନ୍ଦୁରା ଥାନା ଅନ୍ତର୍ଗତ କଟନୀକୁଣ୍ଡ ଛକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ବୈପାରୀଗୁଡ଼ା ବ୍ଲକ ଲିମଗୁଡାର ସୁଶାନ୍ତ ବେହେରା।
ସୂଚନାନୁଯାୟୀ, ସୁଶାନ୍ତ ବାଇକ ଯୋଗେ ବାଗଦିରୀ ଠାରୁ କୁନ୍ଦୁରା ଫେରୁଥିଲେ। କଟନୀକୁଣ୍ଡ ଛକରେ ଗାଡିଟି ଭାରସାମ୍ୟ ହରାଇବା ଫଳରେ ରାସ୍ତା ତଳକୁ ଖସିଯାଇଥିଲା। ଫଳରେ ଘଟଣା ସ୍ଥଳରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଛି। ଖବର ପାଇ କୁନ୍ଦୁରା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି।